ଭାରତ-ପାକିସ୍ତାନ ଏସିଆ କପ୍ 2023: ଟସ୍ ହାରିଲେ ରୋହିତ ଶର୍ମା, ଦୀର୍ଘଦିନ ପରେ ଦଳକୁ ଫେରିଲେ ଏହି ଖେଳାଳି...

IND vs PAK Super 4 Match in Asia Cup 2023: ଆଜି (ରବିବାର) ଭାରତ ବନାମ ପାକିସ୍ତାନ ଏସିଆ କପ୍ 2023ର ସୁପର-4 ମୁକାବିଲା । କଲମ୍ବୋରେ ଖେଳାଯିବାକୁ ଥିବା ଏହି ମ୍ୟାଚରେ ଟିମ୍ ଇଣ୍ଡିଆ ଅଧିନାୟକ ଟସ୍ ହାରିବା ଫଳରେ ପ୍ରଥମେ ବ୍ୟାଟିଂ ଆମନ୍ତ୍ରଣ ପାଇଛନ୍ତି । ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି ପାକିସ୍ତାନ ।

ତେବେ ଭାରତୀୟ ଏକାଦଶରେ ଦୁଇଟି ପରିବର୍ତ୍ତନ କରାଯାଇଛି । ଦୀର୍ଘଦିନ ପରେ ଦଳରେ ସ୍ଥାନ ପାଇଛନ୍ତି କେଏଲ ରାହୁଲ । ସେ ଆଜି ଶ୍ରେୟସ ଆୟରଙ୍କ ସ୍ଥାନରେ 4ର୍ଥ ନମ୍ବରରେ ବ୍ୟାଟିଂ କରିବେ । ସେହିପରି ନୂଆ କରି ପିତା ହୋଇଥିବା ଜସପ୍ରୀତ ବୁମରା ଭାରତରୁ ଫେରିଛନ୍ତି । ତେଣୁ ଦୃତ ବୋଲର ମହମ୍ମଦ ଶାମିଙ୍କ ସ୍ଥାନରେ ତାଙ୍କୁ ଦଳରେ ସ୍ଥାନ ମିଳିଛି ।

IND Vs PAK Asia Cup 2023

ସୂଚନାଥାଉ କି, ବମରାଙ୍କ ପତ୍ନୀ ଗର୍ଭବତୀ ଥିଲେ ଏବଂ ନିକଟରେ ଏକ ସନ୍ତାନକୁ ଜନ୍ମ ଦେଇଛନ୍ତି । ଏହି କାରଣରୁ ବୁମରା ଶ୍ରୀଲଙ୍କାରୁ ଭାରତ ଫେରିଥିଲେ । ଫଳରେ ସେ ନେପାଳ ବିପକ୍ଷ ମ୍ୟାଚରେ ଖେଳି ନଥିଲେ । କିନ୍ତୁ ବର୍ତ୍ତମାନ ସେ ଫେରି ଆସିପାରନ୍ତି ।

IND Vs PAK Asia Cup 2023

ବୁମରା ଟିମ୍ ଇଣ୍ଡିଆର ଜଣେ ଗୁରୁତ୍ୱପୂର୍ଣ୍ଣ ବୋଲର । ସେ ଏସିଆ କପ୍ 2023 ରେ ଭାରତ-ପାକିସ୍ତାନର ପ୍ରଥମ ମ୍ୟାଚ୍ ଖେଳିଥିଲେ । କିନ୍ତୁ ବର୍ଷା ହେତୁ ସେହି ମ୍ୟାଚ୍ ଶେଷ ହୋଇପାରି ନାହିଁ । ବୁମରାଙ୍କ ପ୍ରତ୍ୟାବର୍ତ୍ତନ ସହିତ ଟିମ୍ ଇଣ୍ଡିଆର ଖେଳୁଥିବା ଏକାଦଶରେ ଅଧିକ ପରିବର୍ତ୍ତନ ହୋଇପାରେ ।

  • ଭାରତୀୟ ଏକାଦଶ: ରୋହିତ ଶର୍ମା (ଅଧିନାୟକ), ଶୁଭମନ ଗିଲ, ବିରାଟ କୋହଲି, କେ.ଏଲ୍ ରାହୁଲ, ଇଶାନ କିଶନ (ୱିକେଟକିପର), ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, ଶାର୍ଦ୍ଦୁଲ ଠାକୁର, କୁଲଦୀପ ଯାଦବ, ଜସପ୍ରୀତ ବୁମରା, ମହମ୍ମଦ ସିରାଜ ।
  • ପାକିସ୍ତାନ ଏକାଦଶ: ଫଖର ଜମାନ, ଇମାମ-ଉଲ-ହକ, ବାବର ଆଜାମ (ଅଧିନାୟକ), ମହମ୍ମଦ ରିଜୱାନ (ୱିକେଟକିପର), ଆଗା ସଲମାନ, ଇଫ୍ଟିଖର ଅହମ୍ମଦ, ଶାଦବ ଖାନ, ଫହିମ ଆଶରଫ, ଶାହିନ ଆଫ୍ରିଦି, ନାସିମ ଶାହା, ହରିସ ରାଉଫ ।
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+