IND vs SA: ଟେଷ୍ଟ ପରେ ଦିନିକିଆ ସିରିଜ ହାରିଲା ଭାରତ, 7 ୱିକେଟରେ 2ୟ ମ୍ୟାଚ ଜିତିଲା ଦକ୍ଷିଣ ଆଫ୍ରିକା

ଭାରତ ବନାମ ଦକ୍ଷିଣ ଆଫ୍ରିକା ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ଦ୍ୱିତୀୟ ମ୍ୟାଚରେ ପରାଜୟର ସ୍ୱାଦ ଚାଖିଲା ଭ୍ରମଣକାରୀ ଭାରତ । ଆଜି ଖେଳାଯାଉଥିବା 2ୟ ମ୍ୟାଚକୁ 7 ୱିକେଟରେ ଜିତିଲା ଦକ୍ଷିଣ ଆଫ୍ରିକା । ଟେଷ୍ଟ ସିରିଜ ପରେ ତିନି ମ୍ୟାଚ ବିଶିଷ୍ଟ ଦିନି

ପାର୍ଲ: ଭାରତ ବନାମ ଦକ୍ଷିଣ ଆଫ୍ରିକା ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ଦ୍ୱିତୀୟ ମ୍ୟାଚରେ ପରାଜୟର ସ୍ୱାଦ ଚାଖିଲା ଭ୍ରମଣକାରୀ ଭାରତ । ଆଜି ଖେଳାଯାଉଥିବା 2ୟ ମ୍ୟାଚକୁ 7 ୱିକେଟରେ ଜିତିଲା ଦକ୍ଷିଣ ଆଫ୍ରିକା । ଟେଷ୍ଟ ସିରିଜ ପରେ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ହାତେଇଲା ଘରୋଇ ଦଳ । ଅଧିନାୟକ ଭାର କାନ୍ଧକୁ ନେଇଥିବା କେଏଲ ରାହୁଲଙ୍କ ବଡ ବିଫଳତା ।

IND vs SA

ଆୟୋଜକ ଦଳ ପାଇଁ ଆଡେନ ମାକ୍ରମ (37) ଏବଂ ରସି ଭାନ୍ ଡେର ଡୁସେନ (37) ରନର ବିଜୟ ପାଳି ଖେଳିଛନ୍ତି । ତାଙ୍କ ବ୍ୟତିତ ଦୁଇ ଓପନର କ୍ୱିଣ୍ଟନ୍ ଡି କକ୍ (78) ଏବଂ ଜାନେମାନ୍ ମାଲାନ୍ (91) ରନର ପାଳି ଖେଳିଛନ୍ତି । ଅଧିନାୟକ ତେମ୍ବା ବାଭୁମା ମଧ୍ୟ 35 ରନ କରିଛନ୍ତି ।

ଦ୍ୱିତୀୟ ଦିନିକିଆରେ ଭାରତୀୟ ଅଧିନାୟକ କେଏଲ୍ ରାହୁଲ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଆବଣ୍ଟିତ 50 ଓଭରରେ 6 ଟି ୱିକେଟ୍ ହରାଇ ଭାରତ 287 ରନ୍ ସଂଗ୍ରହ କରିଛି। ଅଲରାଉଣ୍ଡର ଶାର୍ଦ୍ଦୁଲ ଠାକୁର 40 ରେ ଅପରାଜିତ ରହି ରବିଚନ୍ଦ୍ରନ ଅଶ୍ୱିନ 25 ରନ ସ୍କୋର କରିଥିଲେ। ଉଭୟ ସପ୍ତମ ୱିକେଟ୍ ପାଇଁ ଅପରାଜିତ 48 ରନ୍ ବାଣ୍ଟି ଭାରତକୁ ଏକ ସମ୍ମାନଜନକ ସ୍କୋରକୁ ନେଇଥିଲେ। ଏମାନଙ୍କ ବ୍ୟତୀତ ଋଷଭ ପନ୍ତ ଏବଂ କେଏଲ୍ ରାହୁଲ ଅର୍ଦ୍ଧଶତକ ହାସଲ କରିଥିଲେ।

ତେବେ ଓପନର୍ ଶିଖର ଧାୱନ ଏବଂ କେଏଲ୍ ରାହୁଲ ପ୍ରଥମ ୱିକେଟ୍ ପାଇଁ 63 ରନ୍ ଭାଗିଦାରୀ ବାଣ୍ଟିଥିଲେ। ଭାରତୀୟ ଇନିଂସର ପ୍ରଥମ ୱିକେଟ୍ ଦ୍ୱାଦଶ ଓଭରରେ ଖସିଥିଲା , ​ଯେତେବେଳେ ଶିଖର ଧୱନ (29 ରନ)ରେ ଆଉଟ୍ ହୋଇଥିଲେ । ଏହା ପରେ ବିରାଟ କୋହଲି ତିନି ନମ୍ବରରେ ବ୍ୟାଟିଂ ପାଇଁ ଆସିଥିଲେ । ପରବର୍ତ୍ତୀ ଓଭରରେ କୋହଲି କେଶବ ମହାରାଜଙ୍କ ଓଭରରେ ବିନା ଖାତା ଖୋଲି ଆଉଟ୍ ହୋଇଥିଲେ । ସେ 5 ଟି ବଲ ଖେଳିଥିଲେ, କିନ୍ତୁ କୌଣିସି ବି ରନ କରିବାରେ ବିଫଳ ହୋଇଥିଲେ। ତାଙ୍କ ଦିନିକିଆ କ୍ୟାରିୟରରେ ପ୍ରଥମ ଥର ପାଇଁ କୋହଲି ଜଣେ ସ୍ପିନରଙ୍କ ହାତରେ ଶୂନ ପାଇଁ ବରଖାସ୍ତ ହୋଇଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+