IND vs NZ : ଚାମ୍ପିଅନ୍ସ ଟ୍ରଫିରେ ବଡ଼ ରେକର୍ଡ ପାଇଁ ଗୋଟିଏ ପାଦ ଦୂରରେ ବିରାଟ କୋହଲି
ବିରାଟ କୋହଲିଙ୍କ ପାଖରେ ଇତିହାସ ସୃଷ୍ଟି କରିବାର ସୁଯୋଗ ଅଛି । ୨୦୨୫ ଚାମ୍ପିଅନ୍ସ ଟ୍ରଫିର ଶେଷ ମ୍ୟାଚ୍ରେ କୋହଲି କ୍ରିସ ଗେଲଙ୍କ ଗୋଟିଏ ରେକର୍ଡ ଭାଙ୍ଗିବାର ସୁଯୋଗ ରହିଛି କୋହଲିଙ୍କ ପାଖରେ ।
ଚାମ୍ପିଅନ୍ସ ଟ୍ରଫିରେ ଏପର୍ଯ୍ୟନ୍ତ ସର୍ବାଧିକ ରନ ସ୍କୋର କରିବାରେ କ୍ରିସ ଗେଲ ଶୀର୍ଷରେ । ଗେଲ ୧୭ଟି ମ୍ୟାଚ ଖେଳି ୭୯୧ ରନ କରିଛନ୍ତି। ଏହି ସମୟ ମଧ୍ୟରେ ସେ ୩ଟି ଶତକ ଏବଂ ଗୋଟିଏ ଅର୍ଦ୍ଧଶତକ ହାସଲ କରିଛନ୍ତି। ଏବେ କୋହଲି ଏହି ରେକର୍ଡ ଭାଙ୍ଗି ପାରିବେ।
ଚାମ୍ପିଅନ୍ସ ଟ୍ରଫିରେ ସର୍ବାଧିକ ରନ ସ୍କୋର କରିବାରେ କୋହଲି ବର୍ତ୍ତମାନ ଦ୍ୱିତୀୟ ସ୍ଥାନରେ ଅଛନ୍ତି। କୋହଲି ୧୭ଟି ମ୍ୟାଚ ଖେଳି ୭୪୬ ରନ କରିଛନ୍ତି। ସେ ଗୋଟିଏ ଶତକ ଏବଂ ୬ଟି ଅର୍ଦ୍ଧଶତକ ହାସଲ କରିଛନ୍ତି।

ଯଦି ବିରାଟ ନ୍ୟୁଜିଲାଣ୍ଡ ବିପକ୍ଷରେ ଶେଷ ମ୍ୟାଚ୍ରେ ୪୫ ରୁ ଅଧିକ ରନ କରନ୍ତି, ତେବେ ସେ କ୍ରିସ ଗେଲଙ୍କୁ ପଛରେ ପକାଇଦେବେ।
୨୦୨୫ ଚାମ୍ପିଅନ୍ସ ଟ୍ରଫିରେ ସର୍ବାଧିକ ରନ ସ୍କୋର କରିବାରେ ବିରାଟ କୋହଲି ବର୍ତ୍ତମାନ ଚତୁର୍ଥ ସ୍ଥାନରେ ଅଛନ୍ତି। କୋହଲି ୪ଟି ମ୍ୟାଚ୍ରେ ୨୧୭ ରନ କରିଛନ୍ତି।
ଟିମ ଇଣ୍ଡିଆ ରବିବାର ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଫାଇନାଲ ମ୍ୟାଚ ଖେଳିବ। ଭାରତ ୨୦୨୫ ଚାମ୍ପିଅନ୍ସ ଟ୍ରଫିର ସେମିଫାଇନାଲରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା।












Click it and Unblock the Notifications