Get Updates
Get notified of breaking news, exclusive insights, and must-see stories!

IND vs NZ: ଆଜି ଚାମ୍ପିଅନ୍ସ ଟ୍ରଫି ଫାଇନାଲରେ ମୁହାଁମୁହିଁ ହେବେ ଭାରତ-ନ୍ୟୁଜିଲାଣ୍ଡ, ସମସ୍ତଙ୍କ ନଜର ଟିମ୍ ଇଣ୍ଡିଆ ଉପରେ

ସୁପର ସଣ୍ଡେରେ ସୁପର ଫାଇଟ, ଚାମ୍ପିଅନ୍ସ ଟ୍ରଫି ଫାଇନାଲରେ ମୁହାଁମୁହିଁ ହେବେ ଭାରତ-ନ୍ୟୁଜିଲାଣ୍ଡ । ଦୁଇ ସନ୍ତୁଳିତ ଓ ଦୃଢ଼ ମାନସିକ ଦକ୍ଷତାଧାରୀ ଦଳ ପରସ୍ପରକୁ କଡ଼ା ଟକ୍କର ଦେଇ ଟ୍ରଫି ଜିତିବାକୁ ଜୋରଦାର୍ ଲଢ଼େଇ କରିବେ । ଏହି ପ୍ରତୀକ୍ଷିତ ଫାଇନାଲ୍ ଫାଇଟ୍ ପାଇଁ ଉଭୟ ଦଳ ସବୁପ୍ରକାର ପ୍ରସ୍ତୁତି କରିସାରିଛନ୍ତି । ଦୋଷ ଦୂର୍ବଳତାକୁ ଦୂର କରିବା ଲାଗି ଜୋରଦାର୍‌ ଅଭ୍ୟାସ କରିବା ସହ ଦୁବାଇ ପରିବେଶକୁ ଖାପଖୁଆଇଲା ଭଳି ରଣନୀତି ପ୍ରସ୍ତୁତ କରିଛନ୍ତି । ଦିନ ୨ଟା ୩୦ରୁ ଆରମ୍ଭ ହେବାକୁ ଥିବା ଏହି ମହା ଲଢ଼େଇକୁ ଦୁଇ ଦେଶର ସମର୍ଥକ ଓ ସାରାବିଶ୍ବର କ୍ରିକେଟ୍‌ପ୍ରେମୀ ବି ଚାତକ ଭଳି ଚାହିଁ ବସିଛନ୍ତି । ଭାରତ ସହ ଚିର ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନରେ ଏହି ମ୍ୟାଚ୍‌କୁ ନେଇ ପ୍ରବଳ ଉତ୍ସାହ ପରିଲକ୍ଷିତ ହେଉଛି ।

IND vs NZ
ଭାରତ ଫାଇନାଲ୍ ଯିବା ପରେ ପୂର୍ବନିଷ୍ପତ୍ତି ଅନୁସାରେ ଚାମ୍ପିଅନ୍ସ ଟ୍ରଫି ଫାଇନାଲ୍ ଦୁବାଇ ଖେଳାଯାଉଛି । ଏଭଳି ସ୍ଥିତି‌ରେ ପାକ୍ ପ୍ରଶଂସକ ଭାରତ ଅପେକ୍ଷା ନ୍ୟୁଜିଲାଣ୍ଡ ଉପରେ ଅଧିକ ଆସ୍ଥା ପ୍ରକଟ କରୁଛନ୍ତି । ତେବେ ଏକମାତ୍ର ଦଳ ଭାବେ ପୂରା ପ୍ରତିଯୋଗିତାରେ ଅପରାଜୟ ରହିଥିବା ଟିମ୍ ଇଣ୍ଡିଆ ସୁପର୍‌ସଣ୍ଡେରେ ସୁପର୍‌ ବିଜୟ ହାସଲ କରି ୧୨ବର୍ଷ ପରେ ପୁନର୍ବାର ଚାମ୍ପିଅନ୍ସ ଟ୍ରଫି ଜିତିବ ବୋଲି ଭାରତୀୟ ପ୍ରଶଂସକ ଦୃଢ଼ ଆଶା ପୋଷଣ କରିଛନ୍ତି । ଭାରତ ଓ ନ୍ୟୁଜିଲାଣ୍ଡ ୨୫ବର୍ଷ ପରେ ଚାମ୍ପିଅନ୍ସ ଟ୍ରଫି ଫାଇନାଲ୍‌ରେ ଭେଟାଭେଟି ହେବେ ।
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+