ପାକିସ୍ତାନ ପେସରଙ୍କ ମୁକାବିଲା ପାଇଁ ଭାରତ ରହିଛି ଏହି ଖାସ୍ ଯୋଜନା
IND vs PAK Asia Cup 2023 (ଇଣ୍ଡିଆ ବନାମ ପାକିସ୍ଥାନ ଏସିଆ କପ୍ ମ୍ୟାଚ୍ 2023): ଏସିଆ କପ 2023ରେ ଆଜି ଅର୍ଥାତ୍ ଶନିବାର ଦୁଇ ପାରପାମ୍ପାରିକ ପ୍ରତିଦ୍ବନ୍ଦ୍ୱୀ ଭାରତ ଏବଂ ପାକିସ୍ତାନର ମୁହାଁମୁହିଁ ହେବେ । ଏହି ମ୍ୟାଚ୍ ପାଲଲେକେ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଖେଳାଯିବ । ଭାରତୀୟ ସମୟ ଅପରାହ୍ନ 2.30ରୁ ମ୍ୟାଚ ଆରମ୍ଭ ହେବ ।
ତେବେ ଆଜି ମ୍ୟାଚ ପୂର୍ବରୁ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ଗତକାଲି ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ । ଏହି ସମୟରେ ଭାରତୀୟ ଅଧିନାୟକ ଅନେକ ପ୍ରଶ୍ନର ଉତ୍ତର ରଖିଥିଲେ ।

କଣ କହିଲେ ଅଧିନାୟକ ରୋହିତ ଶର୍ମା ?
ତାଙ୍କ ବ୍ୟାଟିଂ ବ୍ୟତୀତ ରୋହିତ ଶର୍ମା ପାକିସ୍ତାନର ଦ୍ରୁତ ବୋଲରଙ୍କ ଉପରେ ପ୍ରତିକ୍ରିୟା ପ୍ରକାଶ କରିଥିଲେ । ରୋହିତ କହିଥିଲେ ଯେ, ଶାହିନ୍ ଆଫ୍ରିଦି, ହରିସ୍ ରାଉଫ ଏବଂ ନାସିମଙ୍କ ପରି ଦ୍ରୁତ ବୋଲରଙ୍କ ବିରୋଧରେ ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ରଣନୀତି ଆକ୍ରମଣାତ୍ମକ ହେବ । ପାକ୍ ବୋଲିଂ ଆଟକ୍ କୁ ଆମ ବ୍ୟାଟର୍ ସେମାନଙ୍କ ଅଭିଜ୍ଞତା ବଳରେ ମୁକାବିଲା କରିବେ ବୋଲି କହିଛନ୍ତି ରୋହିତ ଶର୍ମା ।
ପାକିସ୍ତାନ ବିପକ୍ଷ ମୁକାବିଲା ସମ୍ପର୍କରେ ରୋହିତ କହିଥିଲେ ପ୍ରତିଦ୍ବନ୍ଦ୍ବିତା କଥା ଲୋକଙ୍କ ଆଲୋଚନାରେ ସୀମିତ ଥାଏ । ଗୋଟିଏ ଦଳ ଭାବେ ଆମ ଆଗରେ ଆସନ୍ତାକାଲି ଆଉ ଗୋଟିଏ ଦଳ ରହିଛି । ପଡ଼ିଆରେ ଠିକ୍ କରାଯିବା ସମ୍ପର୍କରେ ସମସ୍ତେ ଅବଗତ ।
ଅନ୍ୟପଟେ ପାକିସ୍ତାନ ବିପକ୍ଷରେ ଟିମ୍ ଇଣ୍ଡିଆର ଏକାଦଶ ମଧ୍ୟ ଏକ ରକମ ଚୁଡାନ୍ତ ହୋଇସାରିଛି । ଶୁଭମନ ଗିଲ ପାକିସ୍ତାନ ବିପକ୍ଷ ମ୍ୟାଚରେ ଅଧିନାୟକ ରୋହିତ ଶର୍ମାଙ୍କ ସହ ଇନିଂସ ଓପନ କରିବେ । ଯେଉଁଠାରେ ବିରାଟ କୋହଲି ତିନି ନମ୍ବରରେ ବ୍ୟାଟିଂ କରିବେ । ୱିକେଟକିପର ବ୍ୟାଟ୍ସମ୍ୟାନ୍ ଇଶାନ କିଷାନ ମିଡିଲ ଅର୍ଡରରେ ଖେଳିବେ । ପରେ ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଦେଜା, ଅକ୍ଷର ପଟେଲ୍ ଭାରତୀୟ ପାଳି ସମ୍ଭାଳିବେ । ଆହତ ସମସ୍ୟା ଭାରତୀୟ ଦଳର ସନ୍ତୁଳନକୁ ଯଦିଓ ବିଗାଡ଼ି ଦେଇଥିଲା, ତଥାପି ଭାରତୀୟ ଖେଳାଳିମାନେ ଭାଙ୍ଗିବାରୁ ଚାଲିବା ଶିଖିଛନ୍ତି। ଏବେ ଜସପ୍ରୀତ୍ ବୁମରା, ପ୍ରସିଦ୍ଧ କୃଷ୍ଣ, ଶ୍ରେୟସ ଆୟର ପ୍ରତ୍ୟାବର୍ତ୍ତନ କରିଥିବାରୁ ଦଳର ମନୋବଳ ବଢିଛି ।
- ଭାରତର ସମ୍ଭାବ୍ୟ ଏକାଦଶ: ରୋହିତ ଶର୍ମା (ଅଧିନାୟକ), ଶୁଭମନ ଗିଲ, ବିରାଟ କୋହଲି, ଶ୍ରେୟସ ଆୟର, ଇଶାନ କିଷାନ (ୱିକେଟ୍ ରକ୍ଷକ), ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ଜସପ୍ରୀତ ବୁମରା, ମହମ୍ମଦ ଶାମି ଏବଂ ମହମ୍ମଦ ସିରାଜ ।












Click it and Unblock the Notifications