ଦ୍ୱିତୀୟ ଟି -20: ପ୍ରଥମେ ବ୍ୟାଟିଂ କରୁଛି ଭାରତ
ଭାରତ ବନାମ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା 3 ମ୍ୟାଚ ବିଶିଷ୍ଟ ଟି-20 ସିରିଜର ଦ୍ୱିତୀୟ ମ୍ୟାଚ୍ ଆଜି ଗ୍ୱୌହାଟୀର ବର୍ଷାପରା କ୍ରିକେଟ୍ ଷ୍ଟାଡିୟମରେ ଖେଳାଯାଉଛି। ଦକ୍ଷିଣ ଆଫ୍ରିକା ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି।
ଗ୍ୱୌହାଟୀ: ଭାରତ ବନାମ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା 3 ମ୍ୟାଚ ବିଶିଷ୍ଟ ଟି-20 ସିରିଜର ଦ୍ୱିତୀୟ ମ୍ୟାଚ୍ ଆଜି ଗ୍ୱୌହାଟୀର ବର୍ଷାପରା କ୍ରିକେଟ୍ ଷ୍ଟାଡିୟମରେ ଖେଳାଯାଉଛି। ଦକ୍ଷିଣ ଆଫ୍ରିକା ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ପ୍ରୋଟିସ୍ ଦଳରେ ଗୋଟିଏ ପରିବର୍ତ୍ତନ କରାଯାଇଛି । ଲୁଙ୍ଗି ନିଗିଡିଙ୍କୁ ଚୁଡାନ୍ତ ଏକାଦଶରେ ଅନ୍ତର୍ଭୁକ୍ତ କରାଯାଇଛି । ଏଥି ସହିତ ଭାରତୀୟ ଦଳ ଚୁଡାନ୍ତ ଏକାଦଶରେ କୌଣସି ପରିବର୍ତ୍ତନ ହୋଇ ନାହିଁ ।

ଟିମ୍ ଇଣ୍ଡିଆ ସିରିଜର ପ୍ରଥମ ମ୍ୟାଚ୍ 8 ୱିକେଟ୍ ଜିତିଥିଲା। ଏଭଳି ପରିସ୍ଥିତିରେ ଆଜି ରୋହିତ ଶର୍ମାଙ୍କ ଆଖି ଦ୍ୱିତୀୟ ମ୍ୟାଚ୍ ଜିତିବା ଏବଂ ଟି-୨୦ ସିରିଜରେ ଆଫ୍ରିକୀୟ ଦଳକୁ ପରାସ୍ତ କରିବା ଉପରେ ଦୃଷ୍ଟି ରଖିଛି । ଅନ୍ୟପକ୍ଷରେ, ଆଜିର ମ୍ୟାଚ୍ ଜିତି ପ୍ରୋଟିସ୍ ସିରିଜ୍କୁ 1-1 ସ୍ତରକୁ ଆଣିବାକୁ ଚେଷ୍ଟା କରିବ । ଶେଷ ଟି -20 ଅକ୍ଟୋବର 4 ରେ ଇନ୍ଦୋରରେ ଖେଳାଯିବ ।
ଭାରତୀୟ ଏକାଦଶ: ରୋହିତ ଶର୍ମା, କେ.ଏଲ୍ ରାହୁଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ (ଡବ୍ଲୁ), ଦିନେଶ କାର୍ତ୍ତିକ, ଅକ୍ସର ପଟେଲ, ହର୍ଷଲ ପଟେଲ, ଆର ଅଶ୍ୱିନ, ଦୀପକ ଚହର, ଅର୍ଶଦୀପ ସିଂ ।
ଦକ୍ଷିଣ ଆଫ୍ରିକା ଏକାଦଶ: ତେମ୍ବା ବାଭୁମା, କ୍ୱିଣ୍ଟନ୍ ଡି କକ୍ (ୱିକେଟକିପର), ରେଲି ରୋସୁ, ଅଇଦାନ ମାର୍କ୍ରାମ, ଡେଭିଡ ମିଲର, ଟ୍ରିଆଷ୍ଟ ଷ୍ଟବ୍ସ, ୱେନ ପାର୍ନେଲ, କେଶଭ ମହାରାଜ, କାଗିସୋ ରାବାଡା, ଏନ୍ରିକ୍ ନର୍ସିଆ, ଲୁଙ୍ଗି ନିଗିଡି ।












Click it and Unblock the Notifications