IND vs PAK: ଫେଲ ମାରିଲା ଆଇଆଇଟି ବାବାଙ୍କ ଭବିଷ୍ୟବାଣୀ
ଭୁଲ୍ ହୋଇଗଲା ଆଇଆଇଟି ବାବାଙ୍କ ଗଣନା । ବିରାଟ କୋହଲିଙ୍କୁ ଚାଲେଞ୍ଜ କରିବା ଏବେ ମହଙ୍ଗା ପଡ଼ିଛି ଆଇଆଇଟି ବାବା ଭାବେ ପରିଚିତ ଅଭୟ ସିଂହଙ୍କୁ । ଭାରତର ବିଜୟ ପରେ ଏବେ ଖୁବ ଟ୍ରୋଲ ହେଉଛନ୍ତି ବାବା ।
ସୋସିଆଲ ମିଡିଆରେ ବାବାଙ୍କୁ ଭଣ୍ଡ ବହିବା ସହ ଗାଳି କରୁଛନ୍ତି ଭାରତୀୟ କ୍ରିକେଟ୍ ଫ୍ୟାନ୍ସ । ପାକିସ୍ତାନ ବିପକ୍ଷ ମ୍ୟାଚ ପୂର୍ବରୁ ଭାରତ ହାରିଯିବ ବୋଲି ଦାବି କରିଥିଲେ ଅଭୟ ସିଂହ ।
କୋହଲିଙ୍କୁ ଚାଲେଞ୍ଜ କରିବାକୁ ମଧ୍ୟ ପଛାଇ ନଥିଲେ । କହିଥିଲେ ବିରାଟଙ୍କୁ କହିଦିଅ ଯେତେ ଚେଷ୍ଟା କଲେ ବି ଦଳ ହାରିଯିବ । କିନ୍ତୁ ବାବାଙ୍କ ଭବିଷ୍ୟବାଣୀ ଓଲଟା ହୋଇଛି । ପାକିସ୍ତାନକୁ ୬ ୱିକଟରେ ହରାଇ ମ୍ୟାଚ୍ ଜିତି ନେଇଛି ରୋହିତ ବାହିନୀ । ଆଉ ଶତକ ମାରି ଏହି ମ୍ୟାଚର ହିରୋ ପାଲଟିଛନ୍ତି ବିରାଟ । ଯାହାପରେ ବାବାକୁ ଟ୍ରୋଲ ହେବାକୁ ପଡ଼ିଛି ।

କୋହଲିଙ୍କ 51ତମ ODI ସେଞ୍ଚୁରୀ :
ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଫର୍ମକୁ ଫେରି ସମାଲୋଚକଙ୍କ ମୁହଁ ବନ୍ଦ କରିଦେଇଛନ୍ତି କୋହଲି । ତାଙ୍କର ଶତକୀୟ ପାଳି ଯୋଗୁଁ ଆଜି ଭାରତ ପାକିସ୍ତାନ ବିପକ୍ଷ ମ୍ୟାଚରେ ବିଜୟୀ ହୋଇଛି । କୋହଲିଙ୍କ ଶତକରେ କମ୍ପି ଉଠିଥିଲା ଷ୍ଟାଡିୟମ । 2023 ବିଶ୍ୱକପରେ ନ୍ୟୁଜିଲାଣ୍ଡ ବିପକ୍ଷରେ ସେ ଶେଷ ଦିନିକିଆ ଶତକ ହାସଲ କରିଥିଲେ । ଏହା ପରେ ଆଜି ଚାମ୍ପିଅନ୍ସ ଟ୍ରଫିରେ ଶତକ ମାରିଛନ୍ତି । ବିରାଟ କୋହଲି ତାଙ୍କ ODI କ୍ୟାରିୟରର 51ତମ ସେଞ୍ଚୁରୀ । ଏଥିସହ କ୍ରିକେଟର ସବୁ ଫର୍ମାଟର 82ତମ ଶତକ । ସେ ବିଶ୍ୱର ଏକମାତ୍ର ବ୍ୟାଟ୍ସମ୍ୟାନ ଯିଏକି ODI କ୍ରିକେଟରେ ସର୍ବାଧିକ ଶତକ ମାରିଛନ୍ତି । ମ୍ୟାଚର ଶେଷ ବଲରେ ଚୌକା ମାରି ବ୍ୟାକ୍ତିଗତ 100 (111) ରନ ପୂରଣ କରିଥିଲେ ସେ । ଏଥିରେ ଗୋଟିଏ ବି ଛକା ନଥିବା ବେଳେ 7ଟି ଚୌକା ରହିଛି ।












Click it and Unblock the Notifications