ଭାରତ-ପାକିସ୍ତାନ ଏସିଆ କପ୍ 2023: ଟିମ୍ ଇଣ୍ଡିଆର ଦମଦାର ଆରମ୍ଭ, ଦୁଇ ଓପନରଙ୍କ ଅର୍ଦ୍ଧଶତକ
IND vs PAK Super 4 Match in Asia Cup 2023: ଆଜି (ରବିବାର) ଖେଳାଯାଉଛି ଭାରତ ବନାମ ପାକିସ୍ତାନ ଏସିଆ କପ୍ 2023ର ସୁପର-4 ମୁକାବିଲା । କଲମ୍ବୋରେ ଖେଳା ଯାଉଥିବା ଏହି ମ୍ୟାଚରେ ଟିମ୍ ଇଣ୍ଡିଆ ପ୍ରଥମେ ବ୍ୟାଟିଂ ଆମନ୍ତ୍ରଣ ପାଇଛି । କାରଣ ଟସ୍ ଜିତି ପ୍ରଥମେ ବୋଲିଂ କରୁଛି ପାକିସ୍ତାନ ।
ତେବେ ପାକିସ୍ତାନ ଟସ୍ ଜିତିବା ବ୍ୟତିତ ମ୍ୟାଚରେ ଅଧିକ କିଛି କରିପାରି ନାହିଁ । କାରଣ ପ୍ରଥମେ ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ଭାରତୀୟ ଦଳର ଦୁଇ ଓପନର ଦଳକୁ ଦମଦାର ଆରମ୍ଭ ଦେଇଛନ୍ତି । ଦୁଇ ଓପରନ ରୋହିତ ଶର୍ମା ଓ ଶୁଭମନ ଗିଲ୍ ଦଳ ପାଇଁ ଶତକୀୟ ଭାଗିଦାର କରିଛନ୍ତି ।

ଅଧିନାୟକ ରୋହିତ 4ଟି ଛକା ଓ 6ଟି ଚୌକା ସହ 49 ବଲରୁ 56 ରନର ଅର୍ଦ୍ଧଶତକୀୟ ପାଳି ଖେଳିଛନ୍ତି । ସେହିପରି ଅନ୍ୟତମ ଯୁବ ଓପନର ଶୁଭମାନ ଗିଲ୍ 51 ବଲରୁ 58 ରନ ସହ ଅପରାଜିତ ରହିଛନ୍ତି । ରିପୋର୍ଟ ଲେଖାଯିବା ବେଳକୁ ଭାରତ ଗୋଟିଏ ୱିକେଟ ହରାଇ 17 ଓଭରେ 122 ରନ ସ୍କୋର କରିଛି । ରୋହିତ୍ ଶର୍ମା ଆଉଟ୍ ହେବା ପରେ ପଡିଆକୁ ଓହ୍ଲାଇଛନ୍ତି ବିରାଟ୍ କୋହଲି ।
ସୂଚନାଥଆଉ କି, ଭାରତୀୟ ଏକାଦଶରେ ଦୁଇଟି ପରିବର୍ତ୍ତନ କରାଯାଇଛି । ଦୀର୍ଘଦିନ ପରେ ଦଳରେ ସ୍ଥାନ ପାଇଛନ୍ତି କେଏଲ ରାହୁଲ । ସେ ଆଜି ଶ୍ରେୟସ ଆୟରଙ୍କ ସ୍ଥାନରେ 4ର୍ଥ ନମ୍ବରରେ ବ୍ୟାଟିଂ କରିବେ । ସେହିପରି ନୂଆ କରି ପିତା ହୋଇଥିବା ଜସପ୍ରୀତ ବୁମରା ଭାରତରୁ ଫେରିଛନ୍ତି । ତେଣୁ ଦୃତ ବୋଲର ମହମ୍ମଦ ଶାମିଙ୍କ ସ୍ଥାନରେ ତାଙ୍କୁ ଦଳରେ ସ୍ଥାନ ମିଳିଛି ।
- ଭାରତୀୟ ଏକାଦଶ: ରୋହିତ ଶର୍ମା (ଅଧିନାୟକ), ଶୁଭମନ ଗିଲ, ବିରାଟ କୋହଲି, କେ.ଏଲ୍ ରାହୁଲ, ଇଶାନ କିଶନ (ୱିକେଟକିପର), ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, ଶାର୍ଦ୍ଦୁଲ ଠାକୁର, କୁଲଦୀପ ଯାଦବ, ଜସପ୍ରୀତ ବୁମରା, ମହମ୍ମଦ ସିରାଜ ।
- ପାକିସ୍ତାନ ଏକାଦଶ: ଫଖର ଜମାନ, ଇମାମ-ଉଲ-ହକ, ବାବର ଆଜାମ (ଅଧିନାୟକ), ମହମ୍ମଦ ରିଜୱାନ (ୱିକେଟକିପର), ଆଗା ସଲମାନ, ଇଫ୍ଟିଖର ଅହମ୍ମଦ, ଶାଦବ ଖାନ, ଫହିମ ଆଶରଫ, ଶାହିନ ଆଫ୍ରିଦି, ନାସିମ ଶାହା, ହରିସ ରାଉଫ ।












Click it and Unblock the Notifications