IND vs PAK ଏସିଆ କପ୍ 2023: କାଲି ରୋହିତଙ୍କ ସହ ଓପନ କରିବେ ଏହି ଖେଳାଳି, ଏମିତି ହେବ ଭାରତୀୟ ଏକାଦଶ
IND vs PAK Asia Cup 2023, Team India Playing 11: ଭାରତ ବନାମ ପାକିସ୍ତାନ ମଧ୍ୟରେ ମ୍ୟାଚ୍ ଆରମ୍ଭ ହେବାକୁ 24 ଘଣ୍ଟାରୁ କମ୍ ସମୟ ବାକି ଅଛି । ଆସନ୍ତାକାଲି 2023 ଏସିଆ କପରେ ଅର୍ଥାତ୍ ଶନିବାର, ସେପ୍ଟେମ୍ବର 2 ରେ ଭାରତ ଏବଂ ପାକିସ୍ତାନର ଦଳ ମୁହାଁମୁହିଁ ହେବେ । ଏହି ମ୍ୟାଚ୍ ପାଲଲେକେ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଖେଳାଯିବ । ପାକିସ୍ତାନ ବିପକ୍ଷରେ ଟିମ୍ ଇଣ୍ଡିଆର ଏକାଦଶ ଖେଳକୁ ନେଇ ଏକ ବଡ ଅପଟେଡ୍ ଆସିଛି ।

ଇଣ୍ଡିଆନ୍ ଏକ୍ସପ୍ରେସ ରିପୋର୍ଟ ଅନୁଯାୟୀ ଶୁଭମାନ ଗିଲ ପାକିସ୍ତାନ ବିପକ୍ଷ ମ୍ୟାଚରେ ଅଧିନାୟକ ରୋହିତ ଶର୍ମାଙ୍କ ସହ ଇନିଂସ ଓପନ କରିବେ । ଯେଉଁଠାରେ ବିରାଟ କୋହଲି ତିନି ନମ୍ବରରେ ବ୍ୟାଟିଂ କରିବେ । ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଇଶାନ କିଷନ ମିଡିଲ ଅର୍ଡରରେ ଖେଳିବେ ।
ସୂଚନାଯୋଗ୍ୟ, ଏହା ପୂର୍ବରୁ ଅନେକ ଗଣମାଧ୍ୟମ ରିପୋର୍ଟରେ କୁହାଯାଇଥିଲା ଯେ କିଙ୍ଗ କୋହଲି 2023 ଏସିଆ କପରେ ଚତୁର୍ଥ ନମ୍ବରରେ ବ୍ୟାଟିଂ କରିପାରିବେ । ଇଶାନ କିଷନ ଇନିଂସ ଓପନ କରିପାରନ୍ତି । ତେବେ ମ୍ୟାଚ୍ ପୂର୍ବରୁ ମଧ୍ୟ ଭାରତର ଏକାଦଶରେ ଓପନିଂ ଅର୍ଡର ଏବଂ ବ୍ୟାଟିଂ ଅର୍ଡର ପ୍ରାୟ ସ୍ପଷ୍ଟ ହୋଇଛି ।
ତେବେ ସଞ୍ଜୁ ସାମସନ ଷ୍ଟାଣ୍ଡବାଇ ଖେଳାଳି ଭାବରେ ଟିମ୍ ଇଣ୍ଡିଆ ସହିତ ଅଛନ୍ତି । ମାତ୍ର ସେ ପାକିସ୍ତାନ ବିପକ୍ଷ ମ୍ୟାଚରେ ସୁଯୋଗ ପାଇବେ ନାହିଁ । ବାସ୍ତବରେ କେଏଲ ରାହୁଲ ପ୍ରଥମ ଦୁଇଟି ମ୍ୟାଚରୁ ବାହାରେ ଅଛନ୍ତି । ଏହି କାରଣରୁ ଇଶାନ କିଷନ ପ୍ରଥମ ଦୁଇଟି ମ୍ୟାଚରେ ୱିକେଟ୍ ରଖିବେ ଏବଂ ମଧ୍ୟମ କ୍ରମରେ ବ୍ୟାଟିଂ କରିବେ । ସଞ୍ଜୁ ସାମସନଙ୍କୁ ସୁଯୋଗ ମିଳିବ ନାହିଁ ବୋଲି ରିପୋର୍ଟରେ ଏହା ମଧ୍ୟ ସ୍ପଷ୍ଟ ହୋଇଛି ।
ଭାରତର ସମ୍ଭାବ୍ୟ ଏକାଦଶ: ରୋହିତ ଶର୍ମା (ଅଧିନାୟକ), ଶୁଭମନ ଗିଲ, ବିରାଟ କୋହଲି, ଶ୍ରେୟସ ଆୟର, ଇଶାନ କିଷନ (ୱିକେଟ୍ ରକ୍ଷକ), ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ଜସପ୍ରୀତ ବୁମରା, ମହମ୍ମଦ ଶାମି ଏବଂ ମହମ୍ମଦ ସିରାଜ ।
ମ୍ୟାଚ୍ କେଉଁଠାରେ ଖେଳାଯିବ ?
ଏସିଆ କପ୍ 2023 ର ତୃତୀୟ ମ୍ୟାଚ୍ ଶ୍ରୀଲଙ୍କାର କାଣ୍ଡିସ୍ଥିତ ପାଲେକେଲେ ଆନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଖେଳାଯିବ ।
କେଉଁ ସମୟରୁ ଆରମ୍ଭ ହେବ ?
ଭାରତ ଏବଂ ପାକିସ୍ତାନ ମ୍ୟାଚ୍ ଭାରତୀୟ ସମୟ ଅପରାହ୍ନ 3 ଟାରୁ ଆରମ୍ଭ ହେବ । ଏହି ମ୍ୟାଚର ଟସ୍ ଅପରାହ୍ନ 2:30 ରେ ହେବ ।












Click it and Unblock the Notifications