ଭାରତ ବନାମ ନ୍ୟୁଜିଲାଣ୍ଡ ପ୍ରଥମ ଟେଷ୍ଟ: ସଂଘର୍ଷ ସତ୍ତ୍ବେ ହାରିଲା ଭାରତ, ବିଶ୍ଵ ଟେଷ୍ଟ ଚମ୍ପିୟାନସିପ୍ ଫାଇନାଲ ?

ବେଙ୍ଗାଲୁରୁ ଟେଷ୍ଟକୁ ହାତେଇ ନେଇଛି ନ୍ୟୁଜିଲ୍ୟାଣ୍ଡ । ସଙ୍ଘର୍ଷ ସତ୍ତ୍ୱେ ଭାରତ ହାତରୁ ଖସି ଯାଇଛି ଏହି ମ୍ୟାଚ୍ । ୮ ଉଇକେଟରେ ବିଜୟ ହୋଇ ୦-୧ ରେ ଆଗରେ ରହିଛି କିୱି ବାହିନୀ। ବିଶ୍ଵ ଟେଷ୍ଟ ଚମ୍ପିୟାନସିପ୍ ଫାଇନାଲ ପାଇଁ ଏଥର ପ୍ରଶ୍ନବାଚୀ ?

ବର୍ଷା ବାଧକ ଏହି ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡକୁ ୧୦୭ ରନର ଟାର୍ଗେଟ ଦେଇଥିଲା ଭାରତ । ଯାହାକୁ ସହଜରେ ଜିତି ନେଇଛି ଟମ୍ ଲାଥମଙ୍କ ବାହିନୀ।

ଅକ୍ଟୋବର ୧୬ରେ ବେଙ୍ଗାଲୁରର ଏମ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଭାରତ-ନ୍ୟୁଜିଲ୍ୟାଣ୍ଡ ପ୍ରଥମ ଟି-20 ମ୍ୟାଚ୍ ଆରମ୍ଭ ହୋଇଥିଲା। ପ୍ରବଳ ବର୍ଷା କାରଣରୁ ପ୍ରଥମ ଦିନର ଖେଳ ସମ୍ପୂର୍ଣ୍ଣ ରୂପେ ବାତିଲ୍ ହୋଇ ଯାଇଥିଲା । ଏହାପରେ ଦ୍ୱିତୀୟ ଦିନରେ ମ୍ୟାଚ୍ ଆରମ୍ଭ ହୋଇ ଥିବାବେଳେ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ ରୋହିତ ଶର୍ମା।

IND vs NZ 1st Test

ହେଲେ ରୋହିତଙ୍କ ଏହି ନିଷ୍ପତ୍ତି ଭୁଲ୍ ପ୍ରମାଣିତ ହୋଇଥିଲା। ପ୍ରଥମ ଇନିଂସରେ ଦଳ ସବୁଠୁ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲା । ମାତ୍ର ୪୬ ରନରେ ଅଲ୍ ଆଉଟ୍ ହୋଇ ଯାଇଥିଲା ଟିମ୍ ଇଣ୍ଡିଆ। ଦଳର ପାଞ୍ଚ ଜଣ ଖେଳାଳି ଖାତା ଖୋଲି ପାରିନଥିଲେ ।

ଏହାପରେ ନିଜର ପ୍ରଥମ ଇନିଂସ ଆରମ୍ଭ କରିଥିବା ନ୍ୟୁଜିଲ୍ୟାଣ୍ଡ ଜଗିରଖି ଖେଳିଳା ସହ ବଡ଼ ସ୍କୋର୍ କରିଥିଲା। ପ୍ରଥମ ଇନିଂସରେ ନ୍ୟୁଜିଲ୍ୟାଣ୍ଡ ୪୦୨ ରନ୍ କରିଥିଲା। ଦଳ ପକ୍ଷରୁ ରଚିନ ରବୀନ୍ଦ୍ର ୧୩୪ ରନର ଶତକୀୟ ପାଳି ଖେଳି ଥିବାବେଳେ ଡେଭନ କନୱେ ୯୧ ରନ୍ କରିଥିଲେ।

ଏହା ପରେ ନିଜର ଦ୍ୱିତୀୟ ଇନିଂସରେ ଭାରତ ଦମଦାର ଆରମ୍ଭ କରିଥିଲା। ଦଳ ଏକଦମ୍ ଦିନିକିଆ ମ୍ୟାଚ୍ ଭଳି ପ୍ରଦର୍ଶନ କରିଥିଲା। ମାତ୍ର ୪୦୨ ରନର ସ୍କୋରକୁ ପୂରା କରିବା ସହ ବଡ଼ ସ୍କୋରର ଟାର୍ଗେଟ୍ ଦେବା ଦଳ ପାଇଁ କଷ୍ଟକର ହୋଇଥିଲା।

ଟିମ୍ ଇଣ୍ଡିଆ ଦ୍ୱିତୀୟ ଇନିଂସରେ ୪୬୨ ରନ୍ କରିଥିଲା। ସ lର୍ଫରାଜ ଖାନ ୧୫୦ ରନର ବଡ଼ ଭାଗିଦାରୀ ଯୋଡ଼ିଥିଲେ। ସେହିପରି ଋଷଭ ପନ୍ତ 99, ବିରାଟ କୋହଲି 70, ରୋହିତ ଶର୍ମା 52, ଯଶସ୍ୱୀ ଜୈସ୍ୱାଲ 35, ରବିଚନ୍ଦ୍ରନ ଅଶ୍ୱିନ 15, କେଏଲ ରାହୁଲ 12, ରବୀନ୍ଦ୍ର ଜାଡେଜା 5 ଏବଂ କୁଳଦୀପ ଯାଦବ (ଅପରାଜିତ ଥିଲେ) 6 ରନ୍ କରିଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+