Get Updates
Get notified of breaking news, exclusive insights, and must-see stories!

IND vs IRE: ବିଜୟରୁ ଅଧନାୟକତ୍ୱ ଆରମ୍ଭ କଲେ ପାଣ୍ଡ୍ୟା, ଆୟର୍ଲାଣ୍ଡକୁ ୭ ୱିକେଟରେ ହରାଇଲା ଭାରତ

ଭାରତ ବନାମ ଆୟର୍ଲାଣ୍ଡ ପ୍ରଥମ ଟି-୨୦ ମ୍ୟାଚ ରବିବାର ବିଳମ୍ବିତ ରାତିରେ ଖେଳାଯାଇଥିଲା । ବର୍ଷା ବାଧାପ୍ରାପ୍ତ ଏହି ପ୍ରଥମ ଟି-୨୦ ମ୍ୟାଚରେ ଭାରତ ୭ ୱିକେଟ୍‍ରେ ବିଜୟୀ ହୋଇଛି ।

ଡବ୍ଲିନ: ଭାରତ ବନାମ ଆୟର୍ଲାଣ୍ଡ ପ୍ରଥମ ଟି-୨୦ ମ୍ୟାଚ ରବିବାର ବିଳମ୍ବିତ ରାତିରେ ଖେଳାଯାଇଥିଲା । ବର୍ଷା ବାଧାପ୍ରାପ୍ତ ଏହି ପ୍ରଥମ ଟି-୨୦ ମ୍ୟାଚରେ ଭାରତ ୭ ୱିକେଟ୍‍ରେ ବିଜୟୀ ହୋଇଛି । ଏଥି ସହିତ ବିଜୟରୁ ଅଧନାୟକତ୍ୱ ଆରମ୍ଭ କରିଛନ୍ତି ନୂଆ ଅଧିନାୟକ ପାଣ୍ଡ୍ୟା ।

IND vs IRE

୧୨ ଓଭର ବିଶିଷ୍ଟ ଏହି ମ୍ୟାଚରେ ଆୟର୍ଲାଣ୍ଡ ପକ୍ଷରୁ ଧାର୍ଯ୍ୟ ୧୦୯ ରନର ଲକ୍ଷ୍ୟକୁ ପିଛା କରି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱାଧିନ ଭାରତ ୯.୨ ଓଭରରେ ୩ ୱିକେଟ୍‍ ହରାଇ ବିଜୟୀ ହୋଇଥିଲା। ଦଳ ପକ୍ଷରୁ ଓପନିଂ ଆସିଥିବା ଦୀପକ ହୁଦା ସର୍ବାଧିକ ୪୭* (୨୯ ବଲ, ୬ ଚୌକା, ୨ ଛକା) ରନ କରି ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଇଶାନ କିସାନ ୨୬, ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ୨୪ ରନ କରିଥିବା ବେଳେ ସୂର୍ଯ୍ୟକୁମାର ଯାଦବ ଖାତା ଖୋଲିପାରି ନ ଥିଲେ। ଦୁଇ ମ୍ୟାଚ୍‍ବିଶିଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ୍‍ ମଙ୍ଗଳବାର ଏଠାରେ ଖେଳାଯିବ।

ବର୍ଷା ଯୋଗୁଁ ରବିବାର ଭାରତୀୟ ସମୟ ରାତି ପ୍ରାୟ ୧୧. ୨୦ ରେ ଆରମ୍ଭ ହୋଇଥିଲା ପ୍ରଥମ ଟି-୨୦ ମ୍ୟାଚ୍‌ । ୧୨ ଓଭର ବିଶିଷ୍ଟ ଏହି ମ୍ୟାଚରେ ଟସ୍ ହାରି ଆୟର୍ଲ୍ୟାଣ୍ଡ ୪ ୱିକେଟ ହରାଇ ୧୦୮ ରନ୍‌ କରିଥିଲା। ପ୍ରଥମ ଓଭରରେ ହିଁ ଭୁବନେଶ୍ୱର କୁମାର ଅଧିନାୟକ ଆଣ୍ଡି ବଲବରିନ(୦)ଙ୍କୁ ଆଉଟ କରି ଦେଇଥିଲେ। ଏହାର ପରବର୍ତ୍ତୀ ଓଭରରେ ହାର୍ଦ୍ଦିକ ପାଣ୍ଡ୍ୟା ୪ ରନ୍‌ କରିଥିବା ପଲ ଷ୍ଟ୍ରିଲିଙ୍ଗଙ୍କୁ ପାଭିଲିନୟ ପଠାଇଥିଲେ। ଦଳୀୟ ସ୍କୋର ୨୨ ଥିବା ବେଳେ ଦଳ ଗାରେଥ ଡେଲାନୀ(୮)ଙ୍କୁ ହରାଇଥିଲା। ତାଙ୍କ ୱିକେଟ ଆଭେଶ ଖାନ ନେଇଥିଲେ। ୨୨ ରନର ୩ ୱିକେଟ ହରାଇ ଆୟର୍ଲ୍ୟାଣ୍ଡ ସଙ୍କଟରେ ପଡ଼ିଥିଲା। ଏତିକି ବେଳେ ହାରୀ ଟେକ୍ଟର ଓ ଲୋର୍କାନ ଟକ୍କର ଦମଦାର ବ୍ୟାଟିଂ କରିଥିଲେ। ଉଭୟ ୪ର୍ଥ ୱିକେଟ ପାଇଁ ୫୦ ରନ୍‌ ଯୋଡ଼ି ଦଳୀୟ ସ୍କୋରକୁ ୭୨ରେ ପହଞ୍ଚାଇଥିଲେ। ଏହି ସମୟରେ ୧୮ ରନ୍ କରିଥିବା ଟକ୍କରଙ୍କୁ ୟୁଜବେନ୍ଦର ଚହଲ ଆଉଟ କରି ଦେଇଥିଲେ।

କିନ୍ତୁ ଏହାର ପ୍ରଭାବ ଟେକ୍ଟରଙ୍କ ଉପରେ ପଡ଼ି ନଥିଲା। ସେ ଭାରତୀୟ ବୋଲରଙ୍କୁ କାଉଣ୍ଟର ଆଟାକ କରି ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ। ଏଥିସହ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ଟେକ୍ଟର ୩୩ ବଲରେ ଅପରାଜିତ ୬୪ ଓ ଜର୍ଜ ଡକରେଲ ଅପରାଜିତ ୪ ରନ୍ କରିବାରୁ ଆୟର୍ଲ୍ୟାଣ୍ଡ ୪ ୱିକେଟ ହରାଇ ୧୦୮ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ଟେକ୍ଟର ତାଙ୍କ ଇନିଂସରେ ୩ଟି ଛକା ଓ ୬ଟି ଚୌକା ମାରିଛନ୍ତି । ଏକ୍ସପ୍ରେସ ଭାବେ ପରିଚିତ ଆଇପିଏଲ୍‍ ତାରକା ଉମ୍ରାନ ମଲିକ ଏହି ମ୍ୟାଚ୍‍ ଖେଳି ତାଙ୍କ ଅନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରିଥିଲେ। ଟି-୨୦ ପଦାର୍ପଣ କରିବାରେ ସେ ଭାରତର ୯୮ତମ ଖେଳାଳି ହୋଇଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+