IND vs PAK ଏସିଆ କପ୍ 2023: ମାଗଣାରେ ଦେଖି ପାରିବେ ମ୍ୟାଚ୍, କରନ୍ତୁ ଏମିତି...
IND vs PAK Asia Cup 2023 (ଇଣ୍ଡିଆ ବନାମ ପାକିସ୍ଥାନ ଏସିଆ କପ୍ ମ୍ୟାଚ୍ 2023): କାଲି (ସେପ୍ଟେମ୍ବର 2, ଶନିବାର)ଶ୍ରୀଲଙ୍କାର କାଣ୍ଡି ଠାରେ ଏସିଆ କପ୍ 2023ରେ ଭାରତ ବନାମ ପାକିସ୍ତାନ ମହାମୁକାବିଲା ଅନୁଷ୍ଠିତ ହେବାକୁ ଯାଉଛି । ଏହି ହାଇ ଭୋଲଟେଜ୍ ମୁକାବିଲାକୁ ସମସ୍ତେ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି ।

ମାଗଣାରେ ଦେଖି ପାରିବେ ମ୍ୟାଚ୍
ଭାରତ ବନାମ ପାକିସ୍ତାନ ମଧ୍ୟରେ ଏହି ମ୍ୟାଚ୍ ଟିଭିରେ ଷ୍ଟାର ସ୍ପୋର୍ଟସ ନେଟୱାର୍କ ଏବଂ ଡିଡି ସ୍ପୋର୍ଟସ ଚ୍ୟାନେଲରେ ଫ୍ରି-ଡିସ୍ ମାଧ୍ୟମରେ ସିଧା ପ୍ରସାରଣ ହେବ । ଏଥି ସହିତ, ଡିସ୍ନି ପ୍ଲସ୍ ହଟଷ୍ଟାରରେ ଏହି ମ୍ୟାଚର ଅନ୍ଲାଇନ୍ ଷ୍ଟ୍ରିମିଂ କରାଯିବ, ଯାହା ଆପଣ ମୋବାଇଲରେ ମାଗଣାରେ ଦେଖିପାରିବେ ।
ସେହିପରି ଭୋଡାଫୋନ୍ ଆଇଡିଆର ୩ ଟି ପ୍ରିପେଡ୍ ଯୋଜନା ଅଛି । ଯାହାକି ୨୮ ଦିନର ବୈଧତା ସହିତ ଆସେ । ଯାହାକି Disney+ Hotstar ସବସ୍କ୍ରିପସନ୍ ସହିତ ଆସେ । ଏଗୁଡିକର ମୂଲ୍ୟ ୩୯୯, ୪୯୯ ଏବଂ ୬୦୧ ଟଙ୍କା ରହିଛି । ତେଣୁ ଏହି ରିଚାର୍ଜ ମାଧ୍ୟମରେ ଆପଣ ମାଗଣାରେ ମ୍ୟାଚ୍ ଦେଖିବାର ମଜା ନେଇପାରିବେ । ଏହି ପ୍ଲାନ୍ ଗୁଡିକରେ ଅନଲିମିଟେଡ୍ କଲ୍ ସାଙ୍ଗକୁ ୧୦୦ SMS ଏବଂ Disney+ Hotstar ପାଇପାରିବେ ।
ମ୍ୟାଚ୍ କେଉଁଠାରେ ଖେଳାଯିବ ?
ଏସିଆ କପ୍ 2023 ର ତୃତୀୟ ମ୍ୟାଚ୍ ଶ୍ରୀଲଙ୍କାର କାଣ୍ଡିସ୍ଥିତ ପାଲେକେଲେ ଆନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଖେଳାଯିବ ।
କେଉଁ ସମୟରୁ ଆରମ୍ଭ ହେବ ?
ଭାରତ ଏବଂ ପାକିସ୍ତାନ ମ୍ୟାଚ୍ ଭାରତୀୟ ସମୟ ଅପରାହ୍ନ 3 ଟାରୁ ଆରମ୍ଭ ହେବ । ଏହି ମ୍ୟାଚର ଟସ୍ ଅପରାହ୍ନ 2:30 ରେ ହେବ ।
ଏସିଆ କପ୍ ପାଇଁ ଭାରତୀୟ ଦଳ
ରୋହିତ ଶର୍ମା (କ୍ୟାପଟେନ), ଶୁଭମନ ଗିଲ, ବିରାଟ କୋହଲି, ଶ୍ରେୟସ ଆୟର, କେ.ଏଲ ରାହୁଲ, ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, ଜସପ୍ରୀତ ବୁମ୍ରା, କୁଲଦୀପ ଯାଦବ, ମହମ୍ମଦ ସିରାଜ, ମହମ୍ମଦ ଶାମି, ଇଶାନ କିଶାନ, ଶର୍ଦ୍ଦଲ ଠାକୁର, ଅକ୍ଷାର ପଟେଲ , ପ୍ରସିଦ୍ଧ କୃଷ୍ଣ । ରିଜର୍ଭ ପ୍ଲେୟାର- ସଞ୍ଜୁ ସାମସନ ।
ଏସିଆ କପ୍ ପାଇଁ ପାକିସ୍ତାନ ଦଳ
ଫଖର ଜମାନ, ଇମାମ-ଉଲ-ହକ, ବାବର ଆଜାମ (କ୍ୟାପଟେନ), ମହମ୍ମଦ ରିଜୱାନ (ୱିକେଟକିପର), ଆଗା ସଲମାନ, ଇଫ୍ଟିଖର ଅହମ୍ମଦ, ଶାଦବ ଖାନ, ଫହିମ ଆଶ୍ରାଫ, ମହମ୍ମଦ ହରିସ, ମହମ୍ମଦ ୱାସିମ ଜୁ। ମହମ୍ମଦ ନୱାଜ, ଶାହିନ ଆଫ୍ରିଦି, ନାସିମ ଶାହା, ହରିସ ରାଉଫ ।












Click it and Unblock the Notifications