IND vs NZ: ବର୍ଷା ଯୋଗୁଁ ଦ୍ୱିତୀୟ ଦିନିକିଆ ବାତିଲ୍
ହାମିଲଟନର ସିଡନୀ ପାର୍କ ଷ୍ଟାଡିୟମରେ ଭାରତ ବନାମ ନ୍ୟୁଜିଲାଣ୍ଡ ମଧ୍ୟରେ ଆଜି ଖେଳାଯାଇଥିଲା ଦ୍ୱିତୀୟ ଦିନିକିଆ ମ୍ୟାଚ । ମ୍ୟାଚ ଆରମ୍ଭ ହେବା ପୂର୍ବରୁ ଟସ୍ ଜିତି ପ୍ରଥମେ ଫିଲଡିଂ ନିଷ୍ପତ୍ତି ନେଇଥିଲା ନ୍ୟୁଜିଲାଣ୍ଡ । ମାତ୍ର ବର୍ଷା ବାଧକ ସାଜିବାରୁ ଦ୍ୱିତୀୟ ଦିନି
ହାମିଲଟନ୍: ହାମିଲଟନର ସିଡନୀ ପାର୍କ ଷ୍ଟାଡିୟମରେ ଭାରତ ବନାମ ନ୍ୟୁଜିଲାଣ୍ଡ ମଧ୍ୟରେ ଆଜି ଖେଳାଯାଇଥିଲା ଦ୍ୱିତୀୟ ଦିନିକିଆ ମ୍ୟାଚ । ମ୍ୟାଚ ଆରମ୍ଭ ହେବା ପୂର୍ବରୁ ଟସ୍ ଜିତି ପ୍ରଥମେ ଫିଲଡିଂ ନିଷ୍ପତ୍ତି ନେଇଥିଲା ନ୍ୟୁଜିଲାଣ୍ଡ। ମାତ୍ର ବର୍ଷା ବାଧକ ସାଜିବାରୁ ଦ୍ୱିତୀୟ ଦିନିକିଆକୁ ଶେଷରେ ବାତିଲ କରାଯାଇଛି ।

ବର୍ଷା ବାଧକ ସାଜିବା ବେଳକୁ ଭାରତ ୪.୫ ଓଭରରେ ୨୨ ରନ୍ କରିଥିଲା। ପ୍ରାୟ ୩ ଘଣ୍ଟା ୪୫ ମିନିଟ୍ ବର୍ଷା ବିରତି ପରେ ଖେଳ ପୁଣି ଆରମ୍ଭ ହୋଇଥିଲା । ମ୍ୟାଚକୁ ଇନିଂସ୍ ପିଛା ୨୯ ଓଭରକୁ ହ୍ରାସ କରାଯାଇଥିଲା । ତେବେ ଆଉ ୮ ଓଭର ଖେଳ ପରେ ପୁଣି ବର୍ଷା ଆରମ୍ଭ ହୋଇଥିଲା । ଖେଳ ଆଉ ସମ୍ଭବ ହୋଇନଥିବାରୁ ମ୍ୟାଚ୍ ବାତିଲ କରାଯାଇଥିଲା । ଖେଳ ବନ୍ଦ ହେବା ବେଳକୁ ଭାରତ ୧୨.୫ ଓଭରରେ ଗୋଟିଏ ୱିକେଟ୍ ହରାଇ ୮୯ ରନ୍ କରିଥିଲା । ଶୁଭମାନ ଗିଲ (୪୨ ବଲରୁ ୪୫) ଓ ସୂର୍ଯ୍ୟକୁମାର ଯାଦବ (୨୫ ବଲରୁ ୩୪) ଅପରାଜିତ ଥିଲେ। କ୍ୟାପଟେନ ଶିଖର ଧାୱନ ୧୦ ବଲରୁ ୩ ରନ୍ କରି ମ୍ୟାଟ ହେନେରୀଙ୍କ ବଲରେ ଆଉଟ୍ ହୋଇଥିଲେ ।
ଉଲ୍ଲେଖଥାଉ କି, ତିନି ମ୍ୟାଚ୍ ବିଶିଷ୍ଟ ସିରିଜରେ ପ୍ରଥମ ମ୍ୟାଚ୍ ଜିତି ସିରିଜରେ ୧-୦ ଆଗରେ ରହିଛି ଘରୋଇ ଦଳ ନ୍ୟୁଜିଲାଣ୍ଡ । ନ୍ୟୁଜିଲାଣ୍ଡ ପ୍ରଥମ ମ୍ୟାଚରେ ୭ ଓ୍ବିକେଟରେ ବିଜୟୀ ହୋଇଥିଲା । ସିରିଜର ତୃତୀୟ ଦିନିକିଆ ନଭେମ୍ବର ୩୦ରେ ଖ୍ରୀଷ୍ଟଚର୍ଚରେ ଖେଳାଯିବ ।












Click it and Unblock the Notifications