For Quick Alerts
Turn On Notification  
For Daily Alerts
Oneindia App Download

IND vs NZ: ବର୍ଷାରେ ଧୋଇଗଲା ପ୍ରଥମ ଟି-20

IND vs NZ 1st T20: ଭାରତ ବନାମ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଚାଲିଥିବା ତିନି ମ୍ୟାଚ୍ ବିଶିଷ୍ଟ ଟି-20 ସିରିଜର ପ୍ରଥମ ମ୍ୟାଚ ବାତିଲ ହୋଇଛି । ବର୍ଷା ମ୍ୟାଚରେ ଟସ୍ ମଧ୍ୟ ପଡି ପାରି ନଥିଲା । ଫଳରେ ମ୍ୟାଚକୁ ରଦ୍ଧ କରାଯାଇଛି ।

|

IND vs NZ 1st T20: ଭାରତ ବନାମ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଚାଲିଥିବା ତିନି ମ୍ୟାଚ୍ ବିଶିଷ୍ଟ ଟି-20 ସିରିଜର ପ୍ରଥମ ମ୍ୟାଚ ବାତିଲ ହୋଇଛି । ବର୍ଷା ମ୍ୟାଚରେ ଟସ୍ ମଧ୍ୟ ପଡି ପାରି ନଥିଲା । ଫଳରେ ମ୍ୟାଚକୁ ରଦ୍ଧ କରାଯାଇଛି । ବର୍ତ୍ତମାନ ଦୁଇ ଦଳ ମଧ୍ୟରେ ଦ୍ୱିତୀୟ ମ୍ୟାଚ୍ 20 ନଭେମ୍ବରରେ ମାଉଣ୍ଟ ମାଉଙ୍ଗାନୁଇରେ ଖେଳାଯିବ ।

IND vs NZ 1st T20

ଆଜି ୱେଲିଙ୍ଗଟନରେ ପ୍ରବଳ ବର୍ଷା । ଟସ୍ ପଡିବାରେ ବିଳମ୍ବ ହୋଇଥିଲେ ମଧ୍ୟ ମ୍ୟାଚକୁ ଡେରିରେ ଆରମ୍ଭ କରିବାର ଯୋଜନା ରହିଥିଲା । ମାତ୍ର ବର୍ଷା ବନ୍ଦ ନ ହେବାରୁ ଅମ୍ପାୟାର ମ୍ୟାଚ୍ ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲେ। ସ୍ଥାନୀୟ ପାଣିପାଗ ବିଭାଗ ଅନୁଯାୟୀ ଆସନ୍ତା ଚାରି-ପାଞ୍ଚ ଘଣ୍ଟା ପର୍ଯ୍ୟନ୍ତ ବର୍ଷା ବନ୍ଦ ହେବାର କୌଣସି ସମ୍ଭାବନା ନାହିଁ ।

ବର୍ତ୍ତମାନ 20 ନଭେମ୍ବରରେ ସିରିଜର ଦ୍ୱିତୀୟ ଟି-20 ରେ ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡର ମୁହାଁମୁହିଁ ହେବେ। ମାଉଣ୍ଟ ମାଉଙ୍ଗାନୁଇ ଠାରେ ଖେଳାଯିବ ଏହି ମ୍ୟାଚ । ଏଥି ସହିତ, 22 ନଭେମ୍ବରରେ ତୃତୀୟ ଟି-20 ଖେଳାଯିବ । ଏହା ପରେ 25 ନଭେମ୍ବରରୁ ଦିନିକିଆ ସିରିଜ୍ ଆରମ୍ଭ ହେବ । ପ୍ରଥମ ଦିନିକିଆ 25 ନଭେମ୍ବରରେ ଅକଲ୍ୟାଣ୍ଡରେ, 27 ନଭେମ୍ବରରେ ହାମିଲଟନରେ ଦ୍ୱିତୀୟ ଏବଂ 30 ନଭେମ୍ବରରେ ଖ୍ରୀଷ୍ଟଚର୍ଚରେ ତୃତୀୟ ଦିନିକିଆ ଖେଳାଯିବ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
IND vs NZ: First T20 match Canceled
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X