IND vs PAK, ଏସିଆ କପ୍ 2023: କାଣ୍ଡି ଆକାଶରେ କଳାହାଣ୍ଡିଆ ମେଘ, ବାତିଲ ହେବ କି ମ୍ୟାଚ ?
IND vs PAK Asia Cup 2023 (ଇଣ୍ଡିଆ ବନାମ ପାକିସ୍ଥାନ ଏସିଆ କପ୍ ମ୍ୟାଚ୍ 2023): ଚଳିତ ଏସିଆ କପର ସବୁଠୁ ବଡ ମ୍ୟାଚ୍ ଆଜି ଅର୍ଥାତ୍ ଶନିବାର । ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏହି ମ୍ୟାଚ୍ କାଣ୍ଡିର ପାଲଲେକେ ଷ୍ଟାଡିୟମରେ ଖେଳାଯିବ । ଭାରତୀୟ ସମୟ ଅନୁଯାୟୀ ମ୍ୟାଚ ଅପରାହ୍ନ 3ଟାରୁ ଆରମ୍ଭ ହେବ ।
ମାତ୍ର ଗତ 2 ଦିନ ଧରି କାଣ୍ଡିରେ ପାଣିପାଗ ବିଗିଡିବାରେ ଲାଗିଛି । ଗତକାଲି ସେଠାରେ ବର୍ଷା ହୋଇଥିଲା ଏବଂ ଆଜି ମଧ୍ୟ ଆକାଶରେ କଳାହାଣ୍ଡିଆ ମେଘ ଦେଖିବାକୁ ମିଳିଛି ।

ANI ରିପୋର୍ଟ ଅନୁଯାୟୀ, ଆଜି କାଣ୍ଡିରେ ବର୍ଷା ହୋଇପାରେ । ଜଣେ କ୍ରିକେଟ୍ ପ୍ରଶଂସକ ଏହି ପୋଷ୍ଟକୁ ନିଜ ଟ୍ୱିଟରରେ ସେୟାର କରିଛନ୍ତି। ବିବିସି ରିପୋର୍ଟ ଅନୁଯାୟୀ, କାଣ୍ଡିରେ 50 ପ୍ରତିଶତରୁ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି । 12:30 ରେ ବର୍ଷା ହେବାର ସମ୍ଭାବନା 71 ପ୍ରତିଶତ ରହିଛି । ରାତି 1:30 ରେ 63 ପ୍ରତିଶତ ଏବଂ ଅପରାହ୍ନ 2:30 ରେ 65 ପ୍ରତିଶତ ବର୍ଷା ହେବାର ସମ୍ଭାବନା ରହିଛି ।
ସେହିପରି Accuweather ଅନୁଯାୟୀ, 10 ମିଲିମିଟର ବର୍ଷା ହୋଇପାରେ । 91 ପ୍ରତିଶତ ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ଅଛି । ଯଦି ବର୍ଷା ମଧ୍ୟବର୍ତ୍ତୀ ସମୟରେ ଜାରି ରହେ ତେବେ ଡକୱର୍ଥ-ଲୁଇସ୍ ନିୟମ ପ୍ରୟୋଗ ହୋଇପାରିବ । ଯଦି ବର୍ଷା ଯୋଗୁଁ ଏହି ମ୍ୟାଚ୍ ବାତିଲ ହୁଏ, ତେବେ ଉଭୟ ଦଳ ପ୍ରତ୍ୟେକଙ୍କୁ ଗୋଟିଏ ପଏଣ୍ଟ ପାଇବେ । ଏଭଳି ପରିସ୍ଥିତିରେ ପାକିସ୍ତାନ ଦଳ ସୁପର 4 ପାଇଁ ଯୋଗ୍ୟତା ଅର୍ଜନ କରିନେବ । ଅନ୍ୟପଟେ ସୁପର ଫୋର୍ ପାଇଁ ଭାରତୀୟ ଦଳକୁ ନେପାଳକୁ ଯେମିତି ହେଲେ ପରାସ୍ତ କରିବାକୁ ପଡ଼ିବ ।
Pallekele Stadium is getting ready for India Vs Pakistan.
Hopefully no rain! pic.twitter.com/d6m9Ez2Qwa
— Mufaddal Vohra (@mufaddal_vohra) September 2, 2023
କହିରଖୁ କି, ବର୍ତ୍ତମାନ ପର୍ଯ୍ୟନ୍ତ ସମୁଦାୟ 15ଟି ଏସିଆ କପ୍ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଛି । ଯେଉଁଥିରେ ପାକିସ୍ତାନ କେବଳ ଦୁଇଥର ଏସିଆ କପ୍ ଜିତିଥିବା ବେଳେ ଭାରତ ଏପର୍ଯ୍ୟନ୍ତ 7 ଥର କପ୍ ଜିତିଛି । ଯେଉଁଥିରୁ 6 ଥର ଦଳ ଦିନିକିଆ ଫର୍ମାଟ ଓ ଥରେ T20 ଫର୍ମାଟରେ ଜିତିଛି ।
ସେହିପରି ଭାରତ ଏବଂ ପାକିସ୍ତାନ ଏସିଆ କପ୍ (ଦିନିକିଆ ଫର୍ମାଟ୍) ରେ ଏପର୍ଯ୍ୟନ୍ତ 13 ଥର ପରସ୍ପରକୁ ଭେଟିଛନ୍ତି । ଯେଉଁଠାରେ ଟିମ୍ ଇଣ୍ଡିଆ 7 ଟି ମ୍ୟାଚ୍ ଜିତିଥିବାବେଳେ ପାକିସ୍ତାନ 5 ଟି ମ୍ୟାଚ୍ ଜିତିଛି । ଗୋଟିଏ ମ୍ୟାଚ୍ ବାତିଲ ହୋଇଛି ।
ପାକିସ୍ତାନ ଚୁଡାନ୍ତ ଏକାଦଶ: ବାବର ଆଜାମ (ଅଧିନାୟକ), ଶାଦବ ଖାନ, ଫଖର ଜମାନ, ଇମାମ ଉଲ ହକ, ସଲମାନ ଅଲି, ଇଫ୍ଟିଖର ଅହମ୍ମଦ, ମହମ୍ମଦ ରିଜୱାନ (ୱିକେଟ୍ କିପର), ମହମ୍ମଦ ନୱାଜ, ନାସିମ ଶାହା, ଶାହିନ ଆଫ୍ରିଦି, ହରିସ ରାଉଫ।
ଭାରତର ସମ୍ଭାବ୍ୟ ଏକାଦଶ: ରୋହିତ ଶର୍ମା (ଅଧିନାୟକ), ଶୁଭମନ ଗିଲ, ବିରାଟ କୋହଲି, ଶ୍ରେୟସ ଆୟର, ଇଶାନ କିଷାନ (ୱିକେଟ୍ ରକ୍ଷକ), ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ଜସପ୍ରୀତ ବୁମରା, ମହମ୍ମଦ ଶାମି ଏବଂ ମହମ୍ମଦ ସିରାଜ ।












Click it and Unblock the Notifications