Get Updates
Get notified of breaking news, exclusive insights, and must-see stories!

IND vs PAK, ଏସିଆ କପ୍ 2023: ଟସ୍ ଜିତିଲେ ରୋହିତ ଶର୍ମା, ଜିତିବେ ତ ମ୍ୟାଚ ?

IND vs PAK Asia Cup 2023 (ଇଣ୍ଡିଆ ବନାମ ପାକିସ୍ଥାନ ଏସିଆ କପ୍ ମ୍ୟାଚ୍ 2023): ଆରମ୍ଭ ହେଲା ବହୁ ପ୍ରତୀକ୍ଷିତ ଭାରତ ବନାମ ପାକିସ୍ତାନ ଏସିଆ କପ୍ 2023 ମ୍ୟାଚ୍ । ତେବେ ମ୍ୟାଚ ପୂର୍ବରୁ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି ଭାରତୀୟ ଅଧିନାୟକ ରୋହିତ ଶର୍ମା ।

ତେବେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏହି ମ୍ୟାଚ୍ କାଣ୍ଡିର ପାଲଲେକେ ଷ୍ଟାଡିୟମରେ ଖେଳାଯାଉଛି । ଭାରତୀୟ ସମୟ ଅନୁଯାୟୀ ମ୍ୟାଚ ଅପରାହ୍ନ 3ଟାରୁ ଆରମ୍ଭ ହୋଇଛି । ତେବେ କାଣ୍ଡି ଷ୍ଟାଡିୟମର ଆକଶା ମେଘୁଆ ରହିଥିଲେ ସୁଦ୍ଧା ଏଯାଏଁ ବର୍ଷା ହୋଇନାହିଁ । ମାତ୍ର ମ୍ୟାଚ୍ ମଝିରେ ବର୍ଷା ହେବାର ସମ୍ଭାବନାକୁ ଆଡେଇ ଦିଆଯାଇ ନ ପାରେ ।

IND vs PAK Asia Cup 2023

ତେବେ ଯଦି ଭାରତୀୟ ଏକାଦଶ କଥା କହିବା, ଆଶା କରାଯାଉଥିବା ଏକାଦଶ ସହ ପଡିଆକୁ ଓହ୍ଲାଇଛି ଭାରତୀୟ ଦଳ । ଚୁଡାନ୍ତ ଏକାଦଶରେ ମଧ୍ୟକ୍ରମ ପାଇଁ ୱିକେଟକିପର ବ୍ୟାଟ୍ସମ୍ୟାନ ଇଶାନ କିଷାନଙ୍କୁ ସୁଯୋଗ ମିଳିଛି । ସୂର୍ଯ୍ୟକୁମାର ଯାଦବ ଓ ପେସ ଷ୍ଟାର ମହମ୍ମଦ ଶାମି ଦଳରେ ସ୍ଥାନ ପାଇ ନାହାଁନ୍ତି । ଶାମିଙ୍କ ବଦଳରେ ଦଳରେ ଶାର୍ଦ୍ଦୁଲ ଠାକୁରଙ୍କୁ ସ୍ଥାନ ଦିଆଯାଇଛି ।

ଅନ୍ୟପଟେ ଗତକାଲି ଘୋଷଣା କରିଥିବା ଚୁଡାନ୍ତ ଏକାଦଶ ସହ ପଡିଆକୁ ଓହ୍ଲାଇଛି ପାକ୍ ଦଳ । ଆହତ ସମସ୍ୟା ଥିବା ସତ୍ତ୍ୱେ ଦଳର ସବୁଠାରୁ ବିପଜ୍ଜନକ ବୋଲର ମଧ୍ୟ ଏହି ମ୍ୟାଚର ଏକ ଅଂଶ ହେବେ । ଭାରତ ବିରୋଧରେ ପାକିସ୍ତାନ ନିଜର ଶ୍ରେଷ୍ଠ ଏକାଦଶ ଗଠନ କରିଛି ।

ଭାରତ ବିପକ୍ଷ ଏସିଆ କପ୍ 2023 ମ୍ୟାଚରେ ପାକିସ୍ତାନ ଦଳ ଚୁଡ଼ାନ୍ତ ଏକାଦଶରେ 3 ଦ୍ରୁତ ବୋଲରଙ୍କୁ ସ୍ଥାନ ଦେଇଛି । ଯେଉଁମାନେ କୌଣସି ବ୍ୟାଟିଂ ଅର୍ଡରକୁ ଧ୍ୱସଂ ବିଧ୍ୱସଂ କରିବାରେ କ୍ଷମତା ରଖିଛନ୍ତି । ଅଭିଜ୍ଞ ଶାହିନ୍ ଆଫ୍ରିଦି ଏବଂ ହରିଶ ରାଉଫ ଯୁବ ନାସିମ ଶାହାଙ୍କ ସମର୍ଥନ ପାଇବେ। ସ୍ପିନ୍ ବୋଲିଂରେ ଟପ୍ ଫର୍ମରେ ଦୌଡ଼ରେ ଥିବା ଦଳର ଉପ-ଅଧିନାୟକ ହେଉଛନ୍ତି ଶାଦବ ଖାନ୍ ।

  • ପାକିସ୍ତାନ ଚୁଡାନ୍ତ ଏକାଦଶ: ବାବର ଆଜାମ (ଅଧିନାୟକ), ଶାଦବ ଖାନ, ଫଖର ଜମାନ, ଇମାମ ଉଲ ହକ, ସଲମାନ ଅଲି, ଇଫ୍ଟିଖର ଅହମ୍ମଦ, ମହମ୍ମଦ ରିଜୱାନ (ୱିକେଟ୍ କିପର), ମହମ୍ମଦ ନୱାଜ, ନାସିମ ଶାହା, ଶାହିନ ଆଫ୍ରିଦି, ହରିସ ରାଉଫ।
  • ଭାରତର ଚୁଡ଼ାନ୍ତ ଏକାଦଶ: ରୋହିତ ଶର୍ମା (ଅଧିନାୟକ), ଶୁଭମନ ଗିଲ, ବିରାଟ କୋହଲି, ଶ୍ରେୟସ ଆୟର, ଇଶାନ କିଷାନ (ୱିକେଟ୍ ରକ୍ଷକ), ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ଜସପ୍ରୀତ ବୁମରା, ଶାର୍ଦ୍ଦୁଲ ଠାକୁର ଏବଂ ମହମ୍ମଦ ସିରାଜ ।

କହିରଖୁ କି, ବର୍ତ୍ତମାନ ପର୍ଯ୍ୟନ୍ତ ସମୁଦାୟ 15ଟି ଏସିଆ କପ୍ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଛି । ଯେଉଁଥିରେ ପାକିସ୍ତାନ କେବଳ ଦୁଇଥର ଏସିଆ କପ୍ ଜିତିଥିବା ବେଳେ ଭାରତ ଏପର୍ଯ୍ୟନ୍ତ 7 ଥର କପ୍ ଜିତିଛି । ଯେଉଁଥିରୁ 6 ଥର ଦଳ ଦିନିକିଆ ଫର୍ମାଟ ଓ ଥରେ T20 ଫର୍ମାଟରେ ଜିତିଛି ।

1
58554

ସେହିପରି ଭାରତ ଏବଂ ପାକିସ୍ତାନ ଏସିଆ କପ୍ (ଦିନିକିଆ ଫର୍ମାଟ୍) ରେ ଏପର୍ଯ୍ୟନ୍ତ 13 ଥର ପରସ୍ପରକୁ ଭେଟିଛନ୍ତି । ଯେଉଁଠାରେ ଟିମ୍ ଇଣ୍ଡିଆ 7 ଟି ମ୍ୟାଚ୍ ଜିତିଥିବାବେଳେ ପାକିସ୍ତାନ 5 ଟି ମ୍ୟାଚ୍ ଜିତିଛି । ଗୋଟିଏ ମ୍ୟାଚ୍ ବାତିଲ ହୋଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+