IND vs SA T20I: ଦକ୍ଷିଣ ଆଫ୍ରିକାକୁ ହରାଇ ଘରୋଇ ମାଟିରେ ଇତିହାସ ରଚିଲା ଭାରତ
ଭାରତ ବନାମ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା 3 ମ୍ୟାଚ ବିଶିଷ୍ଟ ଟି-20 ସିରିଜର ଦ୍ୱିତୀୟ ମ୍ୟାଚରେ ଭାରତ 16 ରନରେ ବିଜୟ ହୋଇଛି । ଏଥିସହିତ ଘରୋଇ ମାଟିରେ ଦକ୍ଷିଣ ଆଫ୍ରିକା ଦଳକୁ ପ୍ରଥମଥର ଟି-20 ସିରିଜରେ ପରାଜିତ କରିଛି ।
ଗୌହାଟୀ: ଭାରତ ବନାମ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା 3 ମ୍ୟାଚ ବିଶିଷ୍ଟ ଟି-20 ସିରିଜର ଦ୍ୱିତୀୟ ମ୍ୟାଚରେ ଭାରତ 16 ରନରେ ବିଜୟ ହୋଇଛି । ଏଥିସହିତ ଘରୋଇ ମାଟିରେ ଦକ୍ଷିଣ ଆଫ୍ରିକା ଦଳକୁ ପ୍ରଥମଥର ଟି-20 ସିରିଜରେ ପରାଜିତ କରିଛି ।
ବିଜୟରେ ମୁଖ୍ୟ ଭୂମିକା ତୁଲାଇଥିଲେ ସୂର୍ଯ୍ୟକୁମାର ଯାଦବ ଓ କେଏଲ ରାହୁଲ । ଦମଦାର ଇନିଂସ ପାଇଁ ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ ଲୋକେଶ ରାହୁଲ ।

ଟସ୍ ଜିତି ଦ.ଆଫ୍ରିକା ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ଭାରତ 3 ୱିକେଟ ବିନିମୟରେ 237 ରନ କରିଥିଲା। ଏହାକୁ ପିଛା କରି ଭମ୍ରଣକାରୀ ଦଳ ନିର୍ଦ୍ଧାରିତ 20 ଓଭରରେ ମାତ୍ର 221 ରନ କରିବାରେ ସଫଳ ହୋଇଥିଲା। ଡେଭିଡ ମିଲର 106 ରନ କରିବା ସତ୍ତ୍ୱେ ଦଳ ହାତରୁ ମ୍ୟାଚ ସହ ସିରିଜ ମଧ୍ୟ ଯାଇଛି। ଓପନର ରୋହିତ ଶର୍ମା ଓ କେଏଲ ରାହୁଲ ସର୍ବାଧିକ 15 ଥର ଅର୍ଦ୍ଧ ଶତକ କରିଛନ୍ତି। ସୂର୍ଯ୍ୟକୁମାର ଓ କୋହଲି ଦ୍ରୁତତମ ଶତକ ଭାଗୀଦାରି କରିଛନ୍ତି । ସେମାନେ 42 ବଲରେ 102 ରନ କରିଛନ୍ତି। ସେହିପରି ଦିନେଶ କାର୍ତ୍ତିକ 7 ବଲରୁ ଗୋଟିଏ ଚୌକା ଏବଂ 2ଟି ଛକା ସହ 17 ରନ କରି ଅପରାଜିତ ରହିଥିଲେ । ନିର୍ଦ୍ଧାରିତ 20 ଓଭରରେ 3 ୱିକେଟ ହରାଇ 237 ରନ୍ ବିଶାଳ ସ୍କୋର କରିଥିଲା ଭାରତ । ଦକ୍ଷିଣ ଆଫ୍ରିକା ଆଗରେ 238 ରନ୍ର ଟାର୍ଗେଟ ଦେଇଥିଲା ।
238 ରନର ବିଜୟ ଲକ୍ଷ୍ୟ ନେଇ ପାଳି ଆରମ୍ଭ କରିଥିଲା ଦକ୍ଷିଣ ଆଫ୍ରିକା । ଏହି ମ୍ୟାଚରେ ମୁଖ୍ୟ ଆକର୍ଷଣ ଥିଲେ ଡେଭିଡ ମିଲର। ଭାରତୀୟ ବୋଲିଂ ବାହିନୀ ଉପରେ ଭୟଙ୍କର ପ୍ରହାର କରିଥିଲେ ମିଲର । 47 ବଲରୁ ଅପରାଜିତ 106 ରନ କରି ଦଳକୁ ବିଜୟ ନିକଟତର କରିଥିଲେ । ହେଲେ ଆରମ୍ଭରୁ ଦକ୍ଷିଣ ଆଫ୍ରିକାର ରନ ଗତି ମନ୍ଥର ହେବାରୁ ଶେଷ ଆଡକୁ ରନ ରେଟ ବଢିଥିଲା । ତଥାପି ମିଲର ବ୍ୟାଟି ଜାରି ରଖିଥିଲେ ହେଲେ ବିଜୟ ପାଇଁ ଆବଶ୍ୟକୀୟ ରନ ସଂଗ୍ରହ ହୋଇ ପାରିନଥିଲା । ଶେଷ ଦୁଇ ଓଭରରେ ଦକ୍ଷିଣ ଆଫ୍ରିକାକୁ ବିଜୟ ପାଇଁ 63 ରନ ଦରକାର ଥିଲା । 19 ତମ ଓଭରରେ ବୋଲିଂ କରିଥିଲେ ଅର୍ଶଦୀପ ସିଂ । ଏହି ଓଭରରେ ମୋଟ 26 ରନ ଦେଇଥିଲେ । 20 ତମ ଓଭରରେ ଅକ୍ଷର ପଟେଲ 20 ରନ ଦେଇଥିଲେ । ଶେଷରେ 16 ରନରେ ଦକ୍ଷିଣ ଆଫ୍ରିକା ପରାସ୍ତ ହୋଇଥିଲା । 3 ୱିକେଟ ହରାଇ ଦଳ 221 ରନ କରିଥିଲା । ଡି'କକ୍ ଅପରାଜିତ 69 ଓ ଆଡେନ ମାରକ୍ରମ 33 ରନ କରିଥିଲେ ।
ସୂର୍ଯ୍ୟକୁମାର ଓ କୋହଲି ଦ୍ରୁତତମ ଶତକ ଭାଗୀଦାରି କରିଛନ୍ତି । ସେମାନେ ୪୨ ବଲରେ ୧୦୨ ରନ କରିଛନ୍ତି । ଏହା ବ୍ୟତୀତ ଅନ୍ତର୍ଜାତୀୟ ଟି-୨୦ରେ ଭାରତ ସର୍ବାଧିକ ବାଉଣ୍ଡରି କରିବାରେ ରେକର୍ଡ ହାସଲ କରିଛି। ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚରେ ୩୮ଟି ବାଉଣ୍ଡରି ହୋଇଛି। ଏଥିରେ ୨୫ଟି ଚୌକା ଓ ୧୩ଟି ଛକା ଅଛି। ଏହା ଟି-୨୦ରେ ଭାରତର ଦ୍ୱିତୀୟ ସର୍ବାଧିକ ବାଉଣ୍ଡରୀ। ସେହିପରି ସୂର୍ଯ୍ୟକୁମାର ଦ୍ରୁତତମ ୧୦୦୦ ରନ କରିବାର ରେକର୍ଡ କରିଛନ୍ତି। ସେ ୧୭୪ ଷ୍ଟ୍ରାଇକ ରେଟ ସହ ୫୭୩ ବଲରେ ହଜାର ରନ ପୂରଣ କରିଛନ୍ତି। ପୂର୍ବରୁ ମ୍ୟାକ୍ସୱେଲ ୬୦୪, ମୁନରୋ ୬୩୫ ବଲରେ ଏହି କୀର୍ତ୍ତିମାନ କରିଥିଲେ।












Click it and Unblock the Notifications