ଶେଷ ଟି-20: ରାହୁଲ-କୋହଲିଙ୍କ ବିନା ପଡିଆକୁ ଓହ୍ଲାଇବ ଭାରତ

ଆଜି ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ ତୃତୀୟ ତଥା ଶେଷ ଟି-୨୦ । ଆଗୁଆ ସିରିଜ୍ କବଜା କରିସାରିଥିବାରୁ କ୍ଲିନ୍ ସୁଇପ୍ ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ ।

ନାଗପୁର: ଆଜି ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ ତୃତୀୟ ତଥା ଶେଷ ଟି-୨୦ । ଆଗୁଆ ସିରିଜ୍ କବଜା କରିସାରିଥିବାରୁ କ୍ଲିନ୍ ସୁଇପ୍ ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ । ମ୍ୟାଚରେ ଭାରତର ପୂର୍ବତନ ଅଧିନାୟକ ବିରାଟ କୋହଲି ଏବଂ ଉପ-ଅଧିନାୟକ କେ.ଏଲ୍ ରାହୁଲଙ୍କୁ ବିଶ୍ରାମ ଦିଆଯାଇଛି। ଟି-୨୦ ବିଶ୍ୱକପ ପୂର୍ବରୁ ଏହା ହେଉଛି ଟିମ୍ ଇଣ୍ଡିଆର ଶେଷ ସିରିଜ୍ । ଟି-୨୦ ବିଶ୍ବକପ ଆଉ ମାତ୍ର କିଛି ଦିନ ବାକି ଥିବାରୁ ବିରାଟ କୋହଲି ଏବଂ କେ.ଏଲ୍ ରାହୁଲଙ୍କୁ ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ଟି-୨୦ ମ୍ୟାଚରୁ ବାଦ ଦିଆଯାଇଛି ।

IND vs SA

ତେବେ ଆଜିର ମ୍ୟାଚରେ ରିଷଭ ପନ୍ତ କିମ୍ବା ସୂର୍ଯ୍ୟକୁମାର ଯାଦବଙ୍କ ମଧ୍ୟରୁ ଜଣଙ୍କୁ ଓପନିଂ କରିବାକୁ ହେବ । ଶ୍ରେୟସ୍ ଆୟର ତିନି ନମ୍ବର ସ୍ଥାନରେ ଖେଳିବେ । ସେହିପରି ଅଲରାଉଣ୍ଡର ଶାହବାଜ ଅହମ୍ମଦ ଆଜି ଡେବ୍ୟୁ କରିପାରନ୍ତି । ସିରିଜ୍ ବିଜୟୀ ହୋଇଥିଲେ ମଧ୍ୟ ବୋଲିଂ ପରୀକ୍ଷାରେ ରହିଛି ଭାରତ । କାରଣ ଡେଥ୍ ଓଭର ବୋଲିଂ ଦଳ ପାଇଁ ସମସ୍ୟା ହୋଇ ଛିଡ଼ା ହୋଇଛି । ଆଜିର ମ୍ୟାଚ୍ ପରେ ଗୁରୁବାର ଅଷ୍ଟ୍ରେଲିଆ ଗସ୍ତରେ ଯିବ ଟିମ୍ ଇଣ୍ଡିଆ । ଟି-୨୦ ବିଶ୍ୱକପ୍ ପାଇଁ ଭାରତୀୟ ଅଷ୍ଟ୍ରେଲିଆ ଯିବ । ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତ ପ୍ରଥମ ଥର ବିଶ୍ୱକପ୍ ଖେଳିବାକୁ ଯାଉଥିବାରୁ କ୍ରୀଡ଼ା ପ୍ରେମୀ ବଡ଼ ଆଶା ରଖିଛନ୍ତି ।

ସେପଟେ ଗତ ମ୍ୟାଚରେ ସୂର୍ଯ୍ୟକୁମାର ଯାଦବଙ୍କ ଫର୍ମ ଦଳକୁ ଉତ୍ସାହିତ କରିଥିବା ବେଳେ ଆଜିର ମ୍ୟାଚରେ ଦିନେଶ କାର୍ତ୍ତିକଙ୍କ ଠାରୁ ଭଲ ପ୍ରଦର୍ଶନ ଆଶା କରାଯାଉଛି । ଅନ୍ୟପଟେ ଆଜିର ମ୍ୟାଚରେ ସ୍ବାନ୍ତନାମୂଳକ ବିଜୟ ହାସଲ ପାଇଁ ସାଉଥ ଆଫ୍ରିକା ପକ୍ଷରୁ ମଧ୍ୟ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ ହୋଇଛି । ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜରେ ଭାରତୀୟ ଦଳ ୨-୦ରେ ଆଗରେ ରହିଛି। ପ୍ରଥମ ଥର ପାଇଁ ଟିମ୍ ଇଣ୍ଡିଆ ଟି-୨୦ ସିରିଜରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି।

  • ଭାରତୀୟ ଦଳ : ରୋହିତ ଶର୍ମା (ଅଧିନାୟକ), କେଏଲ୍ ରାହୁଲ୍‌, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ୍‌ (ୱିକେଟରକ୍ଷକ), ଦୀନେଶ କାର୍ତ୍ତିକ (ୱିକେଟରକ୍ଷକ), ରବିଚନ୍ଦ୍ରନ ଅଶ୍ବିନ୍‌, ୟୁଝବେନ୍ଦ୍ର ଚହଲ, ଅକ୍ଷର ପଟେଲ୍‌, ଅର୍ଶଦୀପ ସିଂହ, ହର୍ଷଲ୍ ପଟେଲ୍‌, ଦୀପକ ଚହର୍‌, ଉମେଶ ଯାଦବ, ଶ୍ରେୟସ ଆୟର୍‌, ସାହାବାଜ ଅହମ୍ମଦ ଓ ମହମ୍ମଦ ସିରାଜ ।
  • ଦକ୍ଷିଣ ଆଫ୍ରିକା ଦଳ : ତେମ୍ବା ବଭୂମା (ଅଧିନାୟକ), କ୍ବିଣ୍ଟନ୍ ଡି'କକ୍‌, ବିୟନ୍‌ ଫର୍ଟୁନ୍‌, ରିଜା ହେଣ୍ଡ୍ରିକ୍ସ, ହେନରିକ୍‌ କ୍ଲାସେଁ, ମାର୍କୋ ଜାନସେନ୍‌, କେଶବ ମହାରାଜ, ଏଦୈନ ମର୍କରାମ, ଡେଭିଡ୍‌ ମିଲର୍‌, ଲୁଙ୍ଗି ଏନ୍‌ଗିଡି, ଅନରିକ୍‌ ନର୍ଖିୟା, ୱେନ ପାର୍ଣ୍ଣେଲ୍‌, ଅନ୍ଦିଲ୍‌ ଫେଲୁକ୍ବାୟୋ, ଡ୍ବାଇନ୍‌ ପ୍ରିଟୋରିୟସ୍‌, କାଗିସୋ ରବାଦା, ରିଲି ରୋସେୟୁ, ତାବ୍ରାଇଜ୍ ସାମସୀ, ତ୍ରିଷ୍ଟନ୍‌ ଷ୍ଟବ୍ସ ।
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+