IND vs PAK ଏସିଆ କପ୍ 2023: ଭାରତ ବିପକ୍ଷରେ ମ୍ୟାଚ ପୂର୍ବରୁ ବଡ଼ ଘୋଷଣା କଲା ପାକିସ୍ତାନ୍

IND vs PAK Asia Cup 2023, Pakistan Playing 11: ଏସିଆ କପ୍ 2023 ରେ ଭାରତ ସହ ମୁହାଁମୁହିଁ ହେବା ପୂର୍ବରୁ ପାକିସ୍ତାନ କ୍ରିକେଟ୍ ଦଳ ଆଜି ଏକ ବଡ଼ ଘୋଷଣା କରିଛି । ଟିମ୍ ଇଣ୍ଡିଆ ବିପକ୍ଷ ମ୍ୟାଚରେ ଚୁଡାନ୍ତ ଏକାଦଶ ନାମ ଘୋଷଣା କରିଛି ପାକ୍ ଟିମ୍ ।

ତେବେ ଆହତ ସମସ୍ୟା ଥିବା ସତ୍ତ୍ୱେ ଦଳର ସବୁଠାରୁ ବିପଜ୍ଜନକ ବୋଲର ମଧ୍ୟ ଏହି ମ୍ୟାଚର ଏକ ଅଂଶ ହେବେ । ଭାରତ ବିରୋଧରେ ପାକିସ୍ତାନ ନିଜର ଶ୍ରେଷ୍ଠ ଏକାଦଶ ଗଠନ କରିଛି ।

IND vs PAK Asia Cup 2023

ଭାରତ ବିପକ୍ଷ ଏସିଆ କପ୍ 2023 ମ୍ୟାଚରେ ପାକିସ୍ତାନ ଦଳ ଚୁଡ଼ାନ୍ତ ଏକାଦଶରେ 3 ଦ୍ରୁତ ବୋଲରଙ୍କୁ ସ୍ଥାନ ଦେଇଛି । ଯେଉଁମାନେ କୌଣସି ବ୍ୟାଟିଂ ଅର୍ଡରକୁ ଧ୍ୱସଂ ବିଧ୍ୱସଂ କରିବାରେ କ୍ଷମତା ରଖିଛନ୍ତି । ଅଭିଜ୍ଞ ଶାହିନ୍ ଆଫ୍ରିଦି ଏବଂ ହରିଶ ରାଉଫ ଯୁବ ନାସିମ ଶାହାଙ୍କ ସମର୍ଥନ ପାଇବେ। ସ୍ପିନ୍ ବୋଲିଂରେ ଟପ୍ ଫର୍ମରେ ଦୌଡ଼ରେ ଥିବା ଦଳର ଉପ-ଅଧିନାୟକ ହେଉଛନ୍ତି ଶାଦବ ଖାନ୍ । 4ଟି ୱିକେଟ୍ ନେଇ ନେପାଳ ବିପକ୍ଷରେ ମ୍ୟାଚରେ ଶାଦବ ଖାନ୍ ସମସ୍ତଙ୍କୁ ସତର୍କ ରହିବାକୁ ବାର୍ତ୍ତା ଦେଇଛନ୍ତି ।

ନେପାଳ ବିପକ୍ଷ ଏସିଆ କପର ପ୍ରଥମ ମ୍ୟାଚକୁ 238 ରନରେ ଜିତିବା ପରେ ପାକିସ୍ତାନ ଦଳ ଶ୍ରୀଲଙ୍କାରେ ପହଞ୍ଚିଛି । କ୍ୟାପଟେନ ବାବର ଆଜମ ପ୍ରଥମ ମ୍ୟାଚରେ 151 ରନ କରି ଅନେକ ରେକର୍ଡ ଭାଙ୍ଗିଥିଲେ। ତାଙ୍କର ଖରାପ ଫର୍ମ ଛାଡି ଭାରତ ବିପକ୍ଷରେ ସ୍କୋର ରନ୍ କରିବାକୁ ସେ ଚାହୁଁଛନ୍ତି ।

ପାକିସ୍ତାନ ଚୁଡାନ୍ତ ଏକାଦଶ

ବାବର ଆଜାମ (ଅଧିନାୟକ), ଶାଦବ ଖାନ, ଫଖର ଜମାନ, ଇମାମ ଉଲ ହକ, ସଲମାନ ଅଲି, ଇଫ୍ଟିଖର ଅହମ୍ମଦ, ମହମ୍ମଦ ରିଜୱାନ (ୱିକେଟ୍ କିପର), ମହମ୍ମଦ ନୱାଜ, ନାସିମ ଶାହା, ଶାହିନ ଆଫ୍ରିଦି, ହରିସ ରାଉଫ।

ଅନ୍ୟପଟେ ପାକିସ୍ତାନ ବିପକ୍ଷରେ ଟିମ୍ ଇଣ୍ଡିଆର ଏକାଦଶକୁ ନେଇ ମଧ୍ୟ ବଡ ଅପଟେଡ୍ ଆସିଛି । କାଲି ମ୍ୟାଚ ପାଇଁ ଶୁଭମାନ ଗିଲ ପାକିସ୍ତାନ ବିପକ୍ଷ ମ୍ୟାଚରେ ଅଧିନାୟକ ରୋହିତ ଶର୍ମାଙ୍କ ସହ ଇନିଂସ ଓପନ କରିବେ । ଯେଉଁଠାରେ ବିରାଟ କୋହଲି ତିନି ନମ୍ବରରେ ବ୍ୟାଟିଂ କରିବେ । ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଇଶାନ କିଷାନ ମିଡିଲ ଅର୍ଡରରେ ଖେଳିବେ ।

ଭାରତର ସମ୍ଭାବ୍ୟ ଏକାଦଶ: ରୋହିତ ଶର୍ମା (ଅଧିନାୟକ), ଶୁଭମନ ଗିଲ, ବିରାଟ କୋହଲି, ଶ୍ରେୟସ ଆୟର, ଇଶାନ କିଷାନ (ୱିକେଟ୍ ରକ୍ଷକ), ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ଜସପ୍ରୀତ ବୁମରା, ମହମ୍ମଦ ଶାମି ଏବଂ ମହମ୍ମଦ ସିରାଜ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+