IND vs PAK: କ୍ରିକେଟ ଇତିହାସରେ ଭାରତ ବନାମ ପାକିସ୍ତାନ ବିବାଦ, ଆଫ୍ରିଦିଙ୍କୁ ଛାଡ଼ି ନଥିଲେ...
IND vs PAK: ଆସନ୍ତାକାଲି ଖେଳାଯିବ ଚାମ୍ପିୟନସ ଟ୍ରଫିର ସବୁଠୁ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ । ମୁହାଁମୁହିଁ ହେବ ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ୱୀ ଭାରତ ଏବଂ ପାକିସ୍ତାନ । ଗୁଜୁରାଟର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ ଏହି ମ୍ୟାଚ । ଭାରତୀୟ ସମୟ ଅନୁଯାୟୀ ମ୍ୟାଚ ଅପରାହ୍ନ ୨:୩୦ଟାରୁ ଆରମ୍ଭ ହେବ ମ୍ୟାଚ୍ ।
ଦୁଇ ଦଳ ବର୍ତ୍ତମାନ ସୁଦ୍ଧା ବିଶ୍ଵକପରେ ଅପରାଜୟ ଅଛନ୍ତି । ଭାରତ ଦୁଇଟିରୁ ଦୁଇଟି ମ୍ୟାଚ୍ ଜିତିଥିବା ବେଳେ ପାକିସ୍ତାନ ବି ଦୁଇଟିରୁ ଦୁଇଟି ମ୍ୟାଚ୍ ଜିତିଛି । ଭାରତ ଶକ୍ତିଶାଳୀ ଅଷ୍ଟ୍ରେଲିଆ ଓ ଆଫଗାନିସ୍ତାନ ବିପକ୍ଷରେ ବିଜୟ ହାସଲ କରିଥିବା ବେଳେ ପାକିସ୍ତାନ ନେଦରଲ୍ୟାଣ୍ଡ ଓ ଶ୍ରୀଲଙ୍କାକୁ ପରାସ୍ତ କରିଛି।
ତେବେ ଯେତେବେଳେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ୍ ଥାଏ, ସେତେବେଳେ ଖେଳାଳିଙ୍କଠୁ ପ୍ରଶଂସକଙ୍କ ମଧ୍ୟରେ ଅଧିକ ଉତ୍କଣ୍ଠା ଦେଖିବାକୁ ମିଳିଥାଏ । ନିକଟରେ ଭାରତ ୨୦୨୩ ବିଶ୍ଵକପରେ ପାକିସ୍ତାନକୁ ପରାସ୍ତ କରିଥିଲା ।

ଆମେ ଯଦି ବିଗତ ଦିନରେ ପଡିଆ ଭିତରେ ମଧ୍ୟ ଦୁଇ ଦେଶର ଖେଳାଳିଙ୍କ ମଧ୍ୟରେ ଅନେକ ବିବାଦ ଦେଖା ଦେଇଛି । ଦୁଇ ପଡୋଶୀ ଦେଶ ମଧ୍ୟରେ କ୍ରିକେଟ୍ ସମୟରେ ଉତ୍ସାହ ଏବଂ ମନୋରଞ୍ଜନ ଶିଖରରେ ପହଞ୍ଚି ଥାଏ । ଏହି ଅବସରରେ ଭାରତ-ପାକିସ୍ତାନ ଦିନିକିଆ ଇତିହାସର ବିବାଦୀୟ ମୂହୁର୍ତ୍ତ ।
କିରଣ ମୋରେ ଓ ଜାଭେଦ୍ ମିଆଦାଦ
୧୯୯୨ ବିଶ୍ୱକପ୍ କଥା । ଭାରତ ଫିଲ୍ଡିଂ କରୁଥାଏ । ଆଉ ପାକିସ୍ତାନର ବ୍ୟାଟିଂ । ଆଉ ପଡିଆ ଭିତରେ ଆରମ୍ଭ ହୁଏ ବିବାଦ । ଭାରତୀୟ ୱିକେଟ କିପର କିରଣ ମୋରେ ଅପିଲ କରନ୍ତି, ଆଉ ରାଗି ଯାଆନ୍ତି ପାକିସ୍ତାନୀ ବ୍ୟାଟର ଜାଭେଦ୍ ମିଆଦାଦ । କିରଣ ମୋରେଙ୍କୁ ପ୍ରତି ଉତ୍ତର ଦେବା ପାଇଁ ବ୍ୟାଟ ଉପରକୁ ଟେକି ବାରମ୍ବାର ଡିଅନ୍ତି । ଆଉ ଆଜି ପର୍ଯ୍ୟନ୍ତ ବି ଫ୍ୟାନ ତାହା ଭୁଲି ପାରି ନାହାନ୍ତି ।
ଭେଙ୍କଟେଶ ପ୍ରସାଦ ଓ ଆମୀର ସୋହେଲ
ଭାରତ ବନାମ ପାକିସ୍ତାନ ମଧ୍ୟରେ ୧୯୯୬ ବିଶ୍ୱକପ ମ୍ୟାଚର ଦ୍ୱିତୀୟ କ୍ୱାର୍ଟର ଫାଇନାଲରେ ପୁଣି ଏକ ବିବାଦ ଦେଖିବାକୁ ମିଳିଥିଲା । ଭାରତୀୟ ଦ୍ରୁତ ବୋଲର ଭେଙ୍କଟେଶ ପ୍ରସାଦଙ୍କୁ ଚାରିଟି ଛକା ମାରିବା ପରେ ପାକିସ୍ତାନ ଓପନର୍ ଆମିର ସୋହେଲ ତାଙ୍କୁ ଇଙ୍ଗିତ କରି କିଛି କହୁନ୍ତି । ଆଉ କୁହନ୍ତି ପୁଣିଥରେ ବଲକୁ ସୀମାରେଖା ବାହାରକୁ ପଠାଇବେ । ହେଲେ ପ୍ରସାଦ ପରବର୍ତ୍ତୀ ବଲରେ ସୋହେଲଙ୍କୁ କ୍ଲିନ୍ ବୋଲ୍ଡ କରିଥିଲେ ।
ଗୌତମ ଗମ୍ଭୀର ଏବଂ ସାହିଦ ଆଫ୍ରିଦି
୨୦୦୭ ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଖେଳା ଯାଇଥିବା ଏକ ଦିନିକିଆ ମ୍ୟାଚ୍ ସମୟରେ ଏହି ଘଟଣା ଘଟିଥିଲା । ଯେତେବେଳେ ଗମ୍ଭୀର, ଆଫ୍ରିଦିଙ୍କ ବଲରେ ଚାରିଟି ଛକା ମାରିଥିଲେ ଆଫ୍ରିଦି ରାଗିଯାଇ ଗମ୍ଭୀରଙ୍କୁ ଦେଖିଲେ କିଛି କହିବାକୁ ଲାଗିଲେ । ଏହା ପରେ ରନ ନେବାବେଳେ ଉଭୟଙ୍କ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ତେବେ ଏହି ମାମଲାକୁ ଶାନ୍ତ କରିବାକୁ ଅମ୍ପାୟାର ମାନେ ହସ୍ତକ୍ଷେପ କରିଥିଲେ ।
ହରଭଜନ ସିଂ ଓ ଶୋଏବ ଅଖତର
ଏସିଆ କପ୍ ୨୦୧୦ ର ଏକ ମ୍ୟାଚ୍ ସମୟରେ ଏହି ବିବାଦ ଦେଖିବାକୁ ମିଳିଥିଲା । ଯେତେବେଳେ ଶୋଏବ ଅଖତର ଏକ ଡଟ୍ ବଲ୍ ଫିଙ୍ଗି ହରଭଜନ ସିଂଙ୍କୁ ଅସୁବିଧାରେ ପକାଇଲେ । ଆଉ ତାଙ୍କ ଆଡ଼କୁ ଅନେଇ କଣ କହିଥିଲେ, ଆଉ ସେତିକିବେଳେ ଭଜି ରାଗି ଯାଇଥିଲେ ।
ହରଭଜନ ଛକା ମାରି ଏହି ମ୍ୟାଚ ଭାରତକୁ ଜିତାଇ ଥିଲେ ।
ଗୌତମ ଗମ୍ଭୀର ଓ କାମରନ୍ ଅକମଲ
୨୦୧୦ ରେ ଏସିଆ କପ୍ ମ୍ୟାଚ୍ ସମୟରେ ଗୌତମ ଗମ୍ଭୀର ବ୍ୟାଟିଂ କରୁଥିଲେ ଏବଂ ଷ୍ଟମ୍ପ ପଛରୁ କାମରନ୍ ଅକମଲଙ୍କ ଅତ୍ୟଧିକ ଅପିଲ କରୁଥିଲେ । ଏହା ତାଙ୍କୁ ବ୍ୟଥିତ କରିଥିଲା । ପରେ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା । ପରେ ଅମ୍ପାୟାର ଏବଂ ଅନ୍ୟ ଖେଳାଳିମାନେ ଏଥିରେ ହସ୍ତକ୍ଷେପ କରି ଉଭୟଙ୍କୁ ଶାନ୍ତ କରିଥିଲେ । ଅଧିନାୟକ ଧୋନି ତାଙ୍କ ସହ କ୍ରିଜରେ ବ୍ୟାଟିଂ କରୁଥିଲେ ।
ତେବେ ଆସନ୍ତାକାଲି ଭାରତ ମ୍ୟାଚ୍ ଜିତି ଚାମ୍ପିୟନସ ଟ୍ରଫିରେ ପାକିସ୍ତାନକୁ ପରାଜୟ କରିବା ସହ, ଚାମ୍ପିୟନସ ଟ୍ରଫିରେ ନିଜ ରେକର୍ଡକୁ ଆହୁରି ଦୃଢ଼ କରିବାକୁ ଚେଷ୍ଟା କରିବ । ଭାରତ ପ୍ରଥମ ମ୍ୟାଚ ବଙ୍ଗଲାଦେଶ ଠାରୁ ଜିତିଥିବା ବେଳେ ପାକିସ୍ତାନ ନ୍ୟୁଜିଲାଣ୍ଡ ଠାରୁ ପରାସ୍ତ ହୋଇଛି ।












Click it and Unblock the Notifications