IND vs PAK ଏସିଆ କପ୍ 2023: ଶେଷ ହେଲା ଅପେକ୍ଷା, ଆଜି ଭାରତ-ପାକ୍ ମହା ମୁକାବିଲା
IND vs PAK Asia Cup 2023 (ଇଣ୍ଡିଆ ବନାମ ପାକିସ୍ଥାନ ଏସିଆ କପ୍ ମ୍ୟାଚ୍ 2023): ଶେଷ ହେଲା ଅପେକ୍ଷା । ଆଉ କେଇ ଘଣ୍ଟା ପରେ ଆରମ୍ଭ ହେବ ଭାରତ-ପାକିସ୍ତାନ ଏସିଆ କପ୍ ମହାମୁକାବିଲା । ଏସିଆ କପ 2023ରେ ଆଜି ଅର୍ଥାତ୍ ଶନିବାର, ସେପ୍ଟେମ୍ବର 2 ତାରିଖରେ ଦୁଇ ପାରପାମ୍ପାରିକ ପ୍ରତିଦ୍ବନ୍ଦ୍ୱୀ ଭାରତ ଏବଂ ପାକିସ୍ତାନର ମୁହାଁମୁହିଁ ହେବେ । ଏହି ମ୍ୟାଚ୍ ପାଲଲେକେ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଖେଳାଯିବ । ଭାରତୀୟ ସମୟ ଅପରାହ୍ନ 2.30ରୁ ମ୍ୟାଚ ଆରମ୍ଭ ହେବ ।
ଭାରତ-ପାକିସ୍ତାନ ମଧ୍ୟରେ ଯେକୌଣସି ମ୍ୟାଚ୍ ସବୁଠୁ ବଡ଼ ଲଢେଇ ଭାବେ ବିବେଚନା କରାଯାଏ । ତେଣୁ ଏହି ହାଇ ଭୋଲଟେଜ୍ ମୁକାବିଲାକୁ ସମସ୍ତେ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି । ଏହି ମ୍ୟାଚ୍ ବେଳକୁ ଷ୍ଟାଡିୟମ୍ ଭରପୂର ହୋଇଯିବ । ଏଭଳି ପ୍ରତିଯୋଗିତା ଦ୍ବାରା ଦୁଇ ଦେଶର ପ୍ରତିଭାବାନ୍ ଖେଳାଳିଙ୍କୁ ମହାନତମ ଶ୍ରେଣୀରେ ସାମିଲ ହେବାକୁ ମଧ୍ୟ ଅବସର ମିଳିଯିବ ।

ମ୍ୟାଚ୍ କେଉଁଠାରେ ଖେଳାଯିବ ?
ଏସିଆ କପ୍ 2023ର ତୃତୀୟ ମ୍ୟାଚ୍ ଶ୍ରୀଲଙ୍କାର କାଣ୍ଡି ସ୍ଥିତ ପାଲକଲ ଆନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଖେଳାଯିବ ।
କେଉଁ ସମୟରୁ ଆରମ୍ଭ ହେବ ?
ଭାରତ ଏବଂ ପାକିସ୍ତାନ ମ୍ୟାଚ୍ ଭାରତୀୟ ସମୟ ଅପରାହ୍ନ 3 ଟାରୁ ଆରମ୍ଭ ହେବ । ଏହି ମ୍ୟାଚର ଟସ୍ ଅପରାହ୍ନ 2:30 ରେ ହେବ ।
ମାଗଣାରେ ଦେଖି ପାରିବେ ମ୍ୟାଚ୍
ଭାରତ ବନାମ ପାକିସ୍ତାନ ମଧ୍ୟରେ ଏହି ମ୍ୟାଚ୍ ଟିଭିରେ ଷ୍ଟାର ସ୍ପୋର୍ଟସ ନେଟୱାର୍କ ଏବଂ ଡିଡି ସ୍ପୋର୍ଟସ ଚ୍ୟାନେଲରେ ଫ୍ରି-ଡିସ୍ ମାଧ୍ୟମରେ ସିଧା ପ୍ରସାରଣ ହେବ । ଏଥି ସହିତ, ଡିସ୍ନି ପ୍ଲସ୍ ହଟଷ୍ଟାରରେ ଏହି ମ୍ୟାଚର ଅନ୍ଲାଇନ୍ ଷ୍ଟ୍ରିମିଂ କରାଯିବ, ଯାହା ଆପଣ ମୋବାଇଲରେ ମାଗଣାରେ ଦେଖିପାରିବେ ।
କେମିତି ରହିବ ପାଣିପାଗ ?
ଶନିବାର ଦୁଇ ଚିରପ୍ରତିଦ୍ବନ୍ଦ୍ବୀଙ୍କ ମଧ୍ୟରେ ହେବାକୁ ଥିବା ମ୍ୟାଚରେ ପ୍ରଶଂସକଙ୍କ ଉତ୍ସାହ ଦିଗରେ ବର୍ଷା ବାଧକ ସାଜିପାରେ । ପାଣିପାଗ ବିଭାଗ ସୂଚନା ଅନୁସାରେ କାଣ୍ଡିରେ ଶନିବାର ବର୍ଷା ହୋଇପାରେ । ଏହି ଅଞ୍ଚଳରେ ବର୍ଷା ହେବା ସମ୍ଭାବନା ୮୦ ପ୍ରତିଶତ ରଖାଯାଇଛି। ଶୁକ୍ରବାର ଆକାଶ ମେଘୁଆ ଥିଲା ବେଳେ ଶନିବାର ଯଦି ଖେଳ ହୁଏ ତାହେଲେ ଡିଏଲ୍ଏସ୍ ପଦ୍ଧତି ନିର୍ଣ୍ଣାୟକ ହୋଇପାରେ ।
କଣ କହିଲେ ଅଧିନାୟକ ରୋହିତ ଶର୍ମା ?
ପାକିସ୍ତାନ ବିପକ୍ଷ ମ୍ୟାଚ୍ ପୂର୍ବରୁ ଟିମ୍ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ଏହି ସମୟରେ ଭାରତୀୟ ଅଧିନାୟକ ଅନେକ ପ୍ରଶ୍ନ ଉପରେ ନିଜର ମତ ରଖିଥିଲେ। ତାଙ୍କ ବ୍ୟାଟିଂ ବ୍ୟତୀତ ରୋହିତ ଶର୍ମା ପାକିସ୍ତାନର ଦ୍ରୁତ ବୋଲରଙ୍କ ଉପରେ ପ୍ରତିକ୍ରିୟା ପ୍ରକାଶ କରିଥିଲେ। ସେ ଏହା ମଧ୍ୟ କହିଛନ୍ତି ଯେ ଶାହିନ୍ ଆଫ୍ରିଦି, ହରିସ୍ ରାଉଫ ଏବଂ ନାସିମଙ୍କ ପରି ଦ୍ରୁତ ବୋଲରଙ୍କ ବିରୋଧରେ ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ରଣନୀତି ଆକ୍ରମଣାତ୍ମକ ହେବ ।

ଅନ୍ୟପଟେ ପାକିସ୍ତାନ ବିପକ୍ଷରେ ଟିମ୍ ଇଣ୍ଡିଆର ଏକାଦଶ ମଧ୍ୟ ଏକ ରକମ ଚୁଡାନ୍ତ ହୋଇସାରିଛି । ଶୁଭମନ ଗିଲ ପାକିସ୍ତାନ ବିପକ୍ଷ ମ୍ୟାଚରେ ଅଧିନାୟକ ରୋହିତ ଶର୍ମାଙ୍କ ସହ ଇନିଂସ ଓପନ କରିବେ । ଯେଉଁଠାରେ ବିରାଟ କୋହଲି ତିନି ନମ୍ବରରେ ବ୍ୟାଟିଂ କରିବେ । ୱିକେଟକିପର ବ୍ୟାଟ୍ସମ୍ୟାନ୍ ଇଶାନ କିଷାନ ମିଡିଲ ଅର୍ଡରରେ ଖେଳିବେ । ପରେ ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଦେଜା, ଅକ୍ଷର ପଟେଲ୍ ଭାରତୀୟ ପାଳି ସମ୍ଭାଳିବେ । ଆହତ ସମସ୍ୟା ଭାରତୀୟ ଦଳର ସନ୍ତୁଳନକୁ ଯଦିଓ ବିଗାଡ଼ି ଦେଇଥିଲା, ତଥାପି ଭାରତୀୟ ଖେଳାଳିମାନେ ଭାଙ୍ଗିବାରୁ ଚାଲିବା ଶିଖିଛନ୍ତି। ଏବେ ଜସପ୍ରୀତ୍ ବୁମରା, ପ୍ରସିଦ୍ଧ କୃଷ୍ଣ, ଶ୍ରେୟସ ଆୟର ପ୍ରତ୍ୟାବର୍ତ୍ତନ କରିଥିବାରୁ ଦଳର ମନୋବଳ ବଢିଛି ।
- ଭାରତର ସମ୍ଭାବ୍ୟ ଏକାଦଶ: ରୋହିତ ଶର୍ମା (ଅଧିନାୟକ), ଶୁଭମନ ଗିଲ, ବିରାଟ କୋହଲି, ଶ୍ରେୟସ ଆୟର, ଇଶାନ କିଷାନ (ୱିକେଟ୍ ରକ୍ଷକ), ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ଜସପ୍ରୀତ ବୁମରା, ମହମ୍ମଦ ଶାମି ଏବଂ ମହମ୍ମଦ ସିରାଜ ।
ଚୁଡାନ୍ତ ଏକାଦଶ ଘୋଷଣା କରିଛି ପାକିସ୍ତାନ
ଏସିଆ କପ୍ 2023 ରେ ଭାରତ ସହ ମୁହାଁମୁହିଁ ହେବା ପୂର୍ବରୁ ପାକିସ୍ତାନ କ୍ରିକେଟ୍ ଦଳ ଗତକାଲି ସନ୍ଧ୍ୟାରେ ଏକ ବଡ଼ ଘୋଷଣା କରିଛି । ଟିମ୍ ଇଣ୍ଡିଆ ବିପକ୍ଷ ମ୍ୟାଚରେ ଚୁଡାନ୍ତ ଏକାଦଶ ନାମ ଘୋଷଣା କରିଛି ପାକ୍ ଟିମ୍ । ତେବେ ଆହତ ସମସ୍ୟା ଥିବା ସତ୍ତ୍ୱେ ଦଳର ସବୁଠାରୁ ବିପଜ୍ଜନକ ବୋଲର ମଧ୍ୟ ଏହି ମ୍ୟାଚର ଏକ ଅଂଶ ହେବେ । ଭାରତ ବିରୋଧରେ ପାକିସ୍ତାନ ନିଜର ଶ୍ରେଷ୍ଠ ଏକାଦଶ ଗଠନ କରିଛି ।
ଭାରତ ବିପକ୍ଷ ଏସିଆ କପ୍ 2023 ମ୍ୟାଚରେ ପାକିସ୍ତାନ ଦଳ ଚୁଡ଼ାନ୍ତ ଏକାଦଶରେ 3 ଦ୍ରୁତ ବୋଲରଙ୍କୁ ସ୍ଥାନ ଦେଇଛି । ଯେଉଁମାନେ କୌଣସି ବ୍ୟାଟିଂ ଅର୍ଡରକୁ ଧ୍ୱସଂ ବିଧ୍ୱସଂ କରିବାରେ କ୍ଷମତା ରଖିଛନ୍ତି । ଅଭିଜ୍ଞ ଶାହିନ୍ ଆଫ୍ରିଦି ଏବଂ ହରିଶ ରାଉଫ ଯୁବ ନାସିମ ଶାହାଙ୍କ ସମର୍ଥନ ପାଇବେ। ସ୍ପିନ୍ ବୋଲିଂରେ ଟପ୍ ଫର୍ମରେ ଦୌଡ଼ରେ ଥିବା ଦଳର ଉପ-ଅଧିନାୟକ ହେଉଛନ୍ତି ଶାଦବ ଖାନ୍ । 4ଟି ୱିକେଟ୍ ନେଇ ନେପାଳ ବିପକ୍ଷରେ ମ୍ୟାଚରେ ଶାଦବ ଖାନ୍ ସମସ୍ତଙ୍କୁ ସତର୍କ ରହିବାକୁ ବାର୍ତ୍ତା ଦେଇଛନ୍ତି ।

ନେପାଳ ବିପକ୍ଷ ଏସିଆ କପର ପ୍ରଥମ ମ୍ୟାଚକୁ 238 ରନରେ ଜିତିବା ପରେ ପାକିସ୍ତାନ ଦଳ ଶ୍ରୀଲଙ୍କାରେ ପହଞ୍ଚିଛି । କ୍ୟାପଟେନ ବାବର ଆଜମ ପ୍ରଥମ ମ୍ୟାଚରେ 151 ରନ କରି ଅନେକ ରେକର୍ଡ ଭାଙ୍ଗିଥିଲେ। ତାଙ୍କର ଖରାପ ଫର୍ମ ଛାଡି ଭାରତ ବିପକ୍ଷରେ ସ୍କୋର ରନ୍ କରିବାକୁ ସେ ଚାହୁଁଛନ୍ତି ।
- ପାକିସ୍ତାନ ଚୁଡାନ୍ତ ଏକାଦଶ: ବାବର ଆଜାମ (ଅଧିନାୟକ), ଶାଦବ ଖାନ, ଫଖର ଜମାନ, ଇମାମ ଉଲ ହକ, ସଲମାନ ଅଲି, ଇଫ୍ଟିଖର ଅହମ୍ମଦ, ମହମ୍ମଦ ରିଜୱାନ (ୱିକେଟ୍ କିପର), ମହମ୍ମଦ ନୱାଜ, ନାସିମ ଶାହା, ଶାହିନ ଆଫ୍ରିଦି, ହରିସ ରାଉଫ ।
ଏସିଆ କପରେ ଭାରତ-ପାକିସ୍ତାନ
ଦିନିକିଆ ଏସିଆ କପ୍ରେ ଦୁଇ ପ୍ରତିଦ୍ବନ୍ଦ୍ବୀ 13 ଥର ଭେଟାଭେଟି ହୋଇଛନ୍ତି। ସେଥିରୁ ଭାରତ 7 ଥର ବିଜୟୀ ହୋଇଥିଲା ବେଳେ ପାକିସ୍ତାନ 5 ଥର ଟ୍ରଫି ଧରିବାର ସୁଯୋଗ ପାଇଛି । କେବଳ ଗୋଟିଏ ମ୍ୟାଚ୍ ବର୍ଷା ଯୋଗୁଁ ଧୋଇ ଯାଇଥିଲା । ଦିନିକିଆ ମାନ୍ୟତାରେ ପାକିସ୍ତାନ 1 ନମ୍ବରରେ ଥିବା ବେଳେ ଭାରତ 3 ନମ୍ବରରେ ରହିଛି ।
-
ବ୍ରିଟେନକୁ ସିଧାସଳଖ ଚେତାବନୀ ଦେଲା ଇରାନ, କହିଲା ଆମେରିକାକୁ ସାହାଯ୍ୟ କରିବା ପଡ଼ିବ ମହଙ୍ଗା -
ମାର୍ଚ୍ଚ ଶେଷ ସପ୍ତାହରେ ପ୍ରଳୟ କରିବ କାଳବୈଶାଖୀ -
ଘରୋଇ ବସ୍ରେ ଅଗ୍ନିକାଣ୍ଡ, ବିଧାୟକ ମଙ୍ଗୁ ଖିଲଙ୍କ ସମେତ ସମସ୍ତ ଯାତ୍ରୀ ସୁରକ୍ଷିତ ଉଦ୍ଧାର -
ନାଟୋ'କୁ ଭୀରୁ କହି ବର୍ଷିଲେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍ -
ଓଡ଼ିଆ ଖାଦ୍ୟ ପଖାଳକୁ ମିଳିଲା ଅନ୍ତର୍ଜାତୀୟ ପରିଚୟ -
Zomatoରୁ ଖାଇବା ଅର୍ଡର କରିବା ହେଲା ମହଙ୍ଗା, ବଢ଼ିଲା ପ୍ଲାଟଫର୍ମ ଫିସ୍ -
ଆଜି ପବିତ୍ର ଇଦ୍-ଉଲ୍-ଫିତର୍, ଆଲିଙ୍ଗନ କରି ଜଣାଉଛନ୍ତି ଶୁଭେଚ୍ଛା





Click it and Unblock the Notifications