ଶେଷ ଟି-୨୦: ଭାରତର ପ୍ରଥମେ ବୋଲିଂ, ସିରିଜ ବିଜୟ ଲକ୍ଷ୍ୟରେ ଟିମ ଇଣ୍ଡିଆ
ଆଜି ଭାରତ ନ୍ୟୁଜିଲାଣ୍ଡ ଟି୨୦ ସିରିଜର ନିର୍ଣ୍ଣାୟକ ଲଢେଇ । ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେଲା ନ୍ୟୁଜିଲାଣ୍ଡ । ଫଳରେ ପ୍ରଥମେ ବୋଲିଂ କରୁଛି ଭାରତ ।
ନାପିୟର: ଆଜି ଭାରତ ନ୍ୟୁଜିଲାଣ୍ଡ ଟି୨୦ ସିରିଜର ନିର୍ଣ୍ଣାୟକ ଲଢେଇ । ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେଲା ନ୍ୟୁଜିଲାଣ୍ଡ । ଫଳରେ ପ୍ରଥମେ ବୋଲିଂ କରୁଛି ଭାରତ ।

ପ୍ରଥମ ମ୍ୟାଚ୍ ବର୍ଷା ଯୋଗୁ ଧୋଇଯାଇଥିବା ବେଳେ ଦ୍ୱିତୀୟ ମ୍ୟାଚରେ ବିଜୟୀ ହୋଇଛି ଭାରତ । ଫଳରେ ଟିମ୍ ଇଣ୍ଡିଆ ସିରିଜରେ ୧-୦ରେ ଆଗୁଆ ରହିଛି । ତେଣୁ ଆଜିର ମ୍ୟାଚ୍ ଜିତି ସିରିଜ୍ ବିଜୟୀ ହେବାକୁ ଚେଷ୍ଟା କରିବ ଟିମ୍ ଇଣ୍ଡିଆ ।
ସେପଟେ ଘରୋଇ ଦଳ ପାଇଁ କର ବା ମର ସ୍ଥିତି । ଆଜିର ମ୍ୟାଚ୍ ଜିତି ସିରିଜ୍ ବରାବର କରିବାକୁ ଚେଷ୍ଟା କରିବ ନ୍ୟୁଜିଲାଣ୍ଡ ।
ନ୍ୟୁଜିଲାଣ୍ଡ: ଫିନ୍ ଆଲେନ୍, ଡିଭନ୍ କନୱେ (wk), ମାର୍କ ଚାପମାନ, ଗ୍ଲେନ ଫିଲିପ୍ସ, ଡାରିଲ ମିଚେଲ, ଜେମ୍ସ ନେଶାମ, ମିଚେଲ ସାଣ୍ଟନର୍, ଇଶ୍ ସୋଡି, ଟିମ୍ ସାଉଥୀ (ଅଧିନାୟକ), ଆଡାମ ମିଲନେ, ଲକି ଫର୍ଗୁସନ୍ ।
ଟିମ୍ ଇଣ୍ଡିଆ: ଇଶାନ କିଶନ, ଋଷଭ ପନ୍ତ (wk), ସୂର୍ଯ୍ୟକୁମାର ଯାଦବ, ଶ୍ରେୟସ ଆୟର, ହାର୍ଦ୍ଦିକ ପାଣ୍ଡ୍ୟା (ଅଧିନାୟକ), ଦୀପକ ହୁଡା, ଭବନେଶ୍ୱର କୁମାର, ହର୍ଷଲ ପଟେଲ, ଅର୍ଶଦୀପ ସିଂ, ମହମ୍ମଦ ସିରାଜ, ଯୁଜଭେନ୍ଦ୍ର ଚହଲ ।












Click it and Unblock the Notifications