Get Updates
Get notified of breaking news, exclusive insights, and must-see stories!

ଭାରତ ବନାମ ନ୍ୟୁଜିଲାଣ୍ଡ: ପ୍ରଥମ ଦିନ ଶେଷ ସୁଦ୍ଧା ନ୍ୟୁଜିଲ୍ୟାଣ୍ଡ ୨୫୯ , ଭାରତ ୧୬/୦୧, ୱାଶିଂଟନଙ୍କୁ ୭ୱିକେଟ୍

ଦମ ଦେଖାଇଛନ୍ତି ଯୁବ ତାରକା ୱାଶିଂଟନ ସୁନ୍ଦର । ନିଜ ସ୍ପିନ ଜାଲରେ ସେ ନ୍ୟୁଜିଲ୍ୟାଣ୍ଡର ବ୍ୟାଟରମାନଙ୍କୁ ଫସାଇଛନ୍ତି । ଘାତକ ବୋଲିଂ ଯୋଗୁ ଦ୍ୱିତୀୟ ଟେଷ୍ଟରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରୁଥିବା ନ୍ୟୁଜିଲ୍ୟାଣ୍ଡ ପ୍ରଥମ ଇନିଂସରେ ୨୫୯ ରନରେ ଅଟକି ଯାଇଛି।

୧୩୨୫ ଦିନ ପରେ ଟେଷ୍ଟ କ୍ରିକେଟକୁ ଫେରିଥିବା ୱାଶିଂଟନ ଏକାକୀ ୭ଟି ୱିକେଟ ନେଇଥିବା ବେଳେ ଭେଟରାନ ରବି ଅଶ୍ୱିନଙ୍କ ଖାତାକୁ ୩ଟି ୱିକେଟ ଯାଇଛି। ଏହାର ଅର୍ଥ ଦୁଇ ସ୍ପିନର ନ୍ୟୁଜିଲ୍ୟାଣ୍ଡର ସମସ୍ତ ୧୦ ୱିକେଟ ଦଖଲ କରିଛନ୍ତି । ଭ୍ରମଣକାରୀ ଟିମ ପାଇଁ ଡେଭନ କନୱେ ସର୍ବାଧିକ ୭୬ ରନ କରିଥିବା ବେଳେ ପ୍ରଥମ ଟେଷ୍ଟର ହିରୋ ରଚିନ ରବୀନ୍ଦ୍ର ୬୫ ରନର ଇନିଂସ ଖେଳିଛନ୍ତି।

ନ୍ୟୁଜିଲ୍ୟାଣ୍ଡ ଅଲଆଉଟ ହେବା ପରେ ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଭାରତ ୧୧ ଓଭର ବ୍ୟାଟିଂ କରିଛି । ୧୧ ଓଭରରେ ଦଳ ୧୬ ରନ କରି ଗୋଟିଏ ୱିକେଟ ହରାଇଛି। ଦଳର ଅଧିନାୟକ ରୋହିତ ଶର୍ମା ଖାତା ଖୋଲିବା ପୂର୍ବରୁ ଆଉଟ ହୋଇଛନ୍ତି। ପ୍ରଥମ ଦିନର ଷ୍ଟମ୍ପ ଅପସାରଣ ବେଳକୁ ଶୁବମନ ଗିଲ ୧୦ ରନ ଓ ଯଶସ୍ୱୀ ଜୈସୱାଲ ୬ ରନ କରି ଅପରାଜିତ ରହିଛନ୍ତି।

IND vs NZ

ବେଙ୍ଗାଲୁରୁ ଟେଷ୍ଟ ହାରି ୦-୧ ପଛରେ ଥିବା ଘରୋଇ ଟିମ ଭାରତ ଆଜି ଟସ୍‌ ହାରି ଯାଇଥିଲା। ନ୍ୟୁଜିଲ୍ୟାଣ୍ଡ ପ୍ରଥମ ବ୍ୟାଟିଂ କରୁଥିବା ବେଳେ ୩୨ ରନରେ ଦଳକୁ ପ୍ରଥମ ଝଟକା ଲାଗିଥିଲା। ଦଳର ଅଧିନାୟ ଟମ ଲାଥମ ୧୫ ରନ କରି ଅଶ୍ୱିନଙ୍କ ବଲରେ ଆଉଟ ହୋଇଥିଲେ। ୱିଲ ୟଙ୍ଗ ୧୮ ରନ କରି ଅଶ୍ୱିନଙ୍କ ଦ୍ୱିତୀୟ ଶିକାର ବନିଥିଲେ।

ଦଳ ୭୬ ରନରେ ଦ୍ୱିତୀୟ ୱିକେଟ ହରାଇଥିଲା। ଏହାପରେ କିନ୍ତୁ କନୱେ ଓ ରବୀନ୍ଦ୍ର ସ୍ଥିତି ସମ୍ଭାଳିଥିଲେ। ଲଞ୍ଚ ଯାଏ ଉଭୟ ଆଉ କୌଣସି କ୍ଷତି ଘଟାଇବାକୁ ଦେଇ ନଥିଲେ। କନୱେ ମଧ୍ୟ ଆଉ ଏକ ଅର୍ଦ୍ଧଶତକ ହାସଲ କରିଥିଲେ। ତେବେ ଲଞ୍ଚ ପରେ ଅଶ୍ୱିନ ୭୬ ରନ କରିଥିବା କନୱେଙ୍କୁ ଆଉଟ କରି କ୍ୱିୱି ଟିମକୁ ତୃତୀୟ ଝଟକା ଦେଇଥିଲେ।

ତଥାପି ରବୀନ୍ଦ୍ର କ୍ରିଜରେ ଥିବାରୁ ବିପଦ ଟଳି ନଥିଲା। ସେ ମଧ୍ୟ ଦମଦାର ବ୍ୟାଟିଂ କରି ପୁଣି ଭାରତ ବିପକ୍ଷରେ ଅର୍ଦ୍ଧଶତକ ହାସଲ କରିଥିଲେ। କିନ୍ତୁ ଟି ପୂର୍ବରୁ ୱାଶିଂଟନ ସୁନ୍ଦର ତାଙ୍କୁ ବୋଲ୍ଡ କରି ଦେଇଥିଲେ। ସେହିପରି ଏହି ଅଧିବେଶନର ଶେଷ ବଲେ ଟମ ବ୍ଲଣ୍ଡେଲ(୩) ୱାଶିଂଟନ ସୁନ୍ଦରଙ୍କ ଦ୍ୱିତୀୟ ଶିକାର ବନିଥିଲେ। ଟି ବ୍ରେକ ସୁଦ୍ଧା ନ୍ୟୁଜିଲ୍ୟାଣ୍ଡ ୫ ୱିକେଟ ହରାଇ ୨୦୧ ରନ କରିଥିଲା।

ଟି ବ୍ରେକୁ ଫେରିବା ପରେ ଡାରେଲ ମିଚେଲ(୧୮)ଙ୍କୁ ୱାଶି ଆଉଟ କରିଥିଲେ। ଗ୍ଲେନ ଫିଲିପ୍ସ ଓ ମିଚେଲ ସାଣ୍ଟନର କିଛି ବଡ଼ ଶଟ ଖେଳିଥିଲେ ହେଁ ବେଶୀ ସମୟ କ୍ରିଜ୍‌ରେ ତିଷ୍ଠି ପାରି ନଥିଲେ। ୱାଶି ପ୍ରଥମେ ଫିଲିପ୍ସ(୯)ଙ୍କୁ ଆଉଟ କରିଥିଲେ। ଏହାପରେ ଟିମ ସାଉଦି(୫)ଙ୍କୁ ଆଉଟ କରି ପ୍ରଥମଥର ଟେଷ୍ଟ କ୍ରିକେଟରେ ୫ ୱିକେଟ ଦଖଲ କରିବାର ରେକର୍ଡ କରିଥିଲେ।

ଏଜାଜ ପଟେଲ (୪) ତାଙ୍କର ୬ଷ୍ଠ ଶିକାର ବନିଥିଲେ। ଶେଷରେ ୩୩ ରନ କରିଥିବା ସାଣ୍ଟନରଙ୍କୁ ବୋଲ୍ଡ କରି ନ୍ୟୁଜିଲ୍ୟାଣ୍ଡ ଇନିଂସରେ ପୂର୍ଣ୍ଣଚ୍ଛେଦ ଟାଣିଥିଲେ।

ପୁଣେରେ ୱାଶିଂଟନ ସୁନ୍ଦର ପ୍ରଥମ ଭାରତୀୟ ବୋଲର ଭାବେ ୫ କିମ୍ବା ତା' ଠାରୁ ଅଧିକ ୱିକେଟ ନେବାର ରେକର୍ଡ କରିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+