Get Updates
Get notified of breaking news, exclusive insights, and must-see stories!

IND vs NZ: ବର୍ଷା ପାଇଁ ତୃତୀୟ ଦିନିକିଆ ବାତିଲ, ୧-୦ରେ ସିରିଜ ଜିତିଲା ନ୍ୟୁଜିଲାଣ୍ଡ

ବର୍ଷା ପାଇଁ ତୃତୀୟ ଦିନିକିଆ ମଧ୍ୟ ବାତିଲ ହେଲା । ପ୍ରଥମ ମ୍ୟାଚ ଜିତି ୧-୦ରେ ସିରିଜ ଜିତିଲା ଘରୋଇ ନ୍ୟୁଜିଲାଣ୍ଡ ଦଳ । ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜର ୨ୟ ଦିନିକିଆ ମଧ୍ୟ ବର୍ଷା ଯୋଗୁଁ ବାତିଲ ହୋଇଥିଲା ।

ନାପିୟର: ବର୍ଷା ପାଇଁ ତୃତୀୟ ଦିନିକିଆ ମଧ୍ୟ ବାତିଲ ହେଲା । ପ୍ରଥମ ମ୍ୟାଚ ଜିତି ୧-୦ରେ ସିରିଜ ଜିତିଲା ଘରୋଇ ନ୍ୟୁଜିଲାଣ୍ଡ ଦଳ । ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜର ୨ୟ ଦିନିକିଆ ମଧ୍ୟ ବର୍ଷା ଯୋଗୁଁ ବାତିଲ ହୋଇଥିଲା । ୩ ଟିକିଆ ମ୍ୟାଚ ବିଶିଷ୍ଟ ଏହି ସିରିଜରେ ନ୍ୟୁଜିଲାଣ୍ଡ ଗୋଟିଏରେ ବିଜୟୀ ହୋଇଥିଲା ବେଳେ ଅନ୍ୟ ୨ଟି ମ୍ୟାଚ ବର୍ଷା କାରଣରୁ ବାତିଲ ହୋଇଯାଇଥିଲା । ପ୍ରଥମ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡଠୁ ୭ଓ୍ୱିକେଟ୍‌ର ପରାସ୍ତ ହୋଇଥିଲା ଟିମ୍‌ ଇଣ୍ଡିଆ ।

IND vs NZ

ଆଜି ୩ୟ ଦିନିକିଆରେ ପ୍ରଥମ ବ୍ୟାଟିଂ କରି ମାତ୍ର ୨୧୯ରନ୍‌ କରି ଇଣ୍ଡିଆନ୍‌ ଟିମ୍‌ ଅଲ୍‌ଆଉଟ୍‌ ହୋଇଯାଇଥିଲା । ଯେଉଁଥିରେ ସର୍ବାଧିକ ରନ୍‌ ଓ୍ୱାସିଂଟନ୍‌ ସୁନ୍ଦର କରିଥିଲେ । ତାଙ୍କ ପଛକୁ ଶ୍ରେୟସ ଆୟର ରହିଥିଲେ । ହେଲେ ଅନ୍ୟ କୌଣସି ବ୍ୟାଟର କିଓ୍ୱି ବୋଲରଙ୍କ ସାମ୍ନା କରିପାରନଥିଲା । ଶେଷରେ ପୁରା ୫୦ ଓଭର ଖେଳିପାରିନଥିଲା ଟିମ୍‌ ଇଣ୍ଡିଆ । ୪୭ ଓଭର ୩ଟି ବଲ୍‌ରେ ପୁରା ଟିମ୍‌ ୨୧୯ ରନ୍‌ କରି ଅଲ୍‌ଆଉଟ୍‌ ହୋଇଥିଲା ।

୨୨୦ ରନର ବିଜୟ ଲକ୍ଷ୍ୟ ନେଇ ମୈଦାନକୁ ଓହ୍ଲାଇଥିଲା ନ୍ୟୁଜିଲାଣ୍ଡ ଦଳ । ଆରମ୍ଭରୁ ଦଳ ଚମତ୍କାର ପ୍ରଦର୍ଶନ ଜାରି ରଖିଥିଲା । ଦଳ ୧୮ ଓଭରରେ ୧ ୱିକେଟ ହରାଇ ୧୦୪ ରନ କରିଥିଲା । ଆଉ ବିଜୟ ଲକ୍ଷ୍ୟ ବି କମ ରହିଥିଲା । ହେଲେ ବର୍ଷା ଯୋଗୁଁ ଖେଳ ବାତିଲ ହୋଇଯାଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+