IND vs PAK : ଭାରତକୁ 147 ରନର ଟାର୍ଗେଟ ଦେଲା ପାକିସ୍ତାନ, କୁଲଦୀପଙ୍କୁ ଚାରିଟି ୱିକେଟ
ଏସିଆ କପର ଫାଇନାଲରେ ପାକିସ୍ତାନ ଭାରତ ପାଇଁ ୧୪୭ ରନର ଟାର୍ଗେଟ ଦେଇଥିଲା। ଭାରତ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା ଏବଂ ରିଷ୍ଟ ସ୍ପିନର କୁଲଦୀପ ଯାଦବଙ୍କ ଚମତ୍କାର ବୋଲିଂ ପ୍ରଦର୍ଶନ ଯୋଗୁଁ ପାକିସ୍ତାନ ୧୯.୧ ଓଭରରେ ୧୪୬ ରନରେ ଅଲଆଉଟ ହୋଇଯାଇଥିଲା।

ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମଠରେ ରବିବାର ଖେଳାଯାଉଥିବା ଏସିଆ କପ ଫାଇନାଲରେ ଭାରତ ଆଗରେ ୧୪୭ ରନର ଲକ୍ଷ୍ୟ ରଖିଛି ପାକିସ୍ତାନ । ପ୍ରଥମେ ବ୍ୟାଟିଂ କରିଥିବା ପାକିସ୍ତାନ ୧୯.୧ ଓଭରରେ ୧୪୬ ରନ କରି ଅଲଆଉଟ ହୋଇଯାଇଥିଲା ।
ଏହି ମ୍ୟାଚରେ ଭାରତ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଏହି ମ୍ୟାଚରେ ଭାରତ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିନା ପଡ଼ିଆକୁ ଓହ୍ଲାଇଥିଲା । ପାକିସ୍ତାନର ଦୁଇ ଓପନର ଫକର ଜମାନ ଓ ସାହିବଜାଦା ଫରହାନ ଆରମ୍ଭରୁ ଭାରତୀୟ ବୋଲରଙ୍କ ଉପରେ ପ୍ରବଳ ଆକ୍ରମଣ କରି ପ୍ରଥମ ଓ୍ବିକେଟ ଯୋଡ଼ିରେ ୮୪ ରନ ଯୋଡ଼ିଥିଲେ । ଫରହାନ ୫୭ ରନ କରିଥିବାବେଳେ ଜମାନ ୪୬ ରନ କରିଥିଲେ। କିନ୍ତୁ ଭାରତ ପାଇଁ ପ୍ରଥମ ସଫଳତା ଆଣିଥିଲେ ବରୁଣ ଚକ୍ରବର୍ତ୍ତି । ସେ ଫରହାନଙ୍କୁ ଆଉଟ କରିଥିଲେ । ଏହା ପରେ ପାକିସ୍ତାନର ବ୍ୟାଟିଂ ବିପର୍ଯ୍ୟୟ ଆରମ୍ଭ ହୋଇଥିଲେ । ୩ୟ ସ୍ଥାନରେ ଆସିଥିଲା ସଲିମ ଆୟୁବ ୧୪ ରନ କରିଥିବାବେଳେ ଅନ୍ୟ ବ୍ୟାଟ୍ସମ୍ୟାନମାନେ ଦୁଇ ଅଂକ ଛୁଇଁ ପାରିନଥିଲେ ।
ଭାରତ ପକ୍ଷରୁ କୁଳଦୀପ ଯାଦବ ୪ଟି ଓ୍ବିକେଟ ନେଇଥିବାବେଳେ ବରୁଣ ଚକ୍ରବର୍ତ୍ତି, ଅକ୍ଷର ପଟେଲ ଓ ଯଶପ୍ରୀତ ବୁମରା ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ ।












Click it and Unblock the Notifications