ପୁଣି ଗର୍ଜିଲା ଗିଲଙ୍କ ବ୍ୟାଟ୍: ଦିନିକିଆରେ ବ୍ୟାକ୍ ଟୁ ବ୍ୟାକ୍ ମାରିଲେ ସେଞ୍ଚୁରୀ
ରାଜୀବଗାନ୍ଧୀ ଆନ୍ତର୍ଜାତିକ ଷ୍ଟାଡିୟମରେ ଖେଳା ଯାଉଥିବା ଭାରତ ବନାମ ନ୍ୟୁଜିଲାଣ୍ଡ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚରେ ଶତକ ମାରିଛନ୍ତି ଭାରତୀୟ ଯୁବ ଓପନର ଶୁଭମନ ଗିଲ ।
ହାଇଦ୍ରାବାଦ: ପୁଣି ଗର୍ଜିଲା ଗିଲଙ୍କ ବ୍ୟାଟ୍ । ଦିନିକିଆରେ ବ୍ୟାକ୍ ଟୁ ବ୍ୟାକ୍ ହିଟ୍ କଲେ ସେଞ୍ଚୁରୀ । ସ୍ଥାନୀୟ ରାଜୀବଗାନ୍ଧୀ ଆନ୍ତର୍ଜାତିକ ଷ୍ଟାଡିୟମରେ ଖେଳା ଯାଉଥିବା ଭାରତ ବନାମ ନ୍ୟୁଜିଲାଣ୍ଡ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚରେ ଶତକ ମାରିଛନ୍ତି ଭାରତୀୟ ଯୁବ ଓପନର ଶୁଭମନ ଗିଲ ।

ଦିନିକିଆରେ ଲଗାତାର 2ଟି ଶତକ ହାସଲ ସହ 19ଟି ଇନିଂସରୁ 1000 ରନ ପୂରା କରିଛନ୍ତି ଶୁଭମନ । ପୂର୍ବରୁ ଶ୍ରୀଲଙ୍କା ବିପକ୍ଷ ଶେଷ ମ୍ୟାଚରେ ଶତକ ମାରିଥିଲେ ଗିଲ୍ । ସେ ଏହାପୂର୍ବରୁ ଶ୍ରୀଲଙ୍କା ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ତୃତୀୟ ତଥା ଶେଷ ମ୍ୟାଚରେ 116 ରନ୍ ଇନିଂସ ଖେଳିଥିଲେ। ଏଥି ସହିତ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚରେ ସେ ଶତକ ହାସଲ କରିଛନ୍ତି । ଏଭଳି ପରିସ୍ଥିତିରେ ଶୁଭମାନଙ୍କ ପାଇଁ ଏହା କ୍ରମାଗତ ଦ୍ୱିତୀୟ ଶତକ ।
ବିରାଟ୍-ଧୱନଙ୍କୁ ପଛରେ ଛାଡିଲେ
ତେବେ ଦିନିକିଆରେ ଲଗାତାର 2ଟି ଶତକ ହାସଲ ସହ 19ଟି ଇନିଂସରୁ 1000 ରନ ପୂରା କରିବାରେ ବିରାଟ୍-ଧୱନଙ୍କୁ ପଛରେ ଛାଡିଛନ୍ତି ଶୁଭମନ । ପୂର୍ବରୁ ବିରାଟ କୋହଲି ଏବଂ ଶିଖର ଧୱନ 24 ଇନିଂସରେ 1000 ରନ ପୂରଣ କରିଥିଲେ । ଏଥି ସହିତ ବିଶ୍ୱ କ୍ରିକେଟରେ ଏମିତି କରିବାରେ ଦ୍ବିତୀୟ ଖେଳାଳି ବନିଛନ୍ତି ଗିଲ୍ । ଏହି ତାଲିକାର ପ୍ରଥମ ସ୍ଥାନରେ ରହିଛନ୍ତି ଇମାମୁଉଲ୍ ହକ ।
ଭାରତର ପ୍ରଥମେ ବ୍ୟାଟିଂ
ନ୍ୟୁଜିଲାଣ୍ଡ ବିପକ୍ଷରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଟିମ୍ ଇଣ୍ଡିଆ । ପ୍ରଥମରୁ ବେଶ ସର୍ତକତାର ସହ ବ୍ୟାଟିଂ କରିଥିଲେ ଦୁଇ ଓପନର ଶୁଭମାନ ଗିଲ ଓ ରୋହିତ ଶର୍ମା । ଦଳୀୟ ସ୍କୋର 60 ହୋଇଥିବା ବେଳେ ରୋହିତ ଆଉଟ ହୋଇ ପାଭିଲିୟନ ଫେରିଥିଲେ । ଏହାପରେ ବିରାଟ ଓ କିଷାନଙ୍କ ସହଳ ୱିକେଟ ହରାଇଥିଲା ଟିମ୍ ଇଣ୍ଡିଆ । ତେବେ ସୂର୍ଯ୍ୟକୁମାର ଯାଦବ ଦ୍ରୁତ ରନ୍ ସ୍କୋର ଲକ୍ଷ୍ୟରେ ମାତ୍ର 31 ରନରେ ନିଜର ୱିକେଟ ହରାଇଥିଲେ ।












Click it and Unblock the Notifications