Get Updates
Get notified of breaking news, exclusive insights, and must-see stories!

ପ୍ରଥମ ଦିନିକିଆ: ଧୂମ ଛେଚା ଖାଇଲେ ବୋଲର୍, ଭାରତ ଆଗରେ ବିଶାଳ ବିଜୟ ଲକ୍ଷ୍ୟ

ଅଧିନାୟକ ତେମ୍ବା ବାଭୁମା ଏବଂ ରସି ଭାନ୍ ଡେର୍ ଡୁସେନଙ୍କ ଅପରାଜିତ ଚମତ୍କାର ଶତକ ବଳରେ ଦକ୍ଷିଣ ଆଫ୍ରିକା ନିର୍ଦ୍ଧାରିତ 50 ଓଭରେ 296 ରନ ସଂଗ୍ରହ କରିଛି । ଫଳରେ ଭ୍ରମଣକାରୀ ଭାରତୀୟ ଦଳ ଆଗରେ 297ରନ ବିଜୟ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି ।

ପାର୍ଲ: ଭାରତ ବନାମ ଦକ୍ଷିଣ ଆଫ୍ରିକା 3 ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍ ପାର୍ଲରେ ଖେଳାଯାଉଛି । ନୂଆ ଅଧିନାୟକ କେଏଲ ରାହୁଲଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ଆଜି ଅଣ୍ଡର ଡଗ୍ ସାବ୍ୟସ୍ତ ହୋଇଛି । ଘରୋଇ ଦଳର ମାତ୍ର 4 ୱିକେଟ ଶିକାର ବଦଳରେ ପାଣି ପରି ରନ ବୁହାଇଛନ୍ତି ଭାରତୀୟ ବୋଲର । ଅଧିନାୟକ ତେମ୍ବା ବାଭୁମା ଏବଂ ରସି ଭାନ୍ ଡେର୍ ଡୁସେନଙ୍କ ଅପରାଜିତ ଚମତ୍କାର ଶତକ ବଳରେ ଦକ୍ଷିଣ ଆଫ୍ରିକା ନିର୍ଦ୍ଧାରିତ 50 ଓଭରେ 296 ରନ ସଂଗ୍ରହ କରିଛି । ଫଳରେ ଭ୍ରମଣକାରୀ ଭାରତୀୟ ଦଳ ଆଗରେ 297ରନ ବିଜୟ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି ।

IND vs SA

ତେମ୍ବା ବାଭୁମା 143 ବଲରେ 110 ରନ୍ ସଂଗ୍ରହ କରିଛନ୍ତି । ଚତୁର୍ଥ ୱିକେଟ୍ ପାଇଁ ସେ ରାସି ଭାନ୍ ଡେର୍ ଡୁସେନଙ୍କ ସହ ମିଶି ସେ 204 ରନ୍ ଖାତାରେ ଯୋଡିଛନ୍ତି । 96 ବଲରୁ 129 ରନ କରି ଡୁସେନ୍ ଅପରାଜିତ ରହିଛନ୍ତି । ସେ 9ଟି ଚୌକା ଓ 4 ଟି ଛକା ମାରିଛନ୍ତି । ଶେଷ 10 ଓଭରରେ ଦଳ 86 ରନ୍ ସଂଗ୍ରହ କରିଥିଲା। ତେମ୍ବା ବାଭୁମା ଟସ୍ ଜିତି ମ୍ୟାଚ୍‌ରେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ତେବେ ଦଳର ଆରମ୍ଭ ଭଲ ନଥିଲା। ଜସପ୍ରୀତ ବୁମରା ପ୍ରଥମେ ଜାନେମାନ ମଲାନଙ୍କୁ 6 ରନରେ ବରଖାସ୍ତ କରିଥିଲେ।

ପରେ ଆକ୍ରମଣାତ୍ମକ ବ୍ୟାଟ୍ସମ୍ୟାନ୍ ଆଡେନ ମାର୍କ୍ରାମ (4) ଏକ ବଡ଼ ଇନିଂସ ଖେଳିବାରେ ବିଫଳ ହୋଇଥିଲେ । ସେହିପରି ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ କ୍ୱିଣ୍ଟନ୍ ଡି କକ୍ ଭଲ ଆରମ୍ଭ ପରେ ବଡ଼ ସ୍କୋର କରି ପାରିନଥିଲେ। ସେ 41 ଟି ବଲରୁ 25 ରନ୍ କରିବା ପରେ ଅଫ୍ ସ୍ପିନର ଆର ଅଶ୍ୱିନଙ୍କ ଦ୍ୱାରା ଆଉଟ୍ ହୋଇଥିଲା। ସେ ୨ଟି ଚୌକା ମାରିଥିଲେ। 68 ରନ୍ ପାଇଁ 3 ୱିକେଟ୍ ଖସିଯିବା ପରେ ବାଭୁମା ଏବଂ ଡୁସେନ୍ ଦଳୀୟ ପାଳିକୁ ସମ୍ଭାଳି ଥିଲେ। ଟିମ୍ ଇଣ୍ଡିଆ ଏହି ମ୍ୟାଚରେ ଭେଙ୍କଟେଶ ଆୟରଙ୍କୁ ଡେବ୍ୟୁ କରାଇଛି । କିନ୍ତୁ ସେ ଗୋଟିଏ ବି ଓଭର ବୋଲିଂ କରି ନଥିଲେ। ଲେଗ୍ ସ୍ପିନର ୟୁଜଭେନ୍ଦ୍ର ଚହଲ ଏବଂ ସିନିୟର ଫାଷ୍ଟ ବୋଲର ଭୂବନେଶ୍ୱର କୁମାର ୱିକେଟ୍ ଶୂନ୍ୟ ରହିଥିଲେ । ବୁମରା ୨ଟି ୱିକେଟ୍ ନେଇଥିଲେ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+