Get Updates
Get notified of breaking news, exclusive insights, and must-see stories!

ପ୍ରଥମ ଦିନିକିଆ: ଟସ୍ ହାରିଲେ ଅଧିନାୟକ ରାହୁଲ, ଡେବ୍ୟୁ କଲେ ଭେଙ୍କଟେଶ ଆୟର୍

ଭାରତ ବନାମ ଦକ୍ଷିଣ ଆଫ୍ରିକା 3 ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍ ପାରଲରେ ଖେଳାଯାଉଛି । କେଏଲ ରାହୁଲଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ଗ୍ରାଉଣ୍ଡରେ ଅବତରଣ କରିଛି । ଦକ୍ଷିଣ ଆଫ୍ରିକା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି ।

ନୂଆଦିଲ୍ଲୀ: ଭାରତ ବନାମ ଦକ୍ଷିଣ ଆଫ୍ରିକା 3 ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍ ପାରଲରେ ଖେଳାଯାଉଛି । କେଏଲ ରାହୁଲଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ଗ୍ରାଉଣ୍ଡରେ ଅବତରଣ କରିଛି । ଦକ୍ଷିଣ ଆଫ୍ରିକା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି ।

IND vs SA, 1st ODI

କେଏଲ ରାହୁଲ କହିଛନ୍ତି ଯେ, ଭାରତ ପ୍ରଥମେ ବ୍ୟାଟିଂ କରିବାକୁ ଚାହୁଁଥିଲା । ଭେଙ୍କଟେଶ ଆୟର୍ ପ୍ରଥମ ଦିନିକିଆରେ ଭାରତ ପାଇଁ ଡେବ୍ୟୁ କରିବେ । ଅନ୍ୟପକ୍ଷରେ ଶ୍ରେୟାସ ଆୟର 4 ନମ୍ବରରେ ବ୍ୟାଟିଂ କରିବେ। ତେବେ ଯଦି ଘରୋଇ ଦଳ କଥା କହିବା, ଏହି ସିରିଜରୁ କାଗିସୋ ରାବାଡାଙ୍କୁ ବିଶ୍ରାମ ଦିଆଯାଇଛି । ଦଳ ମାର୍କୋ ୟାନସେନଙ୍କୁ ସୁଯୋଗ ଦେଇଛି ।

ଟସ୍ ପରେ କେଏଲ୍ ରାହୁଲ କହିଛନ୍ତି ଯେ ଆମେ ମଧ୍ୟ ପ୍ରଥମେ ବ୍ୟାଟିଂ କରିବାକୁ ଚାହୁଁଛୁ। ଆମେ ଉଭୟ ଜିନିଷ ପାଇଁ ପ୍ରସ୍ତୁତ । ୱିକେଟ୍ ଟିକେ ଶୁଖିଲା ଦେଖାଯାଉଛି। ଆମର କିଛି ଗୁଣାତ୍ମକ ସ୍ପିନର ଅଛି । ଟେଷ୍ଟ ପରେ ଗତ ଦୁଇ ଦିନ ମଧ୍ୟରେ ଅନେକ ଘଟଣା ଘଟିଥିବା ସେ କହିଛନ୍ତି। କୋହଲିଙ୍କ ଅଧିନାୟକତ୍ୱରେ ଆମର ଅନେକ ଖେଳାଳି ଡେବ୍ୟୁ କରିଥିଲେ ।

  • ଟିମ୍ ଇଣ୍ଡିଆ ଚୁଡାନ୍ତ ଏକାଦଶ: କେଏଲ୍ ରାହୁଲ (ଅଧିନାୟକ), ବିରାଟ କୋହଲି, ଶ୍ରେୟସ୍ ଆୟର, ଭେଙ୍କଟେଶ ଆୟର, ଶିଖର ଧାୱନ, ଋଷଭ ପନ୍ତ, ଶାର୍ଦ୍ଦୁଲ ଠାକୁର, ଆର ଅଶ୍ୱିନ, ଭୁବନେଶ୍ୱର କୁମାର, ଜସପ୍ରୀତ ବୁମରା, ୟୁଜବେନ୍ଦ୍ର ଚହଲ ।
  • ଦକ୍ଷିଣ ଆଫ୍ରିକା ଚୁଡାନ୍ତ ଏକାଦଶ: କ୍ୱିଣ୍ଟନ୍ ଡି କକ୍, ଜାନେମାନ ମଲାନ, ଆଡେନ ମାର୍କ୍ରାମ, ରସି ଭାନ ଡେର ଡୁସେନ, ଟେମ୍ବା ବାଭୁମା, ଡେଭିଡ ମିଲର, ଆଣ୍ଡାଇଲ ଫୁହକାୟୋ, ମାର୍କୋ ୟାନସେନ୍, କେଶବ ମହାରାଜ, ତାବ୍ରେଜ ସାମସି, ଲୁଙ୍ଗି ନିଗିଡି ।
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+