IND vs SA: ଆଜି ବେଙ୍ଗାଲୁରୁରେ ନିର୍ଣ୍ଣାୟକ ଲଢେଇ
ସୁପର ସଣ୍ଡେର ସିରିଜ ଡିସାଇଡର୍ । ଭାରତ ବନାମ ଦକ୍ଷିଣ ଆଫ୍ରିକା ଟି-୨୦ ସିରିଜର ଆଜି ଖେଳାଯିବ ନିର୍ଣ୍ଣାୟକ ଲଢେଇ । ସ୍ଥାନୀୟ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ସଂଧ୍ୟା ୭ଟାରେ ଖେଳାଯିବ ଏହି ମ୍ୟାଚ ।
ବେଙ୍ଗାଲୁରୁ: ସୁପର ସଣ୍ଡେର ସିରିଜ ଡିସାଇଡର୍ । ଭାରତ ବନାମ ଦକ୍ଷିଣ ଆଫ୍ରିକା ଟି-୨୦ ସିରିଜର ଆଜି ଖେଳାଯିବ ନିର୍ଣ୍ଣାୟକ ଲଢେଇ । ସ୍ଥାନୀୟ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ସଂଧ୍ୟା ୭ଟାରେ ଖେଳାଯିବ ଏହି ମ୍ୟାଚ ।

ପାଞ୍ଚଟିକିଆ ଶୃଙ୍ଖଳାରେ ଉଭୟ ଦଳ ଦୁଇଟି ଲେଖାଏଁ ମ୍ୟାଚ ଜିତି ସିରିଜକୁ ବରାବର କରିଛନ୍ତି । ଫଳରେ ଆଜି ନିର୍ଣ୍ଣାୟକ ଲଡେଇ ଜିତି ସିରିଜ ହାତେଇବା ଲକ୍ଷ୍ୟରେ ରହିଛନ୍ତି ଉଭୟ ଦଳ । ଦିଲ୍ଲୀ, କଟକରେ ପରାଜୟ ପରେ ବିଶାଖପାଟଣା ଓ ରାଜକୋଟରେ ମ୍ୟାଚ୍ ଜିତି ଭାରତୀୟ ଦଳ ଶୃଙ୍ଖଳାକୁ ୨-୨ ରେ ବରାବର କରିଥିଲା । ଶୁକ୍ରବାର ଭାରତ ରାଜକୋଟରେ ୮୨ ରନ୍ର ବଡ଼ ବ୍ୟବଧାନରେ ଦକ୍ଷିଣ ଆଫ୍ରିକାକୁ ହରାଇ ଥିଲା । ଫଳରେ ବିଜୟ ଟ୍ରାକରେ ଥିବା ଘରୋଇ ଦଳ ସିରିଜ ଜିତିବାର ଦାବିଦାର ରହିଛି ବୋଲି ଚର୍ଚ୍ଚା ହେଉଛି ।
ଦକ୍ଷିଣ ଆଫ୍ରିକା କେବେ ଭାରତରେ ଏହାପୂର୍ବରୁ ଟି20 ସିରିଜ ଜିତିନାହିଁ । 2019 ଅନୁଷ୍ଠିତ ସିରିଜ 1-1ରେ ଡ୍ର ହୋଇଥିଲା । ଦିନେଶ କାର୍ତ୍ତିକ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଶେଷ ମ୍ୟାଚରେ ଦମଦାର ପ୍ରର୍ଦଶନ ଆଜି ମ୍ୟାଚରେ ଆଶା କରାଯାଉଛି । ତଥାପି ଶ୍ରେୟସ ଆୟର ଓ ଋଷବ ପନ୍ତଙ୍କ ଫର୍ମକୁ ନେଇ ଏବେ ବି ଚିନ୍ତା ଲାଗି ରହିଛି । ସେପଟେ ରାଜେକାଟରେ ବୋଲରଙ୍କ ଭୂମିକା ଭଲ ଥିଲା । ପେସ୍ ବୋଲର ଦକ୍ଷିଣ ଆଫ୍ରିକା ବ୍ୟାଟ୍ସମ୍ୟାନଙ୍କୁ ଅଟକାଇବାରେ ସଫଳ ହୋଇଥିଲେ । ଆଜି ମଧ୍ୟ ସେମାନ ପୂର୍ବ ପ୍ରଦର୍ଶନ ଜାରି ରଖିବା ଆଶା କରାଯାଉଛି ।
ଦକ୍ଷିଣ ଆଫ୍ରିକା ଅଧିନାୟକ ତେମ୍ବା ବାଭୁମା ଆହତ ହୋଇଛନ୍ତି । ଫଳରେ ଆଜିର ମ୍ୟାଚ୍ ଖେଳିବା ନେଇ ଆଶଙ୍କା ଉପୁଜିଛି । ବାକି ଖେଳାଳି ଫିଟ୍ ଅଛନ୍ତି । ଦକ୍ଷିଣ ଆଫ୍ରିକା ଜହରଦସ୍ତ ରଣନୀତି ସହ ମ୍ୟାଚ କବଜା ଲକ୍ଷ୍ୟରେ ରହିଛି । ମୋଟାମୋଟି ଭାବେ କହିବାକୁ ଗଲେ ଆଜିର ମୁକାବିଲାରେ ବୋଲରଙ୍କ ପ୍ରଦର୍ଶନ ଉପରେ ନିର୍ଭରଶୀଳ ।












Click it and Unblock the Notifications