Get Updates
Get notified of breaking news, exclusive insights, and must-see stories!

IND vs PAK, ଏସିଆ କପ୍ 2023: ବିରାଟଙ୍କ ପାଇଁ ପାଗଳ ଏହି ପାକିସ୍ତାନୀ ସୁନ୍ଦରୀ, ଜାଣନ୍ତୁ, କିଏ ଏହି ମହିଳା ?

IND vs PAK Asia Cup 2023 (ଇଣ୍ଡିଆ ବନାମ ପାକିସ୍ଥାନ ଏସିଆ କପ୍ ମ୍ୟାଚ୍ 2023): ଏସିଆ କପ 2023ରେ ଆଜି ଅର୍ଥାତ୍ ଶନିବାର ଦୁଇ ପାରପାମ୍ପାରିକ ପ୍ରତିଦ୍ବନ୍ଦ୍ୱୀ ଭାରତ ଏବଂ ପାକିସ୍ତାନର ମୁହାଁମୁହିଁ ହେବେ । ଏହି ମ୍ୟାଚ୍ ପାଲଲେକେ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଖେଳାଯିବ । ଭାରତୀୟ ସମୟ ଅପରାହ୍ନ 3ଟାରୁ ମ୍ୟାଚ ଆରମ୍ଭ ହେବ ।

ତେବେ ଆପଣ ଜାଣିଥିବେ ପାକିସ୍ତାନୀ ଏବଂ ଭାରତୀୟ କ୍ରିକେଟରଙ୍କ ମଧ୍ୟରେ ବନ୍ଧୁତ୍ୱର ଅନେକ କାହାଣୀ ପ୍ରସିଦ୍ଧ । ମାତ୍ର ଯେତେବେଳେ ପ୍ରଶଂସକଙ୍କ କଥା ଆସେ, ସୀମା ଏବଂ ଧର୍ମ ଭୁଲି ଉଭୟ ଦେଶର ଖେଳାଳିଙ୍କ ଉଭୟ ଦେଶରେ ଅନେକ ପ୍ରସଂଶକ ରହିଛନ୍ତି । ଆଜି ଆମେ ଆପଣଙ୍କୁ କହିବୁ ପାକିସ୍ତାନର ଜଣେ ଫ୍ୟାନ୍ ଯିଏ ଭାରତୀୟ ଷ୍ଟାର କ୍ରିକେଟର୍ ବିରାଟ୍ କୋହଲିଙ୍କ ପାଇଁ ପାଗଳ ।

Virat Kohli Die Heart Fan

ଏହି ପାକିସ୍ତାନୀ ସୁନ୍ଦରୀ ତାଙ୍କ ସୋସିଆଲ ମିଡିଆରେ ବିରାଟ କୋହଲି ଏବଂ ଭାରତ ପ୍ରତି ଥିବା ଭଲ ପାଇବା ସବୁ ବେଳେ ପୋଷ୍ଟ କରନ୍ତି ।
ତାଙ୍କ ନାମ ଲୁଭ ଖାନି । କିନ୍ତୁ ପ୍ରକୃତ ନାମ ଫିଜା ଖାନ । ଫିଜା ଖାନ ହିନ୍ଦୀ ଗୀତକୁ ବହୁତ ଭଲ ପାଆନ୍ତି । ସେ ସୋସିଆଲ ମିଡିଆରେ ଲୁଭ ଖାନିଙ୍କ ନାମରେ ପ୍ରସିଦ୍ଧ । ଇନଷ୍ଟାଗ୍ରାମରେ ଫିଜାଙ୍କର 2.5 ମିଲିୟନ୍ ଫଲୋର୍ସ ଅଛନ୍ତି ।

ଲୁଭ ଖାନି ପାକିସ୍ତାନରେ ଜନ୍ମ ହୋଇଥିଲେ ମଧ୍ୟ ବହୁ ବର୍ଷ ଧରି ଦୁବାଇରେ ରୁହନ୍ତି । ଉଭୟ ଭାରତ ଏବଂ ପାକିସ୍ତାନ ପାଇଁ ଫିଜାଙ୍କ ଭଲ ପାଇବା ରହିଛି । କାରଣ ଯେତେବେଳେ ସେ ଭାରତ ଏବଂ ପାକିସ୍ଥାନ ମଧ୍ୟରେ ମ୍ୟାଚ୍ ଦେଖିବାକୁ ଯାଆନ୍ତି, ସେତେବେଳେ ସେ ଗୋଟିଏ ଗାଲରେ ଭାରତୀୟ ପତାକା ଏବଂ ଅନ୍ୟ ପଟେ ପାକିସ୍ତାନୀ ପତାକା ଆଙ୍କିଥାନ୍ତି ।

ବିରାଟ ତାଙ୍କର ପ୍ରିୟ, ତେଣୁ ସେ ଭାରତକୁ ମଧ୍ୟ ଭଲ ପାଆନ୍ତି । ଯେତେବେଳେ ଉଭୟ ଦେଶ ପରସ୍ପରର ସମ୍ମୁଖୀନ ହୁଅନ୍ତି, ସେତେବେଳେ ସେମାନେ ଉଭୟଙ୍କୁ ସମାନ ଭାବରେ ସମର୍ଥନ କରନ୍ତି । ତାଙ୍କ ପରିବାର, ବନ୍ଧୁ ଏବଂ ସମ୍ପର୍କୀୟମାନେ ମଧ୍ୟ ଭାରତ ପ୍ରତି ତାଙ୍କର ପ୍ରେମକୁ ସମର୍ଥନ କରନ୍ତି । ଲୁଭ ଖାନି କ୍ରିକେଟକୁ ବହୁତ ଭଲ ପାଆନ୍ତି । ଭାରତ ଏବଂ ପାକିସ୍ଥାନ ମଧ୍ୟରେ ପ୍ରତିଯୋଗିତାକୁ ଉପଭୋଗ କରିବା ପାଇଁ ଲୁଭ ଖାନି କୌଣସି ସୁଯୋଗ ଛାଡନ୍ତି ନାହିଁ। ଏସିଆ କପରେ ଭାରତ ଓ ପାକିସ୍ତାନ ମ୍ୟାଚ ଦେଖିବା ପାଇଁ ସେ ଶ୍ରୀଲଙ୍କାରେ ପହଞ୍ଚି ସାରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+