94 ଖେଳାଳି, 94 ବିଜୟ, 94 ଅପରାଜିତ: ଜାଣନ୍ତୁ, ଟିମ ଇଣ୍ଡିଆର ଏହି 94 ଲିଙ୍କ୍ , ଆଜି ହୋଇପାରେ 95
ତେବେ ଆପଣ ଏବେ ଭାବୁଥିବେ.. କାହିଁକି ଆମେ ଏହି 94-95 ନମ୍ବର ଉପରେ ଏବେ ଆପଣଙ୍କୁ ଟିପ୍ପଣୀ ଦେଉଛି । ଯାହାର ଉତ୍ତର ତ ଆମେ ଆପଣଙ୍କୁ କହିବୁ, ଆଉ ଯାହାକୁ ଶୁଣିଲା ପରେ ଆପଣ ମଧ୍ୟ ଆଶ୍ଟର୍ଯ୍ୟ ହୋଇଯିବେ । ତେବେ ପ୍ରଥମେ 94 ଲଙ୍କ୍ ବିଷୟରେ ଜାଣନ୍ତୁ ....
India vs New Zealand 2021: କ୍ରିକେଟ ଖେଳରେ 'ବିଜୟ' ପଡିଆ ଭିତରେ ଯେତିକି ରୋମାଞ୍ଚକ ପଡିଆ ବାହରେ ମଧ୍ୟ ସେତିକି ଆକର୍ଷଣୀୟ । ଏହି କାରଣ ପାଇଁ ବୋଧେ ଲୋକମାନେ ଆଜି ବି ମହେନ୍ଦ୍ର ସିଂ ଧୋନିଙ୍କ ସେହି ଛକା 10 ବର୍ଷ ପରେ ମଧ୍ୟ ମନେ ରଖିଛନ୍ତି । ଯେଉଁ ଛକା ମାରି 2011ରେ ଭାରତକୁ ବିଶ୍ୱ ଚାମ୍ପିଅନ୍ କରିଥିଲେ ଧୋନି । କ୍ରିକେଟ୍ ପ୍ରେମୀମାନେ ମଧ୍ୟ ଭୁଲି ନାହାଁନ୍ତି ଯେ, ସଚିନ ତେନ୍ଦୁଲକର ଶତାବ୍ଦୀର ସମ୍ରାଟ ।

ହେଲେ ଆପଣ ଜାଣିଛନ୍ତି କି, ଆଜିର ଦିନରେ ଭାରତୀୟ କ୍ରିକେଟ୍ ପାଇଁ ଏହି ସବୁ ବ୍ୟତିତ 94 ନମ୍ବର ମଧ୍ୟ ଏହି ପରି ମହତ୍ବ ବହନ କରୁଛି । ଯଦି ଟିମ୍ ଇଣ୍ଡିଆ ଆଜି ନ୍ୟୁଜିଲାଣ୍ଡ ବିପକ୍ଷରେ ଆଭେଶ ଖାନଙ୍କୁ ସୁଯୋଗ ଦିଏ, ତେବେ ଏହି ନମ୍ବର 95ରେ ପରିବର୍ତ୍ତନ ହୋଇଯିବ ।
ତେବେ ଆପଣ ଏବେ ଭାବୁଥିବେ.. କାହିଁକି ଆମେ ଏହି 94-95 ନମ୍ବର ଉପରେ ଏବେ ଆପଣଙ୍କୁ ଟିପ୍ପଣୀ ଦେଉଛି । ଯାହାର ଉତ୍ତର ତ ଆମେ ଆପଣଙ୍କୁ କହିବୁ, ଆଉ ଯାହାକୁ ଶୁଣିଲା ପରେ ଆପଣ ମଧ୍ୟ ଆଶ୍ଟର୍ଯ୍ୟ ହୋଇଯିବେ । ତେବେ ପ୍ରଥମେ 94 ଲଙ୍କ୍ ବିଷୟରେ ଜାଣନ୍ତୁ ....
94 ଲିଙ୍କ୍ କଣ ?
- ଏପର୍ଯ୍ୟନ୍ତ 94 ଖେଳାଳି ଭାରତ ପାଇଁ ଟି-20 ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି। ଏଥିମଧ୍ୟରୁ 11 ଜଣ ଖେଳାଳି 2021 ରେ ସେମାନଙ୍କର ପ୍ରଥମ ଟି-20 ଆନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି ।
- ଭାରତ ଏପର୍ଯ୍ୟନ୍ତ 94 ଟି-20 ଅନ୍ତର୍ଜାତୀୟ ମ୍ୟାଚରେ ବିଜୟୀ ହୋଇଛି । ଅର୍ଥାତ ଯେତେ ଖେଳାଳି, ସେତେ ବିଜୟ । ବିଶ୍ୱ କ୍ରିକେଟରେ ଭାରତ ଅପେକ୍ଷା କେବଳ ପାକିସ୍ତାନ 113ଟି ଟି-20 ଅନ୍ତର୍ଜାତୀୟ ମ୍ୟାଚ୍ ଜିତିଛି ।
- ଗତ ମ୍ୟାଚରେ ନିଜର ପ୍ରଥମ ଟି-20 ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିବାଥିବା ହର୍ଷଲ ପଟେଲ ହେଉଛନ୍ତି ଭାରତ 94 ତମ ଖେଳାଳି । ସେ 19 ନଭେମ୍ବରରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଡେବ୍ୟୁ କରିଥିଲେ ଏବଂ ଏହି ମ୍ୟାଚରେ ମଧ୍ୟ ସେ ମ୍ୟାନ ଅଫ ଦ ମ୍ୟାଚ ଭାବେ ପୁରଷ୍କୃତ ହୋଇଥିଲେ ।
- ବିରାଟ କୋହଲି ଟି-20 ଫର୍ମାଟରେ ଭାରତ ପାଇଁ ସର୍ବାଧିକ ରନ୍ ସଂଗ୍ରହ କରିଛନ୍ତି। ତାଙ୍କର ରନ ଖାତାରେ ସର୍ବାଧିକ 29ଟି ଅର୍ଦ୍ଧଶତକ ରହିଛି । ମାତ୍ର ଗୋଟିଏ ଶତକ ନାହିଁ । ତାଙ୍କର ସର୍ବାଧିକ ସ୍କୋର ହେଉଛି 94 ନଟ୍ଆଉଟ୍ ।
95 ଲିଙ୍କ୍
- ତେବେ ଆଜି ଅର୍ଥାତ 21 ନଭେମ୍ବରରେ ଭାରତ 95ତମ ଟି-20 ମ୍ୟାଚ୍ ଖେଳିବ । ଏହି ମ୍ୟାଚରେ ଯଦି ଆଭେଶ ଖାନଙ୍କୁ ଭାରତ ସୁଯୋଗ ଦେଉଛି, ତେବେ ସେ 95ତମ ଟି-20 ମ୍ୟାଚରେ ଭାରତ ପାଇଁ 95 ତମ ଖେଳାଳି ହୋଇ ଯିବେ।












Click it and Unblock the Notifications