IND vs PAK: ପାକିସ୍ତାନକୁ ୬ ୱିକେଟରେ ହରାଇଲା ଭାରତ
ପାକିସ୍ତାନକୁ ୬ ୱିକେଟ ହରାଇଲା ଭାରତ । ଅଭିଶେକ ଶର୍ମାଙ୍କ ବିସ୍ପୋରକ ବ୍ୟାଟିଂ ଫଳରେ ଭାରତ ସହଜରେ ବିଜୟ ହାସଲ କରିଛି ।

ଏସିଆ କପ୍ କ୍ରିକେଟ୍ର ସୁପର ୪ ମ୍ୟାଚରେ ଭାରତର ଦମ୍ଦାର ବିଜୟ ହୋଇଛି । ପାକିସ୍ତାନକୁ ପୁଣି ଥରେ ଭାରତ ପରାସ୍ତ କରିଛି । ଟସ୍ ଜିତି ଭାରତ ବୋଲିଂ କରିବା ପାଇଁ ନିଷ୍ପତ୍ତି ନେଇଥିଲା । ପାକିସ୍ତାନର ଓପନିଂ ବ୍ୟାଟର୍ ଭଲ ଖେଳ ପ୍ରଦର୍ଶନ କରିଥିଲେ । ମାତ୍ର ଭାରତ ବୋଲରମାନ ପାକିସ୍ତାନର ମିଡିଲ୍ ଅଡର୍କୁ ନିୟନ୍ତ୍ରଣ କରିବାରେ ସଫଳ ହୋଇଥିଲେ । ପାକିସ୍ତାନର ଓପନର୍ ସାହିବଜାଦା ଫରହାନ୍ ସର୍ବାଧିକ ୫୮ ରନ୍ କରିଥିଲେ । ଅନ୍ୟ କୌଣସି ବ୍ୟାଟର୍ ଏତେ ଭଲ ଖେଳର ପ୍ରଦର୍ଶନ କରିପାରି ନଥିଲେ ।
ଭାରତର ଶିବମ୍ ଦୁବେ ୨ଟି ଓ୍ୱିକେଟ୍ ନେଇଥିବା ବେଳେ ହାର୍ଦିକ ପାଣ୍ଡ୍ୟା ଓ କୁଳଦୀପ ଜାଦବ ଗୋଟିଏ ଲେଖାଏଁ ଓ୍ୱିକେଟ୍ ନେଇଥିଲେ । ୨୦ ଓଭର୍ରେ ପାକିସ୍ତାନ ୫ ଓ୍ୱିକେଟ୍ ହରାଇ ୧୭୧ ରନ୍ କରିଥିଲା ।
ଏହାର ଜବାବରେ ଭାରତର ଓପନର୍ ବେଶ୍ ଭଲ ଖେଳ ପ୍ରଦର୍ଶନ କରିଥିଲେ । ଓପନର୍ ଅଭିଷେକ୍ ଶର୍ମା ସର୍ବାଧିକ ୭୪ ରନ୍ କରିଥିଲେ । ଶୁଭମନ୍ ଗିଲ୍ ୪୭ ରନ୍ର ଯୋଗଦାନ କରିଥିଲେ । ଭାରତ ୧୮.୫ ଓଭର୍ରେ ୪ ଓ୍ୱିକେଟ୍ ହରାଇ ୧୭୪ ରନ୍ ସଂଗ୍ରହ କରିଥିଲା। ୬ ଓ୍ୱିକେଟ୍ରେ ଭାରତ ଏହି ମ୍ୟାଚ୍ରେ ବିଜୟୀ ହୋଇଛି ।
-
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ବାଚସ୍ପତିଙ୍କ ବିପକ୍ଷରେ ବିରୋଧୀଙ୍କ ଅବିଶ୍ୱାସ ପ୍ରସ୍ତାବ ଖାରଜ -
ଓଡ଼ିଶାର ଏହି ୯ଟି ଷ୍ଟେସନ ଦେଇ ଚାଲିବ ଅମୃତ ଭାରତ ଟ୍ରେନ୍ -
ଗ୍ୟାସ ସଙ୍କଟକୁ ଏଡାଇବା ପାଇଁ କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି; ଲାଗୁ କଲେ ESMA ଆଇନ -
ମଧ୍ୟପ୍ରାଚ୍ୟରେ ଲକ୍ଷ ଲକ୍ଷ ଫସିଛନ୍ତି ଓଡ଼ିଆ, ଫେରାଇ ଆଣିବାର ଅନୁରୋଧ କଲେ ନବୀନ -
ମହାରାଷ୍ଟ୍ର ରାଜ୍ୟସଭା ନିର୍ବାଚନ; ୨୬ ନେତା ନିର୍ଦ୍ୱନ୍ଦ୍ୱରେ ବିଜୟୀ -
ଡାଇବେଟିସରେ ରୋଗୀ ଭାତ ଖାଇବା ଉଚିତ୍ ନା ନୁହେଁ, ଜାଣନ୍ତୁ ଏନେଇ....











Click it and Unblock the Notifications