Get Updates
Get notified of breaking news, exclusive insights, and must-see stories!

IND vs SA: ଆଜି ଚତୁର୍ଥ ଟି-୨୦, ସିରିଜରେ ଜୀବିତ ରହିବା ଲାଗି ଭାରତ ପାଇଁ 'କର ବା ମର' ଲଢେଇ

ଆଜି ଭାରତ ବନାମ ଦକ୍ଷିଣ ଆଫ୍ରିକା ଚତୁର୍ଥ ଟି-୨୦ ମ୍ୟାଚ । ଉଭୟ ଟିମ୍ ପାଇଁ ଏହି ମ୍ୟାଚ୍ ବେଶ୍ ଗୁରୁତ୍ୱବହନ କରୁଛି । ଭ୍ରମଣକାରୀ ଦଳ ୨-୧ରେ ସିରିଜ୍ ଆଗୁଆ ରହିଥିବାରୁ ଭାରତ ପାଇଁ କର ବା ମର ପରିସ୍ଥିତି ସୃଷ୍ଟି ହୋଇଛି ।

ରାଜକୋଟ: ଆଜି ଭାରତ ବନାମ ଦକ୍ଷିଣ ଆଫ୍ରିକା ଚତୁର୍ଥ ଟି-୨୦ ମ୍ୟାଚ । ଉଭୟ ଟିମ୍ ପାଇଁ ଏହି ମ୍ୟାଚ୍ ବେଶ୍ ଗୁରୁତ୍ୱବହନ କରୁଛି । ଭ୍ରମଣକାରୀ ଦଳ ୨-୧ରେ ସିରିଜ୍ ଆଗୁଆ ରହିଥିବାରୁ ଭାରତ ପାଇଁ କର ବା ମର ପରିସ୍ଥିତି ସୃଷ୍ଟି ହୋଇଛି । ଫଳରେ ଆଜି ଯୁବ ଅଧିନାୟକ ଋଷବ ପନ୍ତଙ୍କ ପ୍ରକୃତ ପରୀକ୍ଷାର ବେଳ ।

 IND vs SA

ସେହିପରି ଗତ ମ୍ୟାଚ୍‌ରେ ପରାଜୟ ପରେ ନିଜ ବ୍ୟାଟିଂ ଲାଇନ୍ ଅପ୍‌କୁ ସଜାଡ଼ିବ ଭମ୍ରଣକାରୀ ଦଳ । ଗତ ତିନିଟି ମ୍ୟାଚରେ ଶ୍ରେୟସ ଆୟର ଓ ଅଧିନାୟକ ରିଷଭ ପନ୍ତ ଭଲ ପ୍ରଦର୍ଶନ କରୁନଥିବାରୁ ଦଳ ଚିନ୍ତାରେ ରହିଛି । ଆଜିର ମ୍ୟାଚ୍‌ରେ ଟସ୍ ଉପରେ ନଜର ରହିବ । ଉଭୟ ଟିମ୍ ଟସ୍ ଜିତି ଚେସ୍ କରିବାକୁ ଚେଷ୍ଟା କରିପାରନ୍ତି ।

ଦିଲ୍ଲୀ ଓ କଟକରେ ପରାଜୟ ପରେ ବିଶାଖାପାଟଣାରେ ଭାରତ ବିଜୟୀ ହୋଇଥିଲା । ହେଲେ ତିନିଟି ଯାକ ମ୍ୟାଚରେ ଶ୍ରେୟସ ଆୟର ଓ ରିଷଭ ପନ୍ତ ଭଲ ପ୍ରଦର୍ଶନ କରିନାହାନ୍ତି । ତୃତୀୟ ସ୍ଥାନ ଭଳି ଗୁରୁତ୍ୱପୂର୍ଣ୍ଣ କ୍ରମରେ ବ୍ୟାଟିଂ କରୁଥିବାରୁ ଆୟରଙ୍କୁ ଭଲ ପ୍ରଦର୍ଶନ କରିବାକୁ ପଡ଼ିବ । ବିଶାଖାପାଟଣାରେ ଦୁଇ ଓପନର ରୁତୁରାଜ ଗାଏକୱାଡ୍ ଏବଂ ଇଶାନ କିଶନ ଦୃଢ ମୂଳଦୁଆ ପକାଇଥିଲେ । ଆଜିର ମ୍ୟାଚରେ ଏହି ଦୁଇ ଓପନର ଭଲ ପ୍ରଦର୍ଶନ କରିବେ ବୋଲି ଆଶା ରଖିଛନ୍ତି କ୍ରିକେଟପ୍ରେମୀ ।

ସମ୍ଭାବ୍ୟ ଭାରତୀୟ ଏକଦଶ: ଈଶାନ କିଶନ, ଋତୁରାଜ ଗାଏକ୍ୱାଡ୍, ଶ୍ରେୟସ୍ ଆୟର, ଋଷଭ ପନ୍ତ (ୱିକେଟ୍ ରକ୍ଷକ, ଅଧିନାୟକ), ହାର୍ଦିକ ପାଣ୍ଡ୍ୟା, ଦୀନେଶ କାର୍ତ୍ତିକ, ଅକ୍ଷର ପଟେଲ, ହର୍ଷଲ ପଟେଲ, ଅଭେସ ଖାନ୍, ଭୁବନେଶ୍ବର କୁମାର, ୟୁଝବେନ୍ଦ୍ର ଚହଲ ।

ସମ୍ଭାବ୍ୟ ଦକ୍ଷିଣ ଆଫ୍ରିକା ଏକାଦଶ: କ୍ୱିଣ୍ଟନ୍ ଡି'କକ୍/ରେଜା ହେଣ୍ଡ୍ରିକ୍ସ, ତେମ୍ବା ବଭୂମା (ଅଧିନାୟକ), ରସେ ଭାନଡର ଦୁସେନ, ଡେଭିଡ୍ ମିଲର, ହେନରିକ୍ କ୍ଲାସେଁ, ଡ୍ୱାନ୍ ପ୍ରିଟୋରିଅସ୍, ୱେନ୍ ପାର୍ନଲ, କାଗିସୋ ରବାଦା, କେଶବ ମହାରାଜ, ଅନରିକ ନର୍ଖିୟା, ତବ୍ରାଇସ୍ ସାମସୀ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+