ଟସ ଜିତିଲେ କେଏଲ ରାହୁଲ, ଦ୍ବିତୀୟ ଟେଷ୍ଟରୁ ବାଦ୍ ପଡିଲେ ବିରାଟ୍
ଆଜିଠୁ ଦକ୍ଷିଣ ଆଫ୍ରିକା (ଭାରତ ବନାମ ଦକ୍ଷିଣ ଆଫ୍ରିକା) ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚରୁ ଆହତ ଯୋଗୁଁ ବାଦ୍ ପଡିଛନ୍ତି ନିୟମିତ ଟେଷ୍ଟ ଅଧିନାୟକ ବିରାଟ କୋହଲି । ତାଙ୍କ ସ୍ଥାନରେ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି ଉପ-ଅଧିନାୟକ କେଏଲ ରାହୁ
ଜୋହାନ୍ସବର୍ଗ: ନୂଆ ବର୍ଷରେ ପ୍ରଥମ ମ୍ୟାଚରୁ ବିରାଟ୍ ଆଉଟ୍ । ଆଜିଠୁ ଦକ୍ଷିଣ ଆଫ୍ରିକା (ଭାରତ ବନାମ ଦକ୍ଷିଣ ଆଫ୍ରିକା) ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚରୁ ଆହତ ଯୋଗୁଁ ବାଦ୍ ପଡିଛନ୍ତି ନିୟମିତ ଟେଷ୍ଟ ଅଧିନାୟକ ବିରାଟ କୋହଲି । ତାଙ୍କ ସ୍ଥାନରେ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି ଉପ-ଅଧିନାୟକ କେଏଲ ରାହୁଲ । ତେବେ ବିରାଟଙ୍କ ସ୍ଥାନରେ ହନୁମା ବିହାରୀଙ୍କୁ ଏକାଦଶରେ ସ୍ଥାନ ମିଳିଛି । ସେହିପରି ଦକ୍ଷିଣ ଆଫ୍ରିକା ଦଳରେ ଦୁଇଟି ପରିବର୍ତ୍ତନ କରାଯାଇଛି ।

ଆଜି (ସୋମବାର) ଠାରୁ ଖେଳାଯିବାକୁ ଥିବା ଦ୍ୱିତୀୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ଆଫ୍ରିକା ମାଟିରେ ପ୍ରଥମ ଟେଷ୍ଟ ସିରିଜ୍ ଜିତିବାକୁ ଲକ୍ଷ୍ୟ ରଖିଛି ଟିମ ଇଣ୍ଡିଆ। 'ବକ୍ସିଂ ଡେ ଟେଷ୍ଟ'ରେ ସେଞ୍ଚୁରିୟନରେ ଦକ୍ଷିଣ ଆଫ୍ରିକାର (ଭାରତ ବନାମ ଦକ୍ଷିଣ ଆଫ୍ରିକା) ଦୁର୍ଗକୁ ଭାଙ୍ଗିବା ପରେ ଭାରତ ଜୋହାନ୍ସବର୍ଗରେ ଖେଳୁଛି ଆଜି 2ୟ ଟେଷ୍ଟ ମ୍ୟାଚ ।
2018 ରେ ଭାରତର ଏକ ଶ୍ରେଷ୍ଠ ଟେଷ୍ଟ ଦଳର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା । ଯେତେବେଳେ ଭାରତ ଏକ କଷ୍ଟଦାୟକ ପିଚରେ ଆୟୋଜକଙ୍କୁ ପରାସ୍ତ କରିଥିଲା । ଭାରତୀୟ ଦଳ ପ୍ରାୟ ଚାରି ବର୍ଷ ଧରି ବିଦେଶୀ ମାଟିରେ ପ୍ରଭାବଶାଳୀ ପ୍ରଦର୍ଶନ କରିଆସୁଛି । ଭାରତୀୟ ଦଳ ଚାରିଟି ସେନା ଦେଶରେ (ଦକ୍ଷିଣ ଆଫ୍ରିକା, ଇଂଲଣ୍ଡ, ନ୍ୟୁଜିଲାଣ୍ଡ ଏବଂ ଅଷ୍ଟ୍ରେଲିଆ) ସିରିଜ୍ ଜିତି ପାରମ୍ପାରିକ ଫର୍ମାଟରେ ଦେଶର ସର୍ବଶ୍ରେଷ୍ଠ ଅଧିନାୟକ ଭାବରେ କୋହଲିଙ୍କ ସ୍ଥିତି ବଜାୟ ରଖିବ ।
Toss Update - KL Rahul has won the toss and elects to bat first in the 2nd Test.
Captain Virat Kohli misses out with an upper back spasm.#SAvIND pic.twitter.com/2YarVIea4H
— BCCI (@BCCI) January 3, 2022
- ଭାରତୀୟ ଏକାଦଶ: କେଏଲ୍ ରାହୁଲ (ଅଧିନାୟକ), ମୟଙ୍କ ଅଗ୍ରୱାଲ, ଚେତେଶ୍ୱର ପୂଜାରା, ଅଜିଙ୍କ୍ୟ ରାହାଣେ, ହନୁମା ବିହାରୀ, ଋଷଭ ପନ୍ତ (ୱିକେଟକିପର), ରବିଚନ୍ଦ୍ରନ୍ ଅଶ୍ୱିନ୍, ଶାର୍ଦ୍ଦୁଲ ଠାକୁର, ଜସପ୍ରୀତ ବୁମରା, ମହମ୍ମଦ ଶାମି, ମହମ୍ମଦ ସିରାଜ, ।
- ଦକ୍ଷିଣ ଆଫ୍ରିକା ଏକାଦଶ: ଡିନ୍ ଏଲଗାର (କ୍ୟାପ୍ଟେନ), ଏଡେନ ମାର୍କ୍ରାମ, କିଗାନ ପିଟରସେନ, ରାସି ୱାନ୍ ଡେର୍ ଡୁସେନ୍, ଟେମ୍ବା ବାଭୁମା (ଉପ-ଅଧିନାୟକ), ରିଆନ୍ ରିକଲେଟନ୍ (ୱିକେଟକିପର), ମାର୍କୋ ଜେନସେନ୍, କାଗିସୋ ରାବାଡା, କେଶଭ ମହାରାଜ, ଲୁଙ୍ଗି ନିଗିଡି, ଡୁଏନ୍ ଅଲିଭର ।












Click it and Unblock the Notifications