IND vs NZ: କଣ ୧୦୭ ରନ ଡିଫେଣ୍ଡ କରି ଭାରତ ଜିତିପାରିବ ପ୍ରଥମ ଟେଷ୍ଟ ? କଣ ଆଉଥରେ ଦୋହରିବ ଇତିହାସ ? ୨୦ ବର୍ଷ...
କ'ଣ ସତରେ ଭାରତ ଜିତି ପାରିବ ? ୧୦୭ ରନକୁ ଡିଫେଣ୍ଡ କରି ପାରିବ ଟିମ୍ ଇଣ୍ଡିଆ ? ଶେଷ ଦିନ ଖେଳ ବାକି ଥିବା ବେଳେ ନ୍ୟୁଜିଲାଣ୍ଡକୁ ମାତ୍ର ୧୦୭ ରନ୍ ଆବଶ୍ୟକତା ରହିଛି । ତେବେ ଭାରତକୁ ବିଜୟୀ ହେବା ପାଇଁ ନ୍ୟୁଜିଲାଣ୍ଡର ୧୦ଟି ଯାକ ୱିକେଟ ହାସଲ କରିବାକୁ ହେବ । ତେବେ ବର୍ତ୍ତମାନ ସମୟରେ ନ୍ୟୁଜିଲାଣ୍ଡ ବିଜୟର ନିକଟରେ । କିନ୍ତୁ ଏବେ ବି ଭାରତ ଏହି ମ୍ୟାଚରେ ବିଜୟୀ ହୋଇପାରିବ । ଏଥିପାଇଁ ଅଧିନାୟକ ରୋହିତଙ୍କୁ ଆପଣେଇବାକୁ ହେବ ୨୦ ବର୍ଷ ପୁରୁଣା ଗେମ୍ ପ୍ଲାନ ।
ଭାରତ ଟେଷ୍ଟ ଇତିହାସ ମଧ୍ୟରେ ମାତ୍ର ଥରୁଟିଏ ୧୦୭ କିମ୍ବା ତା' ଠାରୁ କମ ରନକୁ ଡିଫେଣ୍ଡ କରିପାରିଛି । ୨୦୦୪ରେ ୱାଙ୍ଖେଡେରେ ଖେଳା ଯାଉଥିବା ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟରେ ଏପରି ଚମତ୍କାରିତା ଦେଖିବାକୁ ମିଳିଥିଲା।
ରାହୁଲ ଦ୍ରାବିଡଙ୍କ ଭାରତୀୟ ଟିମ ୧୦୭ ରନକୁ ଡିଫେଣ୍ଡ କରିବା ବେଳେ ରିକି ପଣ୍ଟିଂଙ୍କ ଅଷ୍ଟ୍ରେଲିଆକୁ ୯୩ ରନରେ ଅଲଆଉଟ କରି ଦେଇଥିଲା। ମୁରଲୀ କାର୍ତ୍ତିକ, ଅନୀଲ କୁମ୍ବଲେ ଓ ହରଭଜନ ସିଂହଙ୍କ ସ୍ପିନ ବଲରେ ଭାରତ ବିଜୟ ହାସଲ କରିଥିଲା ।

ସେହିପରି ଭାରତ ୧୯୮୧ରେ ୧୪୩କୁ ମେଲବର୍ଣ୍ଣରେ ଡିଫେଣ୍ତ କରୁଥିବା ବେଳେ ଅଷ୍ଟ୍ରେଲିଆକୁ ୮୩ ରନରେ ଅଟକାଇ ଦେଇଥିଲା। ତେବେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଭାରତର ସର୍ବନିମ୍ନ ଡିଫେଣ୍ତିଂ ସ୍କୋର ହେଉଛି ୧୮୮। ମୁମ୍ବାଇର ବ୍ରାବର୍ଣ୍ଣ ଷ୍ଟାଡିୟମରେ ନ୍ୟୁଜିଲ୍ୟାଣ୍ଡ ୧୮୮ ରନ ପିଛା କରୁଥିବା ବେଳେ ୧୨୭ରେ ଅଟକି ଯାଇ ଥିଲା।
ସେହିପରି ବେଙ୍ଗାଲୁରୁର ଏମ ଚିନାସ୍ୱାମୀରେ ଭାରତ ୨୦୧୭ରେ ୧୮୮ ରନକୁ ଡିଫେଣ୍ଡ କରୁଥିବା ବେଳେ ଅଷ୍ଟ୍ରେଲିଆ ବିପକ୍ଷରେ ବିଜୟ ହାସଲ କରିଥିଲା। ୧୮୮ ରନ ତଳକୁ ଦଳ କେବେ ହେଲେ ବେଙ୍ଗାଲୁରୁରେ ଡିଫେଣ୍ତ କରିନାହିଁ।
ବର୍ତ୍ତମାନ ନ୍ୟୁଜିଲାଣ୍ଡ ଆଗରେ ମଧ୍ୟ ୧୦୭ ରନର ଲକ୍ଷ୍ୟ ରହିଥିବା ବେଳେ ଭାରତ ପାଖରେ ୩ ଜଣ ସ୍ପିନ୍ ବୋଲର ସାମିଲ ରହିଛନ୍ତି । ଶେଷ ଦିନରେ ଭାରତ ପାଇଁ ସର୍ବଶ୍ରେଷ୍ଠ ଅସ୍ତ୍ର ସାଜିପାରନ୍ତି ଦଳର ଷ୍ଟାର ସ୍ପିନର । ରବିଚନ୍ଦ୍ରନ ଅଶ୍ୱୀନ, ରବିନ୍ଦ୍ର ଜାଡେଜା ଏବଂ କୁଳଦୀପ ଯାଦବଙ୍କୁ ହତିଆର କରି ରୋହିତ ଏହି ମ୍ୟାଚରେ ମଧ୍ୟ ବିଜୟ ହାସଲ କରିପାରିବେ । ତେବେ ଆସନ୍ତାକାଲି ରୋହିତ କେଉଁ ଗେମ୍ ପ୍ଲାନ ସହ ମଇଦାନକୁ ଓହ୍ଲାଇବେ ତାହା ଦେଖିବାକୁ ବାକି ରହିଲା ।
ନ୍ୟୁଜିଲ୍ୟାଣ୍ଢ ବିପକ୍ଷ ବେଙ୍ଗାଲୁରୁ ଟେଷ୍ଟରେ ଭାରତ ପ୍ରଥମ ଇନିଂସରେ କେବଳ ୪୬ ରନ କରିଥିଲା। ଏହାପରେ ନ୍ୟୁଜିଲ୍ୟାଣ୍ତ ୪୦୨ ରନ କରି ୩୫୬ ରନ ଲିଡ ହାସଲ କରିଥିଲା।
ଦ୍ୱିତୀୟ ଇନିଂସରେ ସର୍ଫରାଜ ଖାନଙ୍କ ୧୫୦ ଓ ଋଷଭ ପନ୍ତଙ୍କ ୯୯ ରନ ବଳରେ ଭାରତୀୟ ଟିମ ୪୬୨ ରନ କରିଛି। ଫଳରେ ନ୍ୟୁଜିଲ୍ୟାଣ୍ଡକୁ ଶେଷ ଦିନରେ ଜିତିବା ପାଇଁ କେବଳ ୧୦୭ ରନର ଟାର୍ଗେଟ ମିଳିଛି।












Click it and Unblock the Notifications