Get Updates
Get notified of breaking news, exclusive insights, and must-see stories!

IND vs IRE: ସିରିଜ କ୍ଲିନ୍ ସୁଇପ୍ କରିବା ଲକ୍ଷ୍ୟରେ ପ୍ରଥମେ ବ୍ୟାଟିଂ କରୁଛି ଭାରତ

ଆୟର୍ଲାଣ୍ଡ ବିପକ୍ଷରେ ଚାଲିଥିବା ଟି-ଟ୍ୱେଣ୍ଟି ସିରିଜର ଦ୍ୱିତୀୟ ତଥା ଶେଷ ମ୍ୟାଚରେ ଭାରତୀୟ ଦଳ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି ।

ଡବ୍ଲିନ: ଆୟର୍ଲାଣ୍ଡ ବିପକ୍ଷରେ ଚାଲିଥିବା ଟି-ଟ୍ୱେଣ୍ଟି ସିରିଜର ଦ୍ୱିତୀୟ ତଥା ଶେଷ ମ୍ୟାଚରେ ଭାରତୀୟ ଦଳ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି । ଡବ୍ଲିନରେ ଆୟୋଜିତ ଏହି ସିରିଜର ପ୍ରଥମ ମ୍ୟାଚ୍ ଭାରତ ଜିତିଛି ଏବଂ ଏହି ମ୍ୟାଚ୍ ଜିତି ସିରିଜ କ୍ଲିନ୍ ସୁଇପ୍ କରିବା ଲକ୍ଷ୍ୟରେ ରହିଛି ।

IND vs IRE

ଏହି ମ୍ୟାଚରେ ସଞ୍ଜୁ ସାମସନଙ୍କ ଉପରେ ନଜର ରହିବ, ଯିଏକି ଅନେକ ସୁଯୋଗ ପାଇବା ସତ୍ତ୍ୱେ ଭାରତୀୟ ଦଳରେ ନିଜ ସ୍ଥାନକୁ ସ୍ଥାୟୀ କରିପାରି ନାହାଁନ୍ତି। ଦୀପକ ହୁଡା ଆଉ ଏକ ଭଲ ଇନିଂସ ଖୋଜୁଥିବା ବେଳେ ଉମ୍ରାନ ମଲ୍ଲିକ, ଯିଏ ଗତ ମ୍ୟାଚରେ କେବଳ ଗୋଟିଏ ଓଭରରେ ବୋଲିଂ କରି ପାରିଥିଲେ, ଏହି ମ୍ୟାଚରେ କିଛି କମାଲ କରିବାକୁ ଚେଷ୍ଟା କରିବେ ।

ଭାରତ ଏକାଦଶ: ସଞ୍ଜୁ ସାମସନ, ଇଶାନ କିଶନ, ଦୀପକ ହୁଡା, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା (ଅଧିନାୟକ), ଦିନେଶ କାର୍ତ୍ତିକ (ୱିକେଟକିପର), ଅକ୍ସର ପଟେଲ, ଭୂବନେଶ୍ୱର କୁମାର, ହର୍ଷଲ ପଟେଲ, ରବି ବିଷ୍ଣୋଇ, ଉମରନ ମଲ୍ଲିକ ।

ଆୟର୍ଲାଣ୍ଡ ଏକାଦଶ: ପଲ୍ ଷ୍ଟିରଲିଂ, ଆଣ୍ଡ୍ରିୟୁ ବାଲବର୍ନି (ଅଧିନାୟକ), ଗାରେଥ ଡେଲାନି, ହ୍ୟାରି ଟେକ୍ଟର, ଲୋରକାନ୍ ଟକର୍ (ୱିକେଟକିପର), ଜର୍ଜ ଡକ୍ରେଲ୍, ମାର୍କ ଆଡେୟାର, ଆଣ୍ଡି ମ୍ୟାକବ୍ରାଇନ୍, କ୍ରେଗ ୟଙ୍ଗ, ଜୋଶୁଆ ଲିଟିଲ, କନୋର ଓଲଫର୍ଟ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+