Get Updates
Get notified of breaking news, exclusive insights, and must-see stories!

IND vs NZ: ପ୍ରଥମ ଦିନିକିଆ ହାରିଲା ଭାରତ, ପରାଜୟର ଏହା 3 ବଡ କାରଣ

ପ୍ରଥମ ଦିନିକିଆ ହାରିଲା ଭାରତ । ସ୍ଥାନୀୟ ଇଡେନ ପାର୍କରେ ଖେଳାଯାଇଥିବା ପ୍ରଥମ ଦିନିକିଆରେ ଭାରତକୁ ୭ ୱିକେଟରେ ପରାସ୍ତ କରିଛି ଘରୋଇ ନ୍ୟୁଜିଲାଣ୍ଡ । ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୭ ୱିକେଟ ହରାଇ ୩୦୬ ରନ କରିଥିଲା ।

India vs New Zealand, 1st ODI Highlights, ଅକଲାଣ୍ଡ: ପ୍ରଥମ ଦିନିକିଆ ହାରିଲା ଭାରତ । ସ୍ଥାନୀୟ ଇଡେନ ପାର୍କରେ ଖେଳାଯାଇଥିବା ପ୍ରଥମ ଦିନିକିଆରେ ଭାରତକୁ ୭ ୱିକେଟରେ ପରାସ୍ତ କରିଛି ଘରୋଇ ନ୍ୟୁଜିଲାଣ୍ଡ । ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୭ ୱିକେଟ ହରାଇ ୩୦୬ ରନ କରିଥିଲା । ଜବାବରେ ଟମ ଲାଥମଙ୍କ ଅପରାଜିତ ୧୪୫ ରନ ଓ ଅଧିନାୟକ କେନ ୱିଲିୟମସନଙ୍କ ଅପରାଜିତ ୯୪ ରନ ପାଳି ବଳରେ ଘରୋଇ ଦଳ ଧାର୍ଯ୍ୟ ଲକ୍ଷ୍ୟକୁ ହାସଲ କରି ନେଇଛି । ଏହି ବିଜୟ ସହ ନ୍ୟୁଜିଲ୍ୟାଣ୍ଡ ୩ଟିକିଆ ଦିନିକିଆ ସିରିଜ୍‌ରେ ୧-୦ରେ ଆଗୁଆ ହୋଇ ଯାଇଛି ।

IND vs NZ

ତେବେ ୩୦୬ ରନ୍ ସ୍କୋର କରିବା ପରେ ମଧ୍ୟ ଭାରତ ପରାଜୟର ସମ୍ମୁଖିନ ହୋଇଛି । ଏହା ଅତ୍ୟନ୍ତ ବିରଳ ଯେ ୩୦୦ ରୁ ଅଧିକ ରନ୍ ସ୍କୋର କରିଥିବା ଦଳ ପରାଜୟର ସମ୍ମୁଖିନ ହେବା । କିନ୍ତୁ ଭାରତ ସହ ଏହା ଘଟିଛି । ଭାରତୀୟ ବୋଲରମାନେ ପୁଣି ଥରେ ଟାର୍ଗେଟକୁ ରକ୍ଷା କରିବାରେ ବିଫଳ ହୋଇଛନ୍ତି । ବୋଲରମାନେ ପ୍ରଥମେ ତିନିଟି ୱିକେଟ୍ ନେବାରେ ସଫଳ ହୋଇଥିଲେ। କିନ୍ତୁ ସେବେଠାରୁ ସେ ୱିକେଟ୍ ଖୋଜୁଥିଲେ ଏବଂ ନ୍ୟୁଜିଲ୍ୟାଣ୍ଡ ସହଜରେ ମ୍ୟାଚକୁ ସେମାନଙ୍କ ସପକ୍ଷରେ ପରିଣତ କରିଥିଲା। ତେବେ ଆସନ୍ତୁ ନିମ୍ନରେ ଆଲୋଚନ କରିବା ଟିମ ଇଣ୍ଡିଆ ପରାଜୟର ତିନି ବଡ କାରଣ ।

ପୁରୁଣା ବଲରେ ପ୍ରଭାବ ହୀନ ଭାରତୀୟ ବୋଲର

ଭାରତ ପରାଜୟର ସବୁଠାରୁ ବଡ କାରଣ ହେଲା ୱିକେଟ୍ ନମିଳିବା । ଭାରତୀୟ ବୋଲରମାନେ ନୂଆ ବଲ ସହିତ ୱିକେଟ୍ ନେଇଥିଲେ । କିନ୍ତୁ ଦଳ ଯେତେବେଳେ ୱିକେଟ୍ ଆବଶ୍ୟକ କରୁଥିଲା । ସେତେବେଳେ ବୋଲର ମାନେ ୱିକେଟ୍ ଦେବାକୁ ଅସକ୍ଷମ ହେଲେ । ପୁରୁଣା ବଲ ସହିତ ଶାର୍ଦ୍ଦୁଲ ଠାକୁରଙ୍କ ସମେତ ସମସ୍ତ ଭାରତୀୟ ବୋଲର ମହଙ୍ଗା ହୋଇଥିଲେ। ଭାରତ ପାଇଁ ଡେବ୍ୟୁ କରିଥିବା ଉମ୍ରାନ ମଲ୍ଲିକ ନିଶ୍ଚିତ ଭାବେ ତାଙ୍କ ବୋଲିଂରେ ଟିକେ ପ୍ରଭାବିତ ହୋଇଥିଲେ। କିନ୍ତୁ ଅଭିଜ୍ଞ ସ୍ପିନର ୟୁଜଭେନ୍ଦ୍ର କୌଣସି ୱିକେଟ୍ ନ ପାଇବା ନିଶ୍ଚୟ ପରାଜୟର କାରଣ ହୋଇଛି ।

IND vs NZ

ଦଳରେ ଷଷ୍ଠ ବୋଲରଙ୍କ ଅଭାବ

ଭାରତୀୟ ଦଳ ପରାଜୟର କାରଣ ମଧ୍ୟ ଷଷ୍ଠ ବୋଲରଙ୍କ ଅନୁପସ୍ଥିତି ବୋଲି ବିବେଚନା କରାଯାଇ ପାରେ। କେବଳ ପାଞ୍ଚ ଜଣ ବୋଲରଙ୍କ ସହ ଏହି ମ୍ୟାଚ୍ ପାଇଁ କ୍ୟାପଟେନ ଶିଖର ଧାୱନ ପଡ଼ିଆକୁ ଓହ୍ଲାଇଥିଲେ । ଦିନିକିଆ ମ୍ୟାଚରେ ଦଳରେ ଗୋଟିଏ କିମ୍ବା ଦୁଇଟି ଅଲରାଉଣ୍ଡର ରହିବା ଆବଶ୍ୟକ । ଏହି ମ୍ୟାଚ୍ ପାଇଁ ଭାରତୀୟ ଦଳର କୌଣସି ଖେଳାଳି ନଥିଲେ ଯିଏ ଷଷ୍ଠ ବୋଲରଙ୍କ ଭୂମିକା ଗ୍ରହଣ କରିପାର ଥାନ୍ତେ।

ଟମ୍ ଲାଥାମଙ୍କ ତୋଫାନି ପାଳି

କିୱି ବ୍ୟାଟ୍ସମ୍ୟାନ୍ ଟମ୍ ଲାଥାମ୍ ତାଙ୍କ ଇନିଂସକୁ ଧୀରେ ଧୀରେ ଆରମ୍ଭ କରିଥିଲେ । କିନ୍ତୁ ତାଙ୍କର ଷ୍ଟ୍ରାଇକ୍ ହାର ପ୍ରତ୍ୟେକ ଓଭର ସହିତ ବଢିବାରେ ଲାଗିଥିଲା । ଦିନିକିଆ କ୍ୟାରିୟରର ସପ୍ତମ ଶତକ ସ୍କୋର କରି ଟମ୍ ଲାଥାମ୍ ୧୦୪ ବଲରେ ଅପରାଜିତ ୧୪୫ ରନ୍ କରିଥିଲେ। ତାଙ୍କ ଇନିଂସ ସମୟରେ ଲାଥାମ ୧୯ ଚୌକା ଓ ୫ଟି ଛକା ମାରିଥିଲେ। ଲାଥାମଙ୍କ ଏହି ଇନିଂସ ଭାରତୀୟ ଦଳଠାରୁ ବିଜୟ ଛଡ଼ାଇ ନେଇଥିଲା ।

ଉଲ୍ଲେଖଥାଉ କି, ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରୁଥିବା ଶିଖର ଧୱନଙ୍କ ଟିମ ଇଣ୍ଡିଆ ଦମଦାର ଆରମ୍ଭ କରିଥିଲା। ନିଜେ ଧୱନ ୭୨ ରନ କରିଥିବା ବେଳେ ଓପନର ଶୁବମନ ଗିଲ୍‌ ୫୦ ରନ କରିଥିଲେ। ପ୍ରଥମ ୱିକେଟ ପାଇଁ ଉଭୟ ୧୨୪ ରନର ଭାଗିଦାରୀ କରିଥିଲେ। ମଧ୍ୟକ୍ରମରେ ମଧ୍ୟ ଶ୍ରେୟସ ଆୟର ୮୦ ଓ ସଞ୍ଜୁ ସାମାସନ ୩୬ ରନ ଇନିଂସ ଖେଳିଥିଲେ। ତେବେ ଋଷଭ ପନ୍ତ ୧୫ ଓ ସୂର୍ଯ୍ୟ କୁମାର ଯାଦବ ମାତ୍ର ୪ ରନ କରିବାକୁ ସକ୍ଷମ ହୋଇଥିଲେ। ଶେଷ ଭାଗରେ ୱାଶିଂଟନ ସୁନ୍ଦର ୧୬ ବଲରେ ଅପରାଜିତ ୩୬ ରନ କରିବାରୁ ଟିମ ଇଣ୍ଡିଆ ୭ ୱିକେଟ ହରାଇ ୩୦୬ ରନ କରିବାକୁ ସକ୍ଷମ ହୋଇଥିଲା। ନ୍ୟୁଜିଲ୍ୟାଣ୍ଡ ପକ୍ଷରୁ ଲକି ଫର୍ଗୁସନ ଓ ଟିମ ସାଉଦି ୩ଟି ଲେଖାଏ ୱିକେଟ ନେଇଥିବା ବେଳେ ଆଡାମ ମିଲନେ ଗୋଟିଏ ସଫଳତା ପାଇଛନ୍ତି ।

IND vs NZ

୩୦୭ ରନ ଚ୍ୟାଲେଞ୍ଜ ଟାର୍ଗେଟ ପାଇଥିବା ଘରୋଇ ଟିମ୍ ୩୫ ରନରେ ଓପନର ଫିନ ଆଲେନ(୨୨)ଙ୍କୁ ହରାଇଥିଲା। ତାଙ୍କ ୱିକେଟ ଶାର୍ଦ୍ଦୁଲ ଠାକୁର ନେଇଥିଲେ। ଏହାପରେ ଡେବ୍ୟୁଟାଣ୍ଟ ଉମ୍ରାନ ମଲିକ ଇନଫର୍ମ ଡେଭନ କନୱେ(୨୪) ଓ ଡାରେଲ ମିଚେଲ(୧୧)ଙ୍କୁ ଆଉଟ କରି ନ୍ୟୁଜିଲ୍ୟାଣ୍ଡକୁ ଯୁଗଳ ଝଟକା ଦେଇଥିଲେ।

୮୮ ରନରେ ନ୍ୟୁଜିଲ୍ୟାଣ୍ଡ ୩ ୱିକେଟ ହରାଇ ସାମାନ୍ୟ ସଙ୍କଟରେ ପଡ଼ିଥିଲା। ଏହି ସମୟରେ ୱିଲିୟମସନ ଓ ଲାଥମ ସ୍ଥିତି ସମ୍ଭାଳିଥିଲେ। ଶେଷରେ ଲାଥମ ୱିଲିୟମସନଙ୍କ ସହ ମିଶି ଦଳକୁ ୧୭ ବଲ ପୂର୍ବରୁ ବିଜୟ ପ୍ରଦାନ କରିଥିଲେ । ଦମଦାର ଶତକ ପାଇଁ ଲାଥମ ମ୍ୟାଚର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଛନ୍ତି। ଭାରତ ପକ୍ଷରୁ ଆଜି ଉମ୍ରାନ ମଲିକଙ୍କ ସହ ଅର୍ଶଦୀପ ସିଂହ ଦିନିକିଆରେ ଡେବ୍ୟୁ କରିଥିଲେ। ହେଲେ ଅର୍ଶଦୀପ କୌଣସି ପ୍ରକାରର ୱିକେଟ ପାଇ ନାହାନ୍ତି। ଉମ୍ରାନ କିନ୍ତୁ ୨ଟି ସଫଳତା ପାଇଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+