IND vs SA: ବର୍ଷାରେ ଧୋଇଗଲା ବେଙ୍ଗାଲୁରୁ ବାଜି, ଡ୍ର' ରହିଲା ଟି-20 ସିରିଜ
ରବିବାର ଖେଳାଯିବାକୁ ଥିବା ଭାରତ ବନାମ ଦକ୍ଷିଣ ଆଫ୍ରିକା ଟି-20 ସିରିଜର ଅନ୍ତିମ ମ୍ୟାଚ୍ ବର୍ଷା ପାଇଁ ବାତିଲ ହୋଇଛି । ଫଳରେ ସିରିଜ୍ ୨-୨ରେ ଡ୍ର ହୋଇଛି।
ବେଙ୍ଗାଲୁରୁ: ଗତକାଲି (ରବିବାର) ଖେଳାଯିବାକୁ ଥିବା ଭାରତ ବନାମ ଦକ୍ଷିଣ ଆଫ୍ରିକା ଟି-20 ସିରିଜର ଅନ୍ତିମ ମ୍ୟାଚ୍ ବର୍ଷା ପାଇଁ ବାତିଲ ହୋଇଛି । ଫଳରେ ସିରିଜ୍ ୨-୨ରେ ଡ୍ର ହୋଇଛି। ଉଭୟ ଦଳ ଟ୍ରଫିକୁ ଆବଣ୍ଟିତ କରିଛନ୍ତି । ତେବେ ଲଗାତାର ଦୁଇଟି ମ୍ୟାଚ୍ ଜିତି ସିରିଜ୍ ବିଜୟ ଆଶା ରଖିଥିବା ଭାରତୀୟ ଟିମ୍ ବର୍ଷା ପାଇଁ ନିରାଶ ହୋଇଛି ।

ବେଙ୍ଗାଲୁରୁରେ ନିର୍ଣ୍ଣାୟକ ମ୍ୟାଚ ଆରମ୍ଭ ପୂର୍ବରୁ ଭାରତୀୟ କ୍ରିକେଟ ସମର୍ଥକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା । ସମସ୍ତେ ଆଶା କରିଥିଲେ ଲଗାତାର ଦୁଇଟି ମ୍ୟାଚ୍ ଜିତି ବିଜୟ ଲକ୍ଷକୁ ଫେରିଥିବା ଭାରତୀୟ ଟିମ୍ ଶେଷ ମ୍ୟାଚ୍ ଜିତି ସିରିଜ ହାତେଇବ । ହେଲେ ଆକସ୍ମିକ ବର୍ଷା ସବୁ ଆଶାରେ ପାଣି ପକାଇଦେଇଛି ।
ବର୍ଷା ଯୋଗୁଁ ମ୍ୟାଚ୍ ପ୍ରାୟ ୫୦ ମିନିଟ ବିଳମ୍ବରେ ଆରମ୍ଭ ହୋଇଥିଲା। ଏଥିସହ ମ୍ୟାଚକୁ ୧୯ ଓଭର ବିଶିଷ୍ଟ କରାଯାଇଥିଲା। ଟସ୍ ହାରି ପ୍ରଥମେ ବ୍ୟାଟିଂ କରୁଥିବା ଭାରତ ଦ୍ୱିତୀୟ ଥର ବର୍ଷା ଆରମ୍ଭ ହେବା ବେଳକୁ ୩.୩ ଓଭର୍ରେ ୨ ୱିକେଟ ହରାଇ ୨୮ ରନ୍ କରିଥିଲା। ଈଶାନ କିଶନ ୭ ବଲରେ ୧୫ ଓ ଋତୁରାଜ ଗାଏକ୍ୱାଡ ୧୨ ବଲରେ ୧୦ ରନ୍ କରି ଆଉଟ ହୋଇଥିଲେ। ଉଭୟଙ୍କ ୱିକେଟ ଲୁଙ୍ଗି ଏନଗିଡି ନେଇଥିଲା। ଶ୍ରେୟସ ଗୋଟିଏ ବଲ ଓ ଋଷଭ ପନ୍ତ ଗୋଟିଏ ବଲ ଖେଳିଥିବା ବେଳେ ପୁଣି ବର୍ଷା ଆରମ୍ଭ ହୋଇଥିଲା। ଏଥିପାଇଁ ଅମ୍ପାୟାର ମ୍ୟାଚକୁ ସ୍ଥଗିତ କରିଥିଲେ। ବର୍ଷା ଦୀର୍ଘ ଘଣ୍ଟା ଧରି ଲାଗି ରହିବାରୁ ଦୁଇ ଅମ୍ପାୟାର ବାଧ୍ୟ ହୋଇ ମ୍ୟାଚକୁ ବାତିଲ କରିଥିଲେ । ଭୁବନେଶ୍ୱର କୁମାରଙ୍କୁ ପ୍ଲେୟାର ଅଫ୍ ଦ ମ୍ୟାଚ୍ ଘୋଷଣା କରାଯାଇଛି ।












Click it and Unblock the Notifications