IND vs PAK ଏସିଆ କପ୍ 2023: ଆସନ୍ତାକାଲି ଭାରତ ବନାମ ପାକିସ୍ତାନ ମହାମୁକାବିଲା, କିଏ ଜିତିବ ମ୍ୟାଚ୍ ?
IND vs PAK Asia Cup 2023 (ଇଣ୍ଡିଆ ବନାମ ପାକିସ୍ଥାନ ଏସିଆ କପ୍ ମ୍ୟାଚ୍ 2023): ଆସନ୍ତାକାଲି (ସେପ୍ଟେମ୍ବର 2, ଶନିବାର) ତାରିଖ ଦିନ ଶ୍ରୀଲଙ୍କାର କାଣ୍ଡି ଠାରେ ଏସିଆ କପ୍ 2023ର ଭାରତ ବନାମ ପାକିସ୍ତାନ ମହାମୁକାବିଲା ଅନୁଷ୍ଠିତ ହେବ । ଗତବର୍ଷ ଟି-20 ବିଶ୍ବକପ୍ ପରେ ପୁଣି ଥରେ ମୁହାଁମୁହିଁ ହେବେ ଏହି ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ମଧ୍ୟରେ ଆଉ ଏକ ରୋମାଞ୍ଚଭରା ମ୍ୟାଚ୍ ହେବାକୁ ଯାଉଛି । ତେବେ ଏହି ଲଢ଼େଇ ଉପଭୋଗ କରିବା ପାଇଁ ଦର୍ଶକ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି ।
ତେବେ ଗତ ବୁଧବାର (ଅଗଷ୍ଟ 30) ରେ ପାକିସ୍ତାନ ପ୍ରଥମ ମ୍ୟାଚ୍ ଖେଳିଥିବା ବେଳେ ଟିମ୍ ଇଣ୍ଡିଆ ପାକିସ୍ତାନ ବିପକ୍ଷରେ ତାର ଏସିଆ କପ୍ 2023 ଅଭିଯାନ ଆରମ୍ଭ କରିବ । ଗ୍ରୁପ୍-ଏରେ ଭାରତ, ପାକିସ୍ତାନ ଏବଂ ନେପାଳ ଅଛନ୍ତି । ପାକିସ୍ତାନ ପରେ ଟିମ୍ ଇଣ୍ଡିଆ 4 ସେପ୍ଟେମ୍ବରରେ ନେପାଳକୁ ଭେଟିବ ।

କେମିତି ରହିବ ପାଗ ?
କାଣ୍ଡି ଠାରେ ସେପଟେମ୍ବର 2 ତାରିଖରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ବଜ୍ରପାତ ସହ ପ୍ରବଳ ବର୍ଷାର 90 ପ୍ରତିଶତ ସମ୍ଭାବନା ରହିଥିବା ପାଣିପାଗ ବିଭାଗ ତରଫରୁ ସୂଚନା ଦିଆଯାଇଛି । ଗତକାଲି ସନ୍ଧ୍ୟାରେ ଏଠାରେ ବର୍ଷା ହେବା ଯୋଗୁଁ ଏବେ ଆଉଟ୍ ଫିଲଡ୍ ଓଦା ରହିଛି ।
ଏସିଆ କପରେ ଭାରତ ପାକିସ୍ତାନ
1984 ମସିହାରୁ ଆରମ୍ଭ ହୋଇଥିବା ଏସିଆ କପ୍ରେ ବର୍ତ୍ତମାନ ସୁଦ୍ଧା ଭାରତ ଦିନିକିଆ ଫର୍ମାଟ୍ରେ 6 ଥର ଏବଂ ଟି-20ରେ ଥରେ ବିଜେତା ହୋଇଛି । ପାକିସ୍ତାନ ଦୁଇ ଥର ଦିନିକିଆ ବିଜେତା ହୋଇଛି । ମୋଟାମୋଟି ଭାବେ ଏସିଆ କପ୍ରେ ଭାରତ ୪୯ ଦିନିକିଆ ଖେଳି ସାରିଛି । ପାକିସ୍ତାନ ବିପକ୍ଷରେ ଶନିବାର ହେବାକୁ ଥିବା ମ୍ୟାଚ୍ରେ ଭାରତ ଅର୍ଦ୍ଧଶତକ ପୂରଣ କରିବ । ସେଥିମଧ୍ୟରୁ ୩୧ ମ୍ୟାଚ୍ରେ ଭାରତ ବିଜୟୀ ହୋଇଛି ।
ଦିନିକିଆ ଫର୍ମାଟ୍ରେ ଏସିଆ କପ୍ରେ ୧୩ଟି ସଂସ୍କରଣ ଆୟୋଜିତ ହୋଇଛି । ସେଥି ମଧ୍ୟରୁ ଭାରତ ୧୨ଟିରେ ଖେଳିଛି । କେବଳ ୧୯୮୬ ଏସିଆ କପ୍ରେ ଭାରତ ଅଂଶଗ୍ରହଣ କରିପାରି ନଥିଲା । ଭାରତ ପ୍ରଥମ ଥର ଉଦ୍ଘାଟନୀ ସଂସ୍କରଣରେ ବିଜେତା ହୋଇଥିଲା । ୧୯୮୪, ୧୯୮୮, ୧୯୯୦, ୧୯୯୫, ୨୦୧୦ ଓ ୨୦୧୮ରେ ଭାରତ ଟ୍ରଫି ଟେକିଥିଲା । କିନ୍ତୁ ପାକିସ୍ତାନକୁ ପ୍ରଥମ ବିଜେତା ହେବା ପାଇଁ ୨୦୦୦ ମସିହା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିଥିଲା । ପୁଣି ଦ୍ବିତୀୟ ଟ୍ରଫି ପାଇଁ ଆହୁରି ୧୨ ବର୍ଷ ଲାଗି ଯାଇଥିଲା ।
ଏସିଆ କପର ଦିନିକିଆ ଫର୍ମାଟ୍ରେ ଦୁଇ ପ୍ରତିଦ୍ବନ୍ଦ୍ବୀ ୧୩ ଥର ଭେଟାଭେଟି ହୋଇଛନ୍ତି । ସେଥିରୁ ଭାରତ ୭ ଥର ବିଜୟୀ ହୋଇଥିଲା ବେଳେ ପାକିସ୍ତାନ ୫ ଥର ବିଜୟ ସ୍ବାଦ ଚାଖିଛି । କେବଳ ଗୋଟିଏ ମ୍ୟାଚ୍ ବର୍ଷା ଯୋଗୁଁ ଧୋଇ ଯାଇଥିଲା । ଶେଷଥର ପାଇଁ ଦିନିକଆ ଏସିଆ କପରେ ଦୁହିଁଙ୍କ ମଧ୍ୟରେ ଦୁବାଇ (୨୦୧୮)ରେ ମୁକାବିଲା ହୋଇଥିଲା ବେଳେ ଭାରତ ସୁପର ୪ ପର୍ଯ୍ୟାୟରେ ୯ ୱିକେଟରେ ବିଜୟୀ ହୋଇଥିଲା ।
ଏସିଆ କପ୍ ପାଇଁ ଭାରତୀୟ ଦଳ
ରୋହିତ ଶର୍ମା (କ୍ୟାପଟେନ), ଶୁଭମନ ଗିଲ, ବିରାଟ କୋହଲି, ଶ୍ରେୟସ ଆୟର, କେ.ଏଲ ରାହୁଲ, ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, ଜସପ୍ରୀତ ବୁମ୍ରା, କୁଲଦୀପ ଯାଦବ, ମହମ୍ମଦ ସିରାଜ, ମହମ୍ମଦ ଶାମି, ଇଶାନ କିଶାନ, ଶର୍ଦ୍ଦଲ ଠାକୁର, ଅକ୍ଷାର ପଟେଲ , ପ୍ରସିଦ୍ଧ କୃଷ୍ଣ । ରିଜର୍ଭ ପ୍ଲେୟାର- ସଞ୍ଜୁ ସାମସନ ।
ଏସିଆ କପ୍ ପାଇଁ ପାକିସ୍ତାନ ଦଳ
ଫଖର ଜମାନ, ଇମାମ-ଉଲ-ହକ, ବାବର ଆଜାମ (କ୍ୟାପଟେନ), ମହମ୍ମଦ ରିଜୱାନ (ୱିକେଟକିପର), ଆଗା ସଲମାନ, ଇଫ୍ଟିଖର ଅହମ୍ମଦ, ଶାଦବ ଖାନ, ଫହିମ ଆଶ୍ରାଫ, ମହମ୍ମଦ ହରିସ, ମହମ୍ମଦ ୱାସିମ ଜୁ। ମହମ୍ମଦ ନୱାଜ, ଶାହିନ ଆଫ୍ରିଦି, ନାସିମ ଶାହା, ହରିସ ରାଉଫ ।
-
ମାର୍ଚ୍ଚ ଶେଷ ସପ୍ତାହରେ ପ୍ରଳୟ କରିବ କାଳବୈଶାଖୀ -
ନିର୍ବାଚନ ସରିଲେ ବାହାହେବେ ବିଜୟ -
ଘରୋଇ ବସ୍ରେ ଅଗ୍ନିକାଣ୍ଡ, ବିଧାୟକ ମଙ୍ଗୁ ଖିଲଙ୍କ ସମେତ ସମସ୍ତ ଯାତ୍ରୀ ସୁରକ୍ଷିତ ଉଦ୍ଧାର -
ନାଟୋ'କୁ ଭୀରୁ କହି ବର୍ଷିଲେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍ -
Zomatoରୁ ଖାଇବା ଅର୍ଡର କରିବା ହେଲା ମହଙ୍ଗା, ବଢ଼ିଲା ପ୍ଲାଟଫର୍ମ ଫିସ୍ -
ଓଡ଼ିଆ ଖାଦ୍ୟ ପଖାଳକୁ ମିଳିଲା ଅନ୍ତର୍ଜାତୀୟ ପରିଚୟ -
ଆଜି ପବିତ୍ର ଇଦ୍-ଉଲ୍-ଫିତର୍, ଆଲିଙ୍ଗନ କରି ଜଣାଉଛନ୍ତି ଶୁଭେଚ୍ଛା





Click it and Unblock the Notifications