IND vs NZ: ବର୍ଷାରେ ଧୋଇଗଲା ପ୍ରଥମ ଟି-20
IND vs NZ 1st T20: ଭାରତ ବନାମ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଚାଲିଥିବା ତିନି ମ୍ୟାଚ୍ ବିଶିଷ୍ଟ ଟି-20 ସିରିଜର ପ୍ରଥମ ମ୍ୟାଚ ବାତିଲ ହୋଇଛି । ବର୍ଷା ମ୍ୟାଚରେ ଟସ୍ ମଧ୍ୟ ପଡି ପାରି ନଥିଲା । ଫଳରେ ମ୍ୟାଚକୁ ରଦ୍ଧ କରାଯାଇଛି ।
IND vs NZ 1st T20: ଭାରତ ବନାମ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଚାଲିଥିବା ତିନି ମ୍ୟାଚ୍ ବିଶିଷ୍ଟ ଟି-20 ସିରିଜର ପ୍ରଥମ ମ୍ୟାଚ ବାତିଲ ହୋଇଛି । ବର୍ଷା ମ୍ୟାଚରେ ଟସ୍ ମଧ୍ୟ ପଡି ପାରି ନଥିଲା । ଫଳରେ ମ୍ୟାଚକୁ ରଦ୍ଧ କରାଯାଇଛି । ବର୍ତ୍ତମାନ ଦୁଇ ଦଳ ମଧ୍ୟରେ ଦ୍ୱିତୀୟ ମ୍ୟାଚ୍ 20 ନଭେମ୍ବରରେ ମାଉଣ୍ଟ ମାଉଙ୍ଗାନୁଇରେ ଖେଳାଯିବ ।

ଆଜି ୱେଲିଙ୍ଗଟନରେ ପ୍ରବଳ ବର୍ଷା । ଟସ୍ ପଡିବାରେ ବିଳମ୍ବ ହୋଇଥିଲେ ମଧ୍ୟ ମ୍ୟାଚକୁ ଡେରିରେ ଆରମ୍ଭ କରିବାର ଯୋଜନା ରହିଥିଲା । ମାତ୍ର ବର୍ଷା ବନ୍ଦ ନ ହେବାରୁ ଅମ୍ପାୟାର ମ୍ୟାଚ୍ ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲେ। ସ୍ଥାନୀୟ ପାଣିପାଗ ବିଭାଗ ଅନୁଯାୟୀ ଆସନ୍ତା ଚାରି-ପାଞ୍ଚ ଘଣ୍ଟା ପର୍ଯ୍ୟନ୍ତ ବର୍ଷା ବନ୍ଦ ହେବାର କୌଣସି ସମ୍ଭାବନା ନାହିଁ ।
ବର୍ତ୍ତମାନ 20 ନଭେମ୍ବରରେ ସିରିଜର ଦ୍ୱିତୀୟ ଟି-20 ରେ ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡର ମୁହାଁମୁହିଁ ହେବେ। ମାଉଣ୍ଟ ମାଉଙ୍ଗାନୁଇ ଠାରେ ଖେଳାଯିବ ଏହି ମ୍ୟାଚ । ଏଥି ସହିତ, 22 ନଭେମ୍ବରରେ ତୃତୀୟ ଟି-20 ଖେଳାଯିବ । ଏହା ପରେ 25 ନଭେମ୍ବରରୁ ଦିନିକିଆ ସିରିଜ୍ ଆରମ୍ଭ ହେବ । ପ୍ରଥମ ଦିନିକିଆ 25 ନଭେମ୍ବରରେ ଅକଲ୍ୟାଣ୍ଡରେ, 27 ନଭେମ୍ବରରେ ହାମିଲଟନରେ ଦ୍ୱିତୀୟ ଏବଂ 30 ନଭେମ୍ବରରେ ଖ୍ରୀଷ୍ଟଚର୍ଚରେ ତୃତୀୟ ଦିନିକିଆ ଖେଳାଯିବ ।
-
ବିଶ୍ୱକପରେ ହେବ ଟଙ୍କା ବର୍ଷା, ଜାଣନ୍ତୁ କେଉଁ ଦଳ ପାଇବେ କେତେ… -
ଉପ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା;କାଲି ମିଳିବ ସୁଭଦ୍ରା ଚତୁର୍ଥ କିସ୍ତି ଟଙ୍କା -
ରବିବାର ମହାମୁକାବିଲା; ଟିମ୍ ଇଣ୍ଡିଆର ପ୍ଲେଇଂ ଇଲେଭେନରେ ହେବ ବଡ଼ ପରିବର୍ତ୍ତନ! -
ମମତା ବାନାର୍ଜୀଙ୍କ ଉପରେ ଅସନ୍ତୋଷ ପ୍ରକାଶ କଲେ ରାଷ୍ଟ୍ରପତି, କହିଲେ..... -
ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଆନ୍ନା ହଜାରେ, ଜାଣନ୍ତୁ କେଉଁ କାରଣ ପାଇଁ ଲେଖିଲେ ପତ୍ର? -
ରାଷ୍ଟ୍ରପତିଙ୍କୁ TMC ସରକାର ଅପମାନ କରିବା ଲଜ୍ଜାଜନକ ;ମୋଦି -
ସୋମବାର ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ -
ଓଜନ ହ୍ରାସ ପାଇଁ କେଉଁ ପନିପରିବା ଖାଇବା ଉଚିତ ? -
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -
ନବୋଦୟ ବିଦ୍ୟାଳୟର ୩ ଦଶମ ଛାତ୍ର ପାଣିରେ ବୁଡି ମୃତ -
ପଡୋଶୀ ଦେଶଗୁଡିକୁ କ୍ଷମା ମାଗିଲେ ଇରାନ ରାଷ୍ଟ୍ରପତି, ଜାଣନ୍ତୁ ଯୁଦ୍ଧ ଭିତରେ ଏମିତି କାହିଁକି କଲା ..... -
ଇରାନର ଯୁଦ୍ଧ ଜାହାଜକୁ ଆଶ୍ରୟ ଦେଲା ଭାରତ












Click it and Unblock the Notifications