ଆଜି ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଦିନିକିଆ

ଆଜିଠୁ ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଦିନିକିଆ । ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍ ଆଜି ହାଇଦ୍ରାବାଦର ରାଜୀବ ଗାନ୍ଧୀ ଆନ୍ତର୍ଜାତିକ ଷ୍ଟାଡିୟମରେ ଖେଳାଯିବ ।

ହାଇଦ୍ରାବାଦ: ଆଜିଠୁ ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଦିନିକିଆ । ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍ ଆଜି ହାଇଦ୍ରାବାଦର ରାଜୀବ ଗାନ୍ଧୀ ଆନ୍ତର୍ଜାତିକ ଷ୍ଟାଡିୟମରେ ଖେଳାଯିବ। ଶ୍ରୀଲଙ୍କାକୁ ୩-୦ରେ ମୂଳପୋଛ କରିବା ପରେ ଭାରତୀୟ ଖେଳାଳଳିଙ୍କ ମନୋବଳ ଦୃଢ ରହିଛି । ଘରୋଇ ଗ୍ରାଉଣ୍ଡରେ ଭଲ ପ୍ରଦର୍ଶନ କରିବାକୁ ଲକ୍ଷ୍ୟ ରଖିଛି ଟିମ୍ ଇଣ୍ଡିଆ ।

IND vs NZ : Today First ODI

ନ୍ୟୁଜିଲାଣ୍ଡ ବିପକ୍ଷ ଶୃଙ୍ଖଳା ଆରମ୍ଭରୁ ମଧ୍ୟକ୍ରମ ବ୍ୟାଟର୍‌ ଶ୍ରେୟସ ଆୟର ଦଳରୁ ବାଦ୍‌ ପଡ଼ିଛନ୍ତି। ଶ୍ରୀଲଙ୍କା ବିପକ୍ଷ ଶେଷ ଦିନିକିଆ ବେଳେ ସେ ଆହତ ହୋଇଥିଲେ। ଆଗକୁ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ୍‌ ଶୃଙ୍ଖଳା ରହିଥିବାରୁ ଅଧିକ ରିସ୍କ ନନେବାକୁ ଚାହିଁ ବିସିସିଆଇ ଡାକ୍ତରୀ ଦଳ ତାଙ୍କୁ ବେଙ୍ଗାଲୁରୁସ୍ଥିତ ନ୍ୟାସ୍‌ନାଲ କ୍ରିକେଟ୍‌ ଏକା‌ଡେମିକୁ ପଠାଇବାକୁ ନିଷ୍ପତ୍ତି ନେଇଛନ୍ତି ।

ତାଙ୍କ ସ୍ଥାନରେ ରଜତ ପଟିଦାରଙ୍କୁ ସାମିଲ କରାଯାଇଛି । କେଏଲ୍ ରାହୁଲ ମଧ୍ୟ ବ୍ୟକ୍ତିଗତ କାରଣରୁ ଓହରି ଯାଇଛନ୍ତି । ତେଣୁ ସୂର୍ଯ୍ୟକୁମାର ଯାଦବ ଓ ଈଶାନ କିଷାନ ଚୂଡାନ୍ତ ଏକାଦଶରେ ସ୍ଥାନ ପାଇବା ନିଶ୍ଚିବ । ସେହିପରି କେନ୍ ୱିଲିୟମସନ୍ ଓ ଟିମ୍ ସାଉଦିଙ୍କ ବିନା ଖେଳିବ ନ୍ୟୁଜିଲାଣ୍ଡ ଦଳ । ଟିମ୍ ଲାଥମଙ୍କ ନେତୃତ୍ୱରେ ନ୍ୟୁଜିଲାଣ୍ଡ ପଡ଼ିଆକୁ ଓହ୍ଲାଇବ ।

ବିରାଟ କୋହଲି ଏବଂ ଶିଖର ଧାୱନ୍‌ ଭାରତୀୟ ବ୍ୟାଟର୍‌ ଭାବେ ଦିନିକିଆ ଆନ୍ତର୍ଜାତିକରେ ଦ୍ରୁତତମ ୧୦୦୦ ରନ୍‌ କରିଛନ୍ତି। ଉଭୟେ ସମାନ ୨୪ ଲେଖାଏଁ ପାଳିରୁ ଏହି ମାଇଲଖୁଣ୍ଟ ଛୁଇଁଛନ୍ତି। ଏବେ ଶୁବମନ ଗିଲ୍‌ଙ୍କ ପାଇଁ ଉଭୟ କୋହଲି ଓ ଧାୱନ୍‌ଙ୍କ କୀର୍ତ୍ତିମାନକୁ ଟପିବାର ସୁଯୋଗ ରହିଛି। ଗିଲ୍‌ ଏବେ ସୁଦ୍ଧା ୧୮ ପାଳିରୁ ୮୯୪ ରନ୍‌ କରିସାରିଛନ୍ତି। ନ୍ୟୁଜିଲାଣ୍ଡ୍‌ ଶୃଙ୍ଖଳାରେ ଆଉ ୧୦୬ ରନ୍‌ କରିପାରିଲେ ସେ ଦ୍ରୁତତମ ୧୦୦୦ ରନ୍‌ (କମ୍ ପାଳି ଭିତ୍ତିରେ) କରିବାରେ ପ୍ରଥମ ଭାରତୀୟ ହୋଇଯିବେ।

ସମ୍ଭାବ୍ୟ ଭାରତ ୧୧ : ରୋହିତ ଶର୍ମା (ଅଧିନାୟକ), ଶୁବମନ ଗିଲ୍‌, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଇଶାନ କିଶନ (ୱିକେଟ୍‌ରକ୍ଷକ), ହାର୍ଦ୍ଦିକ୍‌ ପାଣ୍ଡ୍ୟା, ୱାସିଂଟନ୍‌ ସୁନ୍ଦର, କୁଲ୍‌ଦୀପ ଯାଦବ/ୟୁଝ୍‌ବେନ୍ଦ୍ର ଚହଲ, ମହମ୍ମଦ ସାମି, ମହମ୍ମଦ ସିରାଜ, ଉମ୍ରାନ ମଲିକ।

ସମ୍ଭାବ୍ୟ ନ୍ୟୁଜିଲାଣ୍ଡ୍‌ ୧୧ : ଫିନ୍‌ ଆଲେନ୍‌, ଡେଭନ୍‌ କନ୍‌ୱେ, ମାର୍କ ଚାପ୍‌ମ୍ୟାନ୍‌/ହେନ୍‌ରି ନିକୋଲାସ୍‌, ଡାରିଲ ମିଚେଲ, ଟମ୍‌ ଲାଥମ୍‌ (ଅଧିନାୟକ), ଗ୍ଲେନ୍‌ ଫିଲିପ୍ସ, ମାଇକେଲ ବ୍ରାସ୍‌ୱେଲ, ମିଚେଲ ସାଣ୍ଟ୍‌ନର, ହେନ୍‌ରି ସିପ୍‌ଲେ/ଡଗ୍‌ ବ୍ରାସ୍‌ୱେଲ, ଜାକୋବ ଡଫି, ଲୋକି ଫର୍ଗୁସନ୍‌।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+