IND vs SA: ଟସ୍ ହାରିଲେ ପନ୍ତ, ପ୍ରଥମେ ବ୍ୟାଟିଂ କରିବ ଭାରତ
ଭାରତ ବନାମ ଦକ୍ଷିଣ ଆଫ୍ରିକା ପାଞ୍ଚ ମ୍ୟାଚ୍ ବିଶିଷ୍ଟ ସିରିଜର ଚତୁର୍ଥ ଟି-20 ମ୍ୟାଚ ଆଜି ରାଜକୋଟ୍ ଠାରେ ଖେଳାଯାଉଛି । ଏହି କର ବା ମର ମ୍ୟାଚରେ ଟସ ହାରି ବ୍ୟାଟିଂ ଆମନ୍ତ୍ରଣ ପାଇଛନ୍ତି ଭାରତୀୟ ଅଧିନାୟକ ଋଷବ ପନ୍ତ ।
ରାଜକୋଟ: ଭାରତ ବନାମ ଦକ୍ଷିଣ ଆଫ୍ରିକା ପାଞ୍ଚ ମ୍ୟାଚ୍ ବିଶିଷ୍ଟ ସିରିଜର ଚତୁର୍ଥ ଟି-20 ମ୍ୟାଚ ଆଜି ରାଜକୋଟ୍ ଠାରେ ଖେଳାଯାଉଛି । ଏହି କର ବା ମର ମ୍ୟାଚରେ ଟସ ହାରି ବ୍ୟାଟିଂ ଆମନ୍ତ୍ରଣ ପାଇଛନ୍ତି ଭାରତୀୟ ଅଧିନାୟକ ଋଷବ ପନ୍ତ । ତେବେ ଟସ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି ଦକ୍ଷିଣ ଆଫ୍ରିକା ଅଧିନାୟକ ତେମ୍ବା ବାଭୁମା ।

ଉଭୟ ଟିମ୍ ପାଇଁ ଏହି ମ୍ୟାଚ୍ ବେଶ୍ ଗୁରୁତ୍ୱବହନ କରୁଛି । ଭ୍ରମଣକାରୀ ଦଳ ୨-୧ରେ ସିରିଜ୍ ଆଗୁଆ ରହିଥିବାରୁ ଭାରତ ପାଇଁ କର ବା ମର ପରିସ୍ଥିତି ସୃଷ୍ଟି ହୋଇଛି । ଫଳରେ ଆଜି ଯୁବ ଅଧିନାୟକ ଋଷବ ପନ୍ତଙ୍କ ପ୍ରକୃତ ପରୀକ୍ଷାର ବେଳ ।
କ୍ରମାଗତ ଚତୁର୍ଥ ମ୍ୟାଚ୍ ପାଇଁ ଦକ୍ଷିଣ ଆଫ୍ରିକା ଅଧିନାୟକ ଟେମ୍ବା ବାଭୁମା ଟସ୍ ଜିତିଛନ୍ତି ଏବଂ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି।
ଦକ୍ଷିଣ ଆଫ୍ରିକା ଦଳରେ 3 ପରିବର୍ତ୍ତନ
ଦକ୍ଷିଣ ଆଫ୍ରିକା ଦଳ 3 ଟି ପରିବର୍ତ୍ତନ କରିଛି । ରେଜା ହେଣ୍ଡ୍ରିକ୍ସ, କାଗିସୋ ରାବାଡା ଏବଂ ୱେନ ପାର୍ନେଲ ଏହି ମ୍ୟାଚ ଖେଳୁ ନାହାଁନ୍ତି । କ୍ୱିଣ୍ଟନ୍ ଡି କକ୍, ମାର୍କୋ ୟାନସେନ୍ ଏବଂ ଲୁଙ୍ଗି ନିଗିଡି ସେମାନଙ୍କ ସ୍ଥାନରେ ଏକ ସୁଯୋଗ ପାଇଛନ୍ତି । ଭାରତୀୟ ଏକାଦଶରେ କୌଣସି ପରିବର୍ତ୍ତନ ହୋଇନାହିଁ ।
ଭାରତୀୟ ଏକାଦଶ: ଋତୁରାଜ ଗାଇକ୍ୱାଡ, ଇଶାନ କିଶନ, ଶ୍ରେୟାସ ଆୟର, ଋଷଭ ପନ୍ତ, ହାର୍ଦ୍ଦିକ ପାଣ୍ଡ୍ୟା, ଦିନେଶ କାର୍ତ୍ତିକ, ଅକ୍ସର ପଟେଲ, ହର୍ଷଲ ପଟେଲ, ଭୂବନେଶ୍ୱର କୁମାର, ୟୁଜବେନ୍ଦ୍ର ଚହଲ, ଆଭେଶ ଖାନ ।
ଦକ୍ଷିଣ ଆଫ୍ରିକା ଏକାଦଶ: ତେମ୍ବା ବାଭୁମା, କ୍ୱିଣ୍ଟନ୍ ଡି କକ୍ (ୱିକେଟକିପର), ରାସି ଭାନ୍ ଡେର୍ ଡୁସେନ୍, ଡେଭିଡ ମିଲର, ହେନ୍ରିଚ୍ କ୍ଲାସେନ୍, ଡ୍ୱାଇନ୍ ପ୍ରିଟୋରିୟସ୍, କେଶବ ମହାରାଜ, ମାର୍କୋ ଜାନସେନ୍, ଲୁଙ୍ଗି ନିଗିଡି, ତାବ୍ରାଇଜ୍ ଶାମସି, ଅନ୍ରିଚ୍ ନର୍ଟେଜେ ।












Click it and Unblock the Notifications