IND vs NZ: ଟସ୍ ଜିତି ପ୍ରଥମେ ବୋଲିଂ କରିବ ନ୍ୟୁଜିଲାଣ୍ଡ, ଭାରତର ବ୍ୟାଟିଂ
IND vs NZ: ଟସ୍ ଜିତି ପ୍ରଥମେ ବୋଲିଂ କରିବ ନ୍ୟୁଜିଲାଣ୍ଡ, ଭାରତର ବ୍ୟାଟିଂ ।ନ୍ୟୁଜିଲାଣ୍ଡ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଭାରତର ପ୍ଲେଇଂ ଇଲେଭେନରେ ଏକ ପରିବର୍ତ୍ତନ କରାଯାଇଛି। ହର୍ଷିତ ରାଣାଙ୍କ ସ୍ଥାନରେ ବରୁଣ ଚକ୍ରବର୍ତ୍ତୀ ଟିମକୁ ଆସିଛନ୍ତି।
ସେହିପରି ନ୍ୟୁଜିଲାଣ୍ଡ ଏକାସଧରେ ଗୋଟିଏ ପରିବର୍ତ୍ତନ ହୋଇଛି। ଡେଭେନ କନୱେଙ୍କ ସ୍ଥାନରେ ଖେଳିବେ ଡାରିଲ୍ ମିଚେଲ୍।
{image--20250225-081830-0000-1740904307.jpg odia.oneindia.com
ଆଇସିସି ଟୁର୍ଣ୍ଣାମେଣ୍ଟରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତର ରେକର୍ଡ ବହୁତ ଭଲ ନୁହେଁ। ନ୍ୟୁଜିଲାଣ୍ଡର ୧୦ଟି ବିଜୟ ତୁଳନାରେ, ଭାରତ କେବଳ ୫ ଥର ସେମାନଙ୍କୁ ପରାସ୍ତ କରିପାରିଛି। ଏହି ଟୁର୍ଣ୍ଣାମେଣ୍ଟରେ ଭାରତ ଏପର୍ଯ୍ୟନ୍ତ ପାକିସ୍ତାନ ଏବଂ ବାଂଲାଦେଶକୁ ପରାସ୍ତ କରିଛି। ଅନ୍ୟପକ୍ଷରେ, କିୱି ଦଳ ମଧ୍ୟ ସେହି ଉଭୟ ଦଳକୁ ସହଜରେ ପରାସ୍ତ କରି ସେମିଫାଇନାଲରେ ନିଜର ସ୍ଥାନ ନିଶ୍ଚିତ କରିଛି।
ଭାରତ ଏବଂ ନ୍ୟୁଜିଲାଣ୍ଡ ଏପର୍ଯ୍ୟନ୍ତ ଏକଦିବସୀୟ କ୍ରିକେଟ ଇତିହାସରେ ୧୧୮ ଥର ପରସ୍ପରକୁ ମୁହାଁମୁହିଁ ହୋଇଛନ୍ତି। ସେଥିମଧ୍ୟରୁ ଭାରତ ୬୦ ଥର, ନ୍ୟୁଜିଲାଣ୍ଡ ୫୦ ଥର ଜିତିଛି। ସେମାନଙ୍କ ମଧ୍ୟରେ ଗୋଟିଏ ମ୍ୟାଚ୍ ଟାଇ ହୋଇଥିଲା ଏବଂ ୭ଟି ମ୍ୟାଚ୍ର କୌଣସି ଫଳାଫଳ ମିଳି ନଥିଲା। ଟିମ୍ ଇଣ୍ଡିଆ ଗତ ୫ଟି ଏକଦିବସୀୟ ମ୍ୟାଚ୍ରେ ନ୍ୟୁଜିଲାଣ୍ଡକୁ ଲଗାତାର ପରାସ୍ତ କରିଛି।
ଅଧିକ ପଢ଼ନ୍ତୁ: ମୁଁ ମୋ ସ୍ୱାମୀଙ୍କୁ ଛାଡିଦେବି ପଛେ ସୋସିଆଲ ମିଡିଆକୁ ନୁହେଁ
ଭାରତର ପ୍ଲେଇଂ ଏକାଦଶ: ରୋହିତ ଶର୍ମା (ଅଧିନାୟକ), ଶୁଭମନ ଗିଲ, ବିରାଟ କୋହଲି, ଶ୍ରେୟସ ଆୟର, ଅକ୍ଷର ପଟେଲ, କେଏଲ ରାହୁଲ, ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, ମହମ୍ମଦ ଶାମି, କୁଲଦୀପ ଯାଦବ, ବରୁଣ ଚକ୍ରବର୍ତ୍ତୀ
ନ୍ୟୁଜିଲାଣ୍ଡ ପ୍ଲେଇଂ ଏକାଦଶ: ୱିଲ୍ ୟଙ୍ଗ, ରାଚିନ୍ ରବିନ୍ଦ୍ର, କେନ୍ ୱିଲିୟମ୍ସନ୍, ଡାରିଲ୍ ମିଚେଲ୍, ଟମ୍ ଲାଥାମ୍, ଗ୍ଲେନ୍ ଫିଲିପ୍ସ, ମାଇକେଲ୍ ବ୍ରେସୱେଲ୍, ମିଚେଲ୍ ସାଣ୍ଟନର (ଅଧିନାୟକ), ମ୍ୟାଟ୍ ହେନରୀ, କାଇଲ୍ ଜାମିସନ୍, ୱିଲିୟମ୍ ଓ'ରୌର୍କେ।












Click it and Unblock the Notifications