IND vs PAK ଏସିଆ କପ୍ 2023: ମ୍ୟାଚ୍ ପୂର୍ବରୁ ଆହତ ହେଲେ କୋହଲି; ଖେଳି ପାରିବେ ତ କାଲି ମ୍ୟାଚ ?
IND vs PAK Asia Cup 2023 (ଇଣ୍ଡିଆ ବନାମ ପାକିସ୍ଥାନ ଏସିଆ କପ୍ ମ୍ୟାଚ୍ 2023): କାଲି (ସେପ୍ଟେମ୍ବର 2, ଶନିବାର)ଶ୍ରୀଲଙ୍କାର କାଣ୍ଡି ଠାରେ ଏସିଆ କପ୍ 2023ରେ ଭାରତ ବନାମ ପାକିସ୍ତାନ ମହାମୁକାବିଲା ଅନୁଷ୍ଠିତ ହେବାକୁ ଯାଉଛି । ଏହି ହାଇ ଭୋଲଟେଜ୍ ମୁକାବିଲାକୁ ସମସ୍ତେ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି ।
ତେବେ ମ୍ୟାଚ୍ ପୂର୍ବରୁ ଭାରତୀୟ ଦଳ ପାଇଁ ସାମାନ୍ୟ ଚିନ୍ତାର ଖବର ସାମ୍ନାକୁ ଆସିଛି । ଅଭ୍ୟାସ ସମୟରେ ଦଳର ଷ୍ଟାର ଖେଳାଳି ବିରାଟ କୋହଲି ଆହତ ହୋଇଥିବା ସୂଚନା ମିଳିଛି ।

ସୂଚନା ଅନୁଯାୟୀ, ଟିମ୍ ଇଣ୍ଡିଆର ବିରାଟ କୋହଲି ଅଭ୍ୟାସ ସମୟରେ ମହମ୍ମଦ ସିରାଜଙ୍କ ଏକ ଦ୍ରୁତ ବଲରେ ଆହତ ହୋଇଛନ୍ତି । ବଲଟି ବହୁତ ଦୃତ ବେଗରେ ଆସି କୋହଲିଙ୍କ ଦେହରେ ଲାଗିଥିଲା । ତେବେ ଏହା ପରେ ମଧ୍ୟ ସେ ଠିକ୍ ଥିବା ସୂଚନା ଦେଇଛନ୍ତି ।
ଟିମ୍ ଇଣ୍ଡିଆର ଅଗ୍ରଣୀ ଦ୍ରୁତ ବୋଲର ମହମ୍ମଦ ସିରାଜଙ୍କ 140 କିମି ପ୍ରତି ଘଣ୍ଟା ବେଗରେ ଆସିଥିବା ବଲଟିକୁ କୋହଲି ଖେଳୁଥିଲେ । ମାତ୍ର ଏହା ତାଙ୍କ ବ୍ୟାଟରେ ବାଜିବା ପରେ ତାଙ୍କ ଦେହରେ ଲାଗିଥିଲା । ତେବେ ଏହା ଅତି ଗୁରୁତର ନଥିଲା । ତଥାପି ସତର୍କତାମୂଳକ ପଦକ୍ଷେପ ଭାବରେ ଏହି ବିରାଟ ଅଭ୍ୟାସରେ ବ୍ୟାଟିଂ କରି ନଥିଲେ।
ଉଲ୍ଲେଖଥାଉ କି, ବିରାଟ କୋହଲି ଏବଂ ମହମ୍ମଦ ସିରାଜ ଦୀର୍ଘ ଦିନ ଧରି ଆଇପିଏଲରେ ପରସ୍ପର ସହ ଖେଳନ୍ତି । ତେଣୁ ଉଭୟ ଟେନ୍ସରେ ଅନେକ ଥର ମୁହାଁମୁହିଁ ହୋଇଛନ୍ତି ।
ଅନ୍ୟପଟେ ଅଭ୍ୟାସ ଅଧିବେଶନ ପରେ ବିରାଟ କୋହଲିଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ସେ ପାକିସ୍ତାନର ଦ୍ରୁତ ବୋଲର ହରିସ ରାଉଫଙ୍କୁ ଆଲିଙ୍ଗନ କରୁଥିବା ଦେଖିବାକୁ ମିଳିଥିଲା ।
ଆପଣଙ୍କୁ କହି ରଖୁ କି, ଗତ ବର୍ଷ ଟି-20 ବିଶ୍ୱକପରେ ବିରାଟ ହରିସଙ୍କ ବଲର ଆଗ ପାର୍ଶ୍ୱରେ ଯେଉଁ 6ଟି ଛକା ମାରିଥିଲେ ତାହା ଆଜି ମଧ୍ୟ ଆଲୋଚନା ହୋଇଛି । ଏହା ବ୍ୟତୀତ ବିରାଟ କୋହଲି ଶବାଦ୍ ଖାନ୍, ଶାହିନ୍ ଆଫ୍ରିଦି ଏବଂ ଅନ୍ୟ କେତେକ ପାକିସ୍ତାନୀ ଖେଳାଳିଙ୍କୁ ମଧ୍ୟ ଭେଟିଥିଲେ ।












Click it and Unblock the Notifications