Get Updates
Get notified of breaking news, exclusive insights, and must-see stories!

IND vs NZ: ଭାରତ ବିପକ୍ଷ ଆଇସିସି ଟୁର୍ଣ୍ଣାମେଣ୍ଟରେ ଫାଇନାଲ ହାରିନି ନ୍ୟୁଜିଲାଣ୍ଡ

ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଆଇସିସି ଚାମ୍ପିଅନ୍ସ ଟ୍ରଫି ଦିନିକିଆ କ୍ରିକେଟର ଫାଇନାଲ ମୁକାବିଲା ହେବ। ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମ୍‌ରେ ମାର୍ଚ୍ଚ ୯ ତାରିଖ ରବିବାର ଫାଇନାଲ ଖେଳାଯିବ।

ଏହି ଟୁର୍ଣ୍ଣାମେଣ୍ଟରେ ଦୁଇ ଶ୍ରେଷ୍ଠ ଦଳ ମଧ୍ୟରେ ଫାଇନାଲ ମୁକାବିଲା ହେଉଥିବାରୁ ବିଶ୍ୱକ୍ରିକେଟ ପ୍ରେମୀ ମଧ୍ୟ ଏହାକୁ ଅପେକ୍ଷା କରି ରହିଛନ୍ତି। ଏବେ ମଧ୍ୟ ଉଭୟ ଦଳ ଜବରଦସ୍ତ ଫର୍ମରେ ରହିଛନ୍ତି। ଦୁବାଇରେ ଭାରତର ସ୍ପିନ୍‌ ଜାଲକୁ ଅଲରାଉଣ୍ଡ ସଫଳତା ପାଉଥିବା ନ୍ୟୁଜିଲାଣ୍ଡ କିପରି ହଟାଇବ ତାହାକୁ ନେଇ ରଣନୀତି ପ୍ରସ୍ତୁତ ହୋଇଛି। ତୃତୀୟ ଥରରେ ଭାରତ ସଫଳ ହେବାକୁ ଆଶା କରିଛି।

IND vs NZ

ରେକର୍ଡ ଭାଙ୍ଗିବା ଅପେକ୍ଷାରେ ଭାରତ

ଉଭୟ ଦେଶ ଦୀର୍ଘଦିନ ହେବ ଆଇସିସି ଟୁର୍ଣ୍ଣାମେଣ୍ଟରେ ଖେଳିଆସୁଥିଲେ ମଧ୍ୟ ଫାଇନାଲରେ ମାତ୍ର ତୃତୀୟଥର ଲାଗି ଭେଟାଭେଟି ହେବାକୁ ଯାଉଛନ୍ତି। ଦୁବାଇରେ ଚାମ୍ପିଅନ୍ସ ଟ୍ରଫି ଫାଇନାଲ ହେବ ତୃତୀୟ ଲଢେ଼ଇ। ପୂର୍ବରୁ ଦୁଇଦଳ ମଧ୍ୟରେ ଦୁଇଥର ଫାଇନାଲରେ ମୁକାବିଲା ହୋଇଛି ଏବଂ ଦୁଇଟିଯାକ ମୁକାବିଲାରେ ନ୍ୟୁଜିଲାଣ୍ଡ ବିଜୟୀ ହୋଇଛି। ସଂଯୋଗର କଥା ଏହିକି ଯେ, ଆଇସିସି ଟୁର୍ଣ୍ଣାମେଣ୍ଟରେ ଯେଉଁ ଦୁଇଟି ଟାଇଟଲ ନ୍ୟୁଜିଲାଣ୍ଡ ବିଜୟୀ ହୋଇଛି, ସେହି ଫାଇନାଲରେ ଭାରତକୁ ହରାଇ ଟାଇଟଲ ଜିତିଛି।

ଉଭୟଙ୍କ ମଧ୍ୟରେ ୨୦୦୦ରେ ଅନୁଷ୍ଠିତ ଆଇସିସି ଚାମ୍ପିଅ୍‌ନ୍ସ ଟ୍ରଫି ଫାଇନାଲରେ ମୁକାବିଲା ହୋଇଥିଲା। ଏଥିରେ ଭାରତ ୨୬୫ ରନ୍‌ର ବିଜୟ ଲକ୍ଷ୍ୟ ଦେଇଥିଲେ ମଧ୍ୟ କ୍ରିସ କେର୍ଣ୍ଣସଙ୍କ ଶତକ ବଳରେ ନ୍ୟୁଜିଲାଣ୍ଡ ଟାଇଟଲ ଜିତିଥିଲା। ସେହିପରି ଏହାର ୨୦ ବର୍ଷ ପରେ ଅର୍ଥାତ୍‌ ୨୦୨୧ରେ ଅନୁଷ୍ଠିତ ବିଶ୍ୱଟେଷ୍ଟ ଚାମ୍ପିଅନସିପ୍‌ ଫାଇନାଲରେ ମଧ୍ୟ ବିଜୟୀ ହୋଇଥିଲା। ଏଥର ଉଭୟଙ୍କ ମଧ୍ୟରେ ହେବାକୁ ଥିବା ଫାଇନାଲରେ ଭାରତ ବିଜୟୀ ହୋଇ ପୂର୍ବଧାରାକୁ ଭାଙ୍ଗିବା ଅପେକ୍ଷାରେ ରହିଛି।

୨୦୨୩ ଦିନିକିଆ ବିଶ୍ୱକପ୍‌ ଏବଂ ଏବେ ଦୁବାଇରେ ଖେଳାଯାଇଥିବା ଏହି ଟୁର୍ଣ୍ଣାମେଣ୍ଟର ଲିଗ୍‌ ମ୍ୟାଚ୍‌ରେ ଭାରତଠାରୁ ନ୍ୟୁଜିଲାଣ୍ଡ ପରାଜିତ ହୋଇଛି। ଦୁଇ ବର୍ଷରେ ଖେଳାଯାଇଥିବା ଆଇସିସି ନକ୍‌ଆଉଟରେ ଡବଲ ପରାଜୟର ପ୍ରତିଶୋଧ ନେବାକୁ ନ୍ୟୁଜିଲାଣ୍ଡ ବଦ୍ଧ ପରିକର। ଅନ୍ୟପକ୍ଷରେ ଭାରତ ମଧ୍ୟ ପରାଜୟର ପ୍ରତିଶୋଧ ଅପେକ୍ଷା ରହିଛି। ୨୦୦୦ ଚାମ୍ପିଅନ୍ସ ଟ୍ରଫି ଫାଇନାଲ ଓ ୨୦୨୧ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍‌ ଫାଇନାଲରେ ଉଭୟଙ୍କ ମଧ୍ୟରେ ମୁକାବିଲା ହୋଇଥିଲା। ଉଭୟ ଫାଇନାଲରେ ନ୍ୟୁଜିଲାଣ୍ଡ ନିକଟରୁ ଭାରତ ପରାଜିତ ହୋଇଥିଲା। ଏହି ପରାଜୟର ପ୍ରତିଶୋଧ ନେବା ଲକ୍ଷ୍ୟରେ ଗୌତମ ଗମ୍ଭୀର ଓ ରୋହିତ ଶର୍ମା ଅପେକ୍ଷାରେ ରହିଛନ୍ତି। ଏହି ଟୁର୍ଣ୍ଣାମେଣ୍ଟ ପୂର୍ବରୁ ଆଇସିସି ନକ୍‌ଆଉଟ ମୁକାବିଲାରେ ଉଭୟ ଦଳ ପରସ୍ପର ସହ ୪ଥର ଭେଟାଭେଟି ହୋଇଛନ୍ତି। ଏହା ମଧ୍ୟରୁ ନ୍ୟୁଜିଲାଣ୍ଡ ୩ଥର ଓ ଭାରତ ମାତ୍ର ଥରେ ବା ୨୦୨୩ ଦିନିକିଆ ବିଶ୍ୱକପ୍‌ ସେମିଫାଇନାଲ ମୁକାବିଲାରେ ବିଜୟୀ ହୋଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+