IND vs NZ: ୱାଙ୍ଖେଡେରେ ମାତ୍ର ଥରେ ହୋଇଛି ୧୦୦ରୁ ଅଧିକ ରନ୍‌ ଚେଜ , କ’ଣ ଭାରତ ଇତିହାସ ରଚିପାରିବ ?

ମୁମ୍ବାଇର ୱାଙ୍ଖେଡେ ପିଚ୍‌ ଦ୍ୱିତୀୟ ଦିନରୁ ହିଁ ସ୍ପିନରଙ୍କୁ ସୁହାଇବା ଆରମ୍ଭ କରି ଦେଇଛି । ଦ୍ୱିତୀୟ ଦିନର ତୃତୀୟ ସେସନ୍ସରୁ ବଲ ଟର୍ଣ୍ଣ କରିବାରେ ଲାଗିଛି। ଏଥିଯୋଗୁ ନ୍ୟୁଜିଲ୍ୟାଣ୍ଡ ବ୍ୟାଟର ଦ୍ୱିତୀୟ ଇନିଂସରେ ଘାଇଲା ହୋଇଛନ୍ତି।

ରବି ଅଶ୍ୱିନ ଓ ରବି ଜାଡେଜାଙ୍କ ସ୍ପିନ ଯାଦୁରେ ନ୍ୟୁଜିଲ୍ୟାଣ୍ଡ ବ୍ୟାଟରମାନେ ଫସିଛନ୍ତି। ଦଳ ଦ୍ୱିତୀୟ ଦିନର ଖେଳ ଶେଷ ସୁଦ୍ଧା ୨ୟ ଇନିଂସରେ ୯ ୱିକେଟ ହରାଇ ୧୭୧ ରନ କରିଛି। ହେଲେ ଦଳ ଗୁରୁତ୍ୱପୂର୍ଣ୍ଣ ୧୪୩ ରନର ଲିଡ ହାସଲ କରି ନେଇଛି। ଏବେ ବି ହାତରେ ଗୋଟିଏ ୱିକେଟ ଥିବାରୁ ନ୍ୟୁଜିଲ୍ୟାଣ୍ଡ ଏହାକୁ ଅଧିକରୁ ଅଧିକ କରିବାକୁ ଚେଷ୍ଟା କରିବ।

ଆଜି ରବି ଅଶ୍ୱିନ ଫର୍ମକୁ ଫେରିବା ସହ ୩ ୱିକେଟ ଦଖଲ କରିଛନ୍ତି। ସେହିପରି ରବି ଜାଡେଜା ପ୍ରଥମ ଇନିଂସରେ ୫ ଓ ଏବେ ଦ୍ୱିତୀୟ ଇନିଂସରେ ଆଉ ୪ ୱିକେଟ ନେଇ ସାରିଲେଣି।

IND vs NZ

ଏସବୁ ଭିତରେ ନ୍ୟୁଜିଲ୍ୟାଣ୍ଡ ୧୪୩ ରନର ଲିଡ ପାଇ ସାରିଥିବାରୁ କ'ଣ ଭାରତ ୪ର୍ଥ ଇନିଂସରେ ଏହାକୁ ଚେଜ କରିପାରିବ? ସ୍ପିନରଙ୍କୁ ସୁହାଉଥିବା ୱାଙ୍ଖେଡେରେ ସର୍ବାଧିକ କେତେ ରନ ୪ର୍ଥ ଇନିଂସରେ ଚେଜ୍‌ ହୋଇଛି? ଏହି ପ୍ରଶ୍ନର ଉତ୍ତର ଏବେ ସାମ୍ନାକୁ ଆସିଛି।

ଏଠାରେ କେବଳ ଗୋଟିଏ ଥର କୌଣସି ଟିମ ୧୦୦ରୁ ଅଧିକ ରନକୁ ଚେଜ କରି ବିଜୟୀ ହେବାକୁ ସକ୍ଷମ ହୋଇଛି। ଏହି ଘଟଣା ପୁଣି ୨୪ ବର୍ଷ ତଳେ ଘଟିଥିଲା। ୨୦୦୦ ମସିହାରେ ହାନସେ କ୍ରୋନେଙ୍କ ଦକ୍ଷିଣ ଆଫ୍ରିକା ୱାଙ୍ଖେଡେରେ ୧୬୩ ରନର ପିଛା କରି ବିଜୟୀ ହୋଇପାରିଥିଲା। ଦକ୍ଷିଣ ଆଫ୍ରିକା ସଚିନ ତେନ୍ଦୁଲକରଙ୍କ ଭାରତ ବିପକ୍ଷରେ ୧୬୪ ରନ କରି ବିଜୟ ପାଇଥିଲା।

ଏହାପରେ ଆଉ କୌଣସି ଟିମ କେବେ ବି ୱାଙ୍ଖେଡେରେ ୧୦୦ରୁ ଅଧିନ ରନ ଚେଜ କରିବାକୁ ସକ୍ଷମ ହୋଇ ନାହାନ୍ତି। ମାତ୍ର ଥରୁଟିଏ ୱାଙ୍ଖେଡେରେ ଟ୍ରିପଲ ଡିଜିଟ ଟାର୍ଗେଟ ଚେଜ ହୋଇପାରିଛି। ତେଣୁ ନ୍ୟୁଜିଲ୍ୟାଣ୍ଡ ଏବେ ସୁଦ୍ଧା ୧୪୩ ରନର ଲିଡ୍‌ ପାଇ ସାରିଥିବାରୁ କ'ଣ ଭାରତ ଇତିହାସ ବଦଳାଇ ପାରିବ କି ବୋଲି ପ୍ରଶ୍ନ ଉଠିବାରେ ଲାଗିଛି।

ୱାଙ୍ଖେଡେରେ ଦ୍ୱିତୀୟ ସର୍ବାଧିକ ରନ ଚେଜ କରିଥିବା ଦେଶଗୁଡ଼ିକ ତାଲିକାରେ ଇଂଲଣ୍ଡ ରହିଛି। ୧୯୮୦ରେ ଇଂଲଣ୍ଡ ୯୬ ରନକୁ ପିଛା କରି ଭାରତ ବିପକ୍ଷରେ ବିଜୟ ପାଇଥିଲା।

୨୦୧୨ ନଭେମ୍ବରରେ ଇଂଲଣ୍ଡ ୫୮ ରନର ଚେଜ କରି ପୁଣି ଭାରତ ବିପକ୍ଷରେ ଜିତିଥିଲା। ଏଠାରେ ଭାରତ ୪ର୍ଥ ଇନିଂସରେ କେବଳ ୫୧ ରନକୁ ଚେଜ କରିପାରିଛି। ୧୯୮୪ରେ ଇଂଲଣ୍ଡ ଦେଇଥିବା ୫୧ ରନର ଟାର୍ଗେଟକୁ ଭାରତ ହାସଲ କରି ନେଇଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+