52 ବଲ, 1 ୱିକେଟ୍: ଟେଷ୍ଟ କ୍ରିକେଟର ସେହି ରୋମାଞ୍ଚକ ମୁହୁର୍ତ୍ତ, ଯାହା ଭାରତଠୁ ଛଡାଇ ନେଲା ବିଜୟ
ଏହି ମ୍ୟାଚ୍ କେବଳ ପ୍ରଶଂସକଙ୍କ ହୃଦୟ ଜିତି ନଥିଲା ବରଂ ଶେଷ 10 ଓଭରରେ ଟେଷ୍ଟ କ୍ରିକେଟର ରୋମାଞ୍ଚକୁ ଜୀବନ୍ତ କରିଥିଲା । ଯାହା ବିଷୟରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ...
କାନପୁର: କ୍ରିକେଟର ଦୀର୍ଘତମ ଫର୍ମାଟ ଟେଷ୍ଟ କ୍ରିକେଟକୁ କ୍ରିକେଟର ପ୍ରକୃତ ଖେଳ ବୋଲି ବିବେଚନା କରାଯାଏ । ଆଉ ମଧ୍ୟ କ୍ରିକେଟକୁ 'ଜେଣ୍ଟଲମ୍ୟାନ୍ ଗେମ୍' ମଧ୍ୟ କୁହାଯାହା । ଯାହାକୁ ପ୍ରକୃତରେ ପ୍ରମାଣ କରି ଦେଖାଇଛନ୍ତି ନ୍ୟୁଜିଲାଣ୍ଡର ରଚିନ୍ ରବିନ୍ଦ୍ର ଏବଂ ଏଜାଜ୍ ପଟେଲ ।

ଟି-20 ଏବଂ ଟି-10 ପରି ଦ୍ରୁତ କ୍ରିକେଟ୍ ଯୁଗରେ ଟେଷ୍ଟ କ୍ରିକେଟର ଲୋକପ୍ରିୟତା ଉପରେ ସବୁବେଳେ ପ୍ରଶ୍ନ ଉଠେ । ଏପରି ପରିସ୍ଥିତିରେ, ସେହି ସମାଲୋଚକମାନଙ୍କ ପାଇଁ କାନପୁର ଟେଷ୍ଟ ଏକ ଜୀବନ୍ତ ଉଦାହରଣ ଅଟେ । ଯଦି ଆପଣ ରେଡ୍ ବଲ୍ ଖେଳର ରୋମାଞ୍ଚକୁ ଦେଖିବାକୁ ଚାହାଁନ୍ତି, ତେବେ ଗ୍ରୀନପାର୍କରେ ଟେଷ୍ଟ ମ୍ୟାଚର ପ୍ରତ୍ୟେକ ଦିନର ଖେଳର ମୁଖ୍ୟ ଆକର୍ଷଣକୁ ଦେଖନ୍ତୁ । ଏହି ମ୍ୟାଚ୍ କେବଳ ପ୍ରଶଂସକଙ୍କ ହୃଦୟ ଜିତି ନଥିଲା ବରଂ ଶେଷ 10 ଓଭରରେ ଟେଷ୍ଟ କ୍ରିକେଟର ରୋମାଞ୍ଚକୁ ଜୀବନ୍ତ କରିଥିଲା । ଯାହା ବିଷୟରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ...
ଶେଷ ଦିନରେ ପହଞ୍ଚିଥିଲା ମ୍ୟାଚ୍
ପାଞ୍ଚ ଦିନ ଧରି ଚାଲିଥିବା ଖେଳର ଶେଷ ଅଧିବେଶନରେ ଟିମ୍ ଇଣ୍ଡିଆ ସମ୍ପୂର୍ଣ୍ଣ ପ୍ରାଧାନ୍ୟ ବିସ୍ତାର କରିଥିଲା ଏବଂ ସ୍ପିନ୍ ବୋଲର ଆର ଅଶ୍ୱିନ, ଅକ୍ସର ପଟେଲ ଏବଂ ରବିନ୍ଦ୍ର ଜାଡେଜା ୱିକେଟ୍ ନେଇ ଭାରତକୁ ଫ୍ରଣ୍ଟ ଫୁଟ୍ ରେ ରଖିଥିଲେ । ନ୍ୟୁଜିଲାଣ୍ଡ ଆଗରେ 284 ରନର ଟାର୍ଗେଟ ରହିଥିଲା । ଶେଷ ସମୟରେ କିୱି ଦଳର ସ୍କୋର ଥିଲା 9 ୱିକେଟ ପାଇଁ 155 ରନ । ଜିତିବା ପାଇଁ ଭାରତକୁ କେବଳ ଗୋଟିଏ ୱିକେଟ୍ ଆବଶ୍ୟକ ଥିଲା। ବିଜୟର ଆଶା ଛାଡିଥିବା ନ୍ୟୁଜିଲାଣ୍ଡକୁ ପରାଜୟରୁ ବଞ୍ଚାଇବା ପାଇଁ ଦିନର ପରବର୍ତ୍ତୀ 10 ଓଭର ଶେଷ ଦୁଇ ବ୍ୟାଟ୍ସମ୍ୟାନଙ୍କୁ ଖେଳିବାର ଆବଶ୍ୟକ ଥିଲା । କ୍ରିଜରେ ଦଳର କୌଣସି ଭରସା ଯୋଗ୍ୟ ବ୍ୟାଟ୍ସମ୍ୟାନ୍ ନଥିଲେ ମଧ୍ୟ ନ୍ୟୁଜିଲାଣ୍ଡର ନିମ୍ନକ୍ରମର ଏହି ଦୁଇ ବ୍ୟାଟ୍ସମ୍ୟାନ୍ ରାଚିନ୍ ରବିନ୍ଦ୍ର ଏବଂ ଏଜାଜ ପଟେଲ ବ୍ୟାଟିଂ କରୁଥିଲେ।
52 ବଲ ଖେଳି କେବଳ 10 ରନ୍ ସ୍କୋର କରିଥିଲେ
90 ଓଭରରେ ୱିକେଟ୍ ପଡିବା ପରେ ଏହି ଉଭୟ ବ୍ୟାଟ୍ସମ୍ୟାନ୍ କ୍ରିଜ୍ ଉପରେ ଠିଆ ହୋଇଥିଲେ । ଭାରତୀୟ ଅଧିନାୟକ ଅଜିଙ୍କ୍ୟ ରାହାଣେ ଚାପ ସୃଷ୍ଟି କରିବା ପାଇଁ ଚାରିଆଡେ ଫିଲ୍ଡିଂ ସଜାଉଥିଲେ । କିନ୍ତୁ ଉଭୟ ବ୍ୟାଟ୍ସମ୍ୟାନ୍ ଏଜାଜ୍ ଏବଂ ରଚିନ୍ ସେମାନଙ୍କ ଉପରେ ଚାପ ସୃଷ୍ଟି କରିବାକୁ ଦେଇନଥିଲେ ଏବଂ ଗୋଟିଏ ପରେ ଗୋଟିଏ ବଲ୍କୁ ଡଟ୍ ଖେଳିଥିଲେ । ଏପରି ଅବସ୍ଥା ହେଲା ଯେ, ଏହି ଦୁଇ ବ୍ୟାଟ୍ସମ୍ୟାମ ପ୍ରାୟ 10 ଓଭର ଅର୍ଥାତ୍ ଶେଷ 52 ବଲ୍ ଖେଳି କେବଳ 10 ରନ୍ ସ୍କୋର କରିଥିଲେ। ଏହି ଦୁଇ ବ୍ୟାଟ୍ସମ୍ୟାନ୍ ତିନି ଜଣ ସ୍ପିନ୍ ବୋଲରଙ୍କୁ ୱିକେଟ୍ ନେବାକୁ ଦେଇନଥିଲେ। ପ୍ରତ୍ୟେକ ବଲରେ ୱିକେଟ୍ ମିଳିବ କି ନାହିଁ ତାହା ଲାଗୁଥିଲା। ରୋମାଞ୍ଚକ ବଢାଉ ଥିଲା ପ୍ରତ୍ୟେକ ବଲ । ପଡ଼ିଆରେ ଟେଷ୍ଟ କ୍ରିକେଟ୍ ପ୍ରତି ପ୍ରଶଂସକଙ୍କ ଉତ୍ସାହ ମଧ୍ୟ ବଢୁଥିଲା। ତେବେ ମ୍ୟାଚ୍ ଡ୍ରରେ ଶେଷ ହୋଇଥିଲା ଏବଂ ଶେଷରେ ଭାରତୀୟ ପ୍ରଶଂସକମାନେ ନିରାଶ ହୋଇଥିଲେ।
ଏଥିସହିତ, ରଚିନ୍ ଏବଂ ଏଜାଜ୍ ନିଜର ଭାଗିଦାରୀ ବଳରେ ଡେବ୍ୟୁ ଟେଷ୍ଟ ମ୍ୟାଚ୍ ଖେଳି 52 ବଲ ପାଇଁ ଗୋଟିଏ ବି ୱିକେଟ୍ ଦେଇନଥିଲେ । ଏଜାଜ ପଟେଲଙ୍କ ସହ ମିଶି ନିଜ ପାଇଁ ଏକ ବିଶେଷ ନାମ ସୃଷ୍ଟି କରିଥିଲେ । ରଚିନ୍ ତାଙ୍କର 91-ବଲ୍ ଇନିଂସରେ 18 ରନ୍ ସଂଗ୍ରହ କରିଥିଲେ ଏବଂ ଅଜାଜ ପଟେଲ 23ଟି ବଲରେ 2 ରନ୍ ସଂଗ୍ରହ କରିଥିଲେ।
ଟେଷ୍ଟ କ୍ରିକେଟରେ ଦଶମ ୱିକେଟ୍ ଯୋଡିଙ୍କ ଦ୍ୱାରା ଖେଳାଯାଇଥିବା ସର୍ବାଧିକ ବଲ
- 71 ବଲ: ଫିଡେଲ ଏଡୱାର୍ଡସ୍ ଏବଂ ଯାଦବ ବନାମ ଜିମ୍ବାୱେ, ହାରାରେ, 2003
- 60 ଟି ବଲ: ଫିଡେଲ ଏଡୱାର୍ଡସ୍ ଏବଂ ଡାରେନ୍ ପାୱେଲ ବନାମ ଇଂଲଣ୍ଡ, ସେଣ୍ଟ ଜନ୍, 2009
- 52 ବଲ: ଏଜାଜ ପଟେଲ ଏବଂ ରଚିନ୍ ରବିନ୍ଦ୍ର ବନାମ ଭାରତ, କାନପୁର, 2021












Click it and Unblock the Notifications