କେଟାଉନରେ ଏକା ଲଢ଼ିଲେ କୋହଲି, ୨୨୩ରେ ଭାରତ ଅଲଆଉଟ୍
ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ନୈରାଶ୍ୟଜନକ ପ୍ରଦର୍ଶନ ପାଇଁ ପ୍ରଥମ ଇନିଂସରେ ୨୨୩ ରନ୍ କରି ଅଲଆଉଟ୍ ହୋଇଛି ଭାରତ। ଭାରତ ପକ୍ଷରୁ କୋହଲି ସର୍ବାଧିକ ୭୯ ରନ୍ କରିଥିବା ବେଳେ ଚେତେଶ୍ୱର ପୂଜାରା ୪୩ ରନର ଇନିଂସ୍ ଖେଳିଛନ୍ତି।
କେପଟାଉନ୍: ଭାରତ ବନାମ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜିଠୁ ଆରମ୍ଭ ହୋଇଛି ତୃତୀୟ ତଥା ନିର୍ଣ୍ଣାୟକ ଟେଷ୍ଟ୍ । ତେବେ ମ୍ୟାଚ୍ ପୂର୍ବରୁ ଟସ୍ ଜିତି ପ୍ରଥମେ ବ୍ୟାଟିଂ ପାଇଁ ନିଷ୍ପତ୍ତି ନେଇଥିଲେ ଅଧିନାୟକ ବିରାଟ କୋହଲି । ମାତ୍ର ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ନୈରାଶ୍ୟଜନକ ପ୍ରଦର୍ଶନ ପାଇଁ ପ୍ରଥମ ଇନିଂସରେ ୨୨୩ ରନ୍ କରି ଅଲଆଉଟ୍ ହୋଇଛି ଭାରତ। ଭାରତ ପକ୍ଷରୁ କୋହଲି ସର୍ବାଧିକ ୭୯ ରନ୍ କରିଥିବା ବେଳେ ଚେତେଶ୍ୱର ପୂଜାରା ୪୩ ରନର ଇନିଂସ୍ ଖେଳିଛନ୍ତି।

ତେବେ ଭାରତ ଆରମ୍ଭରୁ ହିଁ ନିଜର ଦୁଇ ଓପନର କେଏଲ ରାହୁଲ ଓ ମୟଙ୍କ ଅଗ୍ରଓ୍ବାଲଙ୍କୁ ହରାଇଥିଲା । କେବଳ କୋହଲି ଓ ଚେତେଶ୍ବର ପୂଜାରା ଦକ୍ଷିଣ ଅଫ୍ରିକାର ବୋଲିଂର ଲଢୁଆ ମୁକାବିଲା କରିବାକୁ ସକ୍ଷମ ହୋଇଥିଲେ । ମାତ୍ର ଦଳର ଅନ୍ୟ ବ୍ୟାଟ୍ସମ୍ୟାନମାନେ ବଡ଼ ସ୍କୋର୍ କରିବାକୁ ସକ୍ଷମ ହୋଇ ପାରିନଥିଲେ । ଦକ୍ଷିଣ ଆଫ୍ରିକା ପକ୍ଷରୁ କାଗିସୋ ରବାଡ଼ା ୪ଟି ଓ ମାର୍କୋ ଜାନସେନ ୩ଟି ଓ୍ବିକେଟ ନେଇଥିଲେ ।
ପୂଜାରାଙ୍କ ସ୍ଥାନ ପୂରଣ କରିବାକୁ ଆସିଥିବା ଅଜିଙ୍କ୍ୟ ରାହାଣେ (୯) ନିରାଶ କରିଥିଲେ। ଋଷଭ ପନ୍ତ ପୁଣିଥରେ ଭଲ ଷ୍ଟାର୍ଟକୁ ବଡ଼ ଇନିଂସରେ ପରିଣତ କରିପାରିନଥିଲେ। ସେ ୨୭ ରନ୍ କରି ଜାନସେନଙ୍କ ଶିକାର ହୋଇଥିଲେ। ଏହା ପରେ ଗୋଟିଏ ପଟେ କୋହଲି ଛିଡ଼ା ହୋଇଥିବା ବେଳେ ଅନ୍ୟପଟେ ଲଗାତର ୱିକେଟ୍ ପତନ ହେବାରେ ଲାଗିଥିଲା। କୋହଲି ଧୀରେ ଧୀରେ ଶତକ ଆଡ଼କୁ ଅଗ୍ରସର ହେଉଥିବା ବେଳେ ତାଙ୍କୁ ରବାଡା ପ୍ୟାଭିଲିୟନ୍ ରାସ୍ତା ଦେଖାଇଥିଲେ। କୋହଲି ପୁଣି ସେହି ପୁରୁଣା ଭୁଲ୍ ଦୋହରାଇଥିଲେ ଏବଂ ବାହାରେ ଯାଉଥିବା ବଲକୁ ଖେଳିବାକୁ ଯାଇ ୱିକେଟ୍ କିପର କାଇଲ ଭେରେନେଙ୍କ ଦ୍ୱାରା କ୍ୟାଚ୍ ହୋଇଥିଲେ। କୋହଲି ୨୦୧ ବଲର ସାମ୍ନା କରି ୧୨ ଚୌକା ଓ ୧ ଛକା ସହ ୭୯ ରନ୍ କରିଥିଲେ।
ଅନ୍ୟ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ରବିଚନ୍ଦ୍ରନ୍ ଅଶ୍ୱିନ୍ ୯, ଶାର୍ଦ୍ଦୁଲ ଠାକୁର ୧୨, ମହମ୍ମଦ ଶାମି ୭ ଓ ଯଶପ୍ରୀତ ବୁମ୍ରା କୌଣସି ରନ୍ ନକରି ଆଉଟ୍ ହୋଇଥିଲେ। ଉମେଶ ଯାଦବ ୪ ରନ୍ କରି ଅପରାଜିତ ଥିଲେ। ଦକ୍ଷିଣ ଆଫ୍ରିକା ପକ୍ଷରୁ ରବାଡା ୪ଟି ଓ ଜାନସେନ୍ ୩ଟି ୱିକେଟ୍ ନେଇଥିଲେ। ଓଲିଭିଅର୍, ଲୁଙ୍ଗି ଏନଗିଡି ଓ କେଶବ ମହାରାଜ ଗୋଟିଏ ଲେଖାଏ ୱିକେଟ୍ ହାସଲ କରିଥିଲେ।












Click it and Unblock the Notifications