ଭାରତ ବନାମ ପାକିସ୍ତାନ ମହାମୁକାବିଲା: ବିରାଟଙ୍କ ଉପରେ ସମସ୍ତଙ୍କ ନଜର

ଚାମ୍ପିଅନ୍ସ ଟ୍ରଫିରେ ଦେଖିବାକୁ ମିଳିବ ହାଇ ଭୋଲଟେଜ୍ ମ୍ୟାଚ । ସାମ୍ନାସାମ୍ନି ହେବେ ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ଭାରତ-ପାକିସ୍ତାନ । ଏଥିପାଇଁ କାଉଣ୍ଟ ଡାଉନ ଆରମ୍ଭ ହୋଇ ଗଲାଣି । କିଏ ହାରିବ ଆଉ କିଏ ଜିତିବ, ତାକୁ ନେଇ କଳ୍ପନାଜଳ୍ପନା ।

ଆଜିର ମ୍ୟାଚ୍ ପାଇଁ ଟିମ୍ ଇଣ୍ଡିଆର ଷ୍ଟାର ବ୍ୟାଟର ବିରାଟ କୋହଲିଙ୍କ ଉପରେ ସମସ୍ତଙ୍କ ନଜର ରହିଛି । ପାକିସ୍ତାନ ବିପକ୍ଷରେ ଭଲ ରେକର୍ଡ ରହିଛି । ପାକିସ୍ତାନ ବିପକ୍ଷରେ ୧୬ଟି ମ୍ୟାଚରେ ୬୭୮ ରନ୍ କରିଛନ୍ତି । ଏହା ମଧ୍ୟରେ ସର୍ବାଧିକ ୧୮୩ ରନ୍ ରହିଛି । ୨ଟି ଅର୍ଦ୍ଧଶତକ ଏବଂ ୩ଟି ଶତକ ମାରିଛନ୍ତି ।

ପାକିସ୍ତାନ ବିପକ୍ଷରେ କିନ୍ତୁ କୋହଲିଙ୍କ ପ୍ରଦର୍ଶନ ସୀମିତ ଓଭର ଫର୍ମାଟରେ ଚମତ୍କାର ରହିଛି। ଗତ ୨୦୨୨ ଟ୍ବେଣ୍ଟି-୨୨ ବିଶ୍ବକପ୍‌ରେ ମେଲବର୍ଣ୍ଣରେ କୋହଲି ୫୩ ବଲ୍‌ରୁ ୮୨ ରନ୍ କରିଥିଲେ। ମୋଟ ଉପରେ ପାକିସ୍ତାନ ବିପକ୍ଷରେ କୋହଲି ୧୬ ଦିନିକିଆରୁ ୫୨.୧୫ ହାରରେ ୬୭୮ ରନ୍ ସଂଗ୍ରହ କରିଛନ୍ତି। ଷ୍ଟ୍ରାଇକ୍‌ ରେଟ୍‌ ବି ଉଚ୍ଚ (୧୦୦.୨୯)ରେ ରହିଛି। ଏହା ଭିତରେ ୩ ଶତକ ଓ ୨ ଅର୍ଦ୍ଧଶତକ ସାମିଲ ଅଛି।

Ind Vs Pak

ଦୁଇ ଘଣ୍ଟା ଆଗରୁ ଅଭ୍ୟାସ କଲେ କୋହଲି
ଫର୍ମକୁ ନେଇ ସଂଘର୍ଷ କରୁଥିବା ବିରାଟ କୋହଲି ପାକିସ୍ତାନ ବିପକ୍ଷ ମହାମୁକାବିଲା ପୂର୍ବରୁ ନିଜକୁ ଅତିରିକ୍ତ ପ୍ରସ୍ତୁତିରେ ସାମିଲ କରିଛନ୍ତି। ଶନିବାର ଆଇସିସି ଏକାଡେମିରେ ଭାରତୀୟ ଦଳର ପ୍ରସ୍ତୁତି ଆରମ୍ଭର ୨ ଘଣ୍ଟା ପୂର୍ବରୁ କୋହଲି ହାଜର ହୋଇ ସ୍ପିନ୍ ବିପକ୍ଷରେ ଅତିରିକ୍ତ ସମୟ ବ୍ୟାଟିଂ ଅଭ୍ୟାସ କରିଛନ୍ତି।

ଭାରତୀୟ ସମ୍ଭାବ୍ୟ ଏକାଦଶ: ରୋହିତ ଶର୍ମା (ଅଧିନାୟକ), ଶୁବମନ ଗିଲ୍‌, ବିରାଟ କୋହଲି, ଶ୍ରେୟସ ଆୟର, କେଏଲ୍ ରାହୁଲ୍ (ୱିକେଟରକ୍ଷକ), ହାର୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜା‌‌ଡ଼େଜା, ଅକ୍ଷର ପଟେଲ୍‌, ହର୍ଷିତ ରାଣା, ମହମ୍ମଦ ସାମି, କୁଲଦୀପ ୟାଦବ।

ପାକିସ୍ତାନ ସମ୍ଭାବ୍ୟ ଏକାଦଶ: ଇମାମ ଉଲ୍ ହକ୍‌, ବାବର ଆଜମ, ସୌଦ ସକିଲ୍‌, ମହମ୍ମଦ ରିଜୱାନ (ଅଧିନାୟକ, ୱିକେଟରକ୍ଷକ), ସଲମାନ ଆଘା, ତୟାବ ତାହିର, ଖୁସଦିଲ ସାହା, ସାହିନ ସାହା ଆଫ୍ରିଦୀ, ନସିମ୍ ସାହା, ହାରିସ ‌ରୌଫ, ଆବ୍ରାର ଅହମ୍ମଦ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+