Get Updates
Get notified of breaking news, exclusive insights, and must-see stories!

IND vs NZ: ଦିନିକିଆ ଦଳକୁ ଫେରିଲେ ଶାର୍ଦ୍ଦୁଲ ଠାକୁର

ଆଜିଠୁ ଆରମ୍ଭ ହୋଇଛି ଭାରତ ବନାମ ନ୍ୟୁଜିଲାଣ୍ଡ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍ । ସ୍ଥାନୀୟ ରାଜୀବ ଗାନ୍ଧୀ ଆନ୍ତର୍ଜାତିକ ଷ୍ଟାଡିୟମରେ ଖେଳାଯାଉଛି ଏହି ମ୍ୟାଚ ।

ହାଇଦ୍ରାବାଦ: ଆଜିଠୁ ଆରମ୍ଭ ହୋଇଛି ଭାରତ ବନାମ ନ୍ୟୁଜିଲାଣ୍ଡ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍ । ସ୍ଥାନୀୟ ରାଜୀବ ଗାନ୍ଧୀ ଆନ୍ତର୍ଜାତିକ ଷ୍ଟାଡିୟମରେ ଖେଳାଯାଉଛି ଏହି ମ୍ୟାଚ । ତେବେ ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି ଅଧିନାୟକ ରୋହିତ ଶର୍ମା ।

IND vs NZ

ଦୀର୍ଘଦିନ ପରେ ଦିନିକିଆ ଦଳରେ ସାମିଲ ହୋଇଛନ୍ତି ଅଲରାଉଣ୍ଡର ଶାର୍ଦ୍ଦୁଲ ଠାକୁର । ସେହିପରି ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ଆଜି ଦଳରେ ସାମିଲ ହୋଇଛନ୍ତି । ଅନ୍ୟପଟେ ଶ୍ରୀଲଙ୍କା ବିପକ୍ଷ ଶେଷ ଦିନିକିଆରେ ଆହତ ହୋଇ ଦଳର ବାଦ୍ ପଡିଥିବା ଶ୍ରେୟସ ଆୟରଙ୍କ ସ୍ଥାନରେ ଆଜି ଏକାଦଶରେ ସ୍ଥାନ ପାଇଛନ୍ତି ସୂର୍ଯ୍ୟକୁମାର ଯାଦବ । ସେହିପରି ବ୍ୟକ୍ତିଗତ କାରଣ ପାଇଁ ଛୁଟିରେ ଥିବା କେଏଲ ରାହୁଲଙ୍କ ସ୍ଥାନରେ ଏକାଦଶରେ ସାମିଲ ହୋଇଛନ୍ତି ଇଶାନ କିଷନ୍ ।

ତେବେ ଶ୍ରୀଲଙ୍କାକୁ ୩-୦ରେ ମୂଳପୋଛ କରିବା ପରେ ଭାରତୀୟ ଖେଳାଳଳିଙ୍କ ମନୋବଳ ଦୃଢ ରହିଛି । ଘରୋଇ ଗ୍ରାଉଣ୍ଡରେ ଭଲ ପ୍ରଦର୍ଶନ କରି କିୱି ବିପକ୍ଷ ସିରିଜକୁ ଜିତିବାକୁ ମଧ୍ୟ ଲକ୍ଷ୍ୟ ରଖିଛି ଟିମ୍ ଇଣ୍ଡିଆ ।

ଭାରତୀୟ ଏକାଦଶ: ରୋହିତ ଶର୍ମା (ଅଧିନାୟକ), ଶୁବମନ ଗିଲ୍‌, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଇଶାନ କିଷାନ (ୱିକେଟରକ୍ଷକ), ହାର୍ଦ୍ଦିକ୍‌ ପାଣ୍ଡ୍ୟା, ୱାସିଂଟନ ସୁନ୍ଦର, ଶାର୍ଦ୍ଦୁଲ ଠାକୁର, କୁଲଦୀପ ଯାଦବ, ମହମ୍ମଦ ସାମି, ମହମ୍ମଦ ସିରାଜ ।

ନ୍ୟୁଜିଲାଣ୍ଡ ଏକାଦଶ: ଫିନ୍‌ ଆଲେନ୍‌, ହେନ୍‌ରି ନିକୋଲାସ୍‌,
ଡେଭନ୍‌ କନ୍‌ୱେ, ଡାରିଲ ମିଚେଲ, ଟମ୍‌ ଲାଥମ୍‌ (ଅଧିନାୟକ), ଗ୍ଲେନ୍‌ ଫିଲିପ୍ସ, ମାଇକେଲ ବ୍ରାସ୍‌ୱେଲ, ମିଚେଲ ସାଣ୍ଟ୍‌ନର, ହେନ୍‌ରି ସିପ୍‌ଲେ, ଲୋକି ଫର୍ଗୁସନ୍‌, ବ୍ଲାଇର୍ ଟିକନର୍ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+