Get Updates
Get notified of breaking news, exclusive insights, and must-see stories!

IND vs IRE: ଆଜି ପ୍ରଥମ ଟି-20 ମ୍ୟାଚ୍, ପ୍ରଥମଥର ପାଇଁ ପାଣ୍ଡ୍ୟାଙ୍କ କାନ୍ଧରେ ଟିମ ଇଣ୍ଡିଆ ଭାର

ଆଜିଠୁ ଆରମ୍ଭ ହେବାକୁ ଯାଉଛି ଭାରତ ବନାମ ଆୟର୍ଲାଣ୍ଡ ମଧ୍ୟରେ ଦୁଇ ଟିକିଆ ଟି-20 ସିରିଜ୍ । ସିରିଜର ପ୍ରଥମ ମ୍ୟାଚ୍ ଆଜି ଡବ୍ଲିନରେ ଖେଳାଯିବ । ଆଇପିଏଲରେ ଗୁଜରାଟ ଟାଇଟନ୍ସର ଚାମ୍ପିଇନ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ପ୍ରଥମଥର ଜାତୀୟ ଦଳର ନେତୃତ୍ୱ ନେବେ ।

ଡବ୍ଲିନ୍: ଆଜିଠୁ ଆରମ୍ଭ ହେବାକୁ ଯାଉଛି ଭାରତ ବନାମ ଆୟର୍ଲାଣ୍ଡ ମଧ୍ୟରେ ଦୁଇ ଟିକିଆ ଟି-20 ସିରିଜ୍ । ସିରିଜର ପ୍ରଥମ ମ୍ୟାଚ୍ ଆଜି ଡବ୍ଲିନରେ ଖେଳାଯିବ । ଆଇପିଏଲରେ ଗୁଜରାଟ ଟାଇଟନ୍ସର ଚାମ୍ପିଇନ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ପ୍ରଥମଥର ଜାତୀୟ ଦଳର ନେତୃତ୍ୱ ନେବେ । ଆଗାମୀ ଟି-20 ବିଶ୍ୱକପ ପାଇଁ ଏହା ହେବ ପାଣ୍ଡ୍ୟାଙ୍କ ପରୀକ୍ଷା । ଯଦିଓ ଆୟର୍ଲାଣ୍ଡ ଏକ ଶକ୍ତ ଦଳ ନୁହେଁ । କିନ୍ତୁ ସେ ଅଧିନାୟକ ଭାବେ ସେ ନିଜର ପ୍ରଥମ ସିରିଜକୁ ସ୍ମରଣୀୟ କରିବାକୁ ଚାହିଁବେ । ଭାରତୀୟ ସମୟ ରାତି ୯ଟାରେ ଖେଳ ଆରମ୍ଭ ହେବ ।

 IND vs IRE 1st T20I

ସେପଟେ ଟିମ୍ ଇଣ୍ଡିଆର ସିନିୟର ଖେଳାଳିଙ୍କ ଅନୁପସ୍ଥିତିରେ ଭାରତୀୟ ଦଳରେ ବ୍ୟାଟିଂ ଭାର ସମ୍ଭାଳିବେ ସୂର୍ଯ୍ୟ କୁମାର ଯାଦବ, ଇଶାନ କିଷନ, ଋତୁରାଜ ଗାଏକ୍ୱାଡଙ୍କ ସମେତ ନବାଗତ ରାହୁଲ ତ୍ରିପାଠୀ । ସେହିପରି ଭୁବନେଶ୍ୱର କୁମାର, ହର୍ଷଲ ପଟେଲ, ଉମ୍ରାନ ମଲ୍ଲିକ ଓ ୟୁଜବେନ୍ଦ୍ର ଚହଲ ସମ୍ଭାଳିବେ ଟିମ୍ ଇଣ୍ଡିଆର ବୋଲିଂ ଭାର ।

ସେପଟେ ଜୁଲାଇ ୩ ତାରିଖରୁ ଭାରତୀୟ ଟିମ୍ ଇଂଲଣ୍ଡ ବିପକ୍ଷ ଏକମାତ୍ର ଟେଷ୍ଟ ମ୍ୟାଚ୍ ଖେଳିବ । ତେଣୁ ଏହାକୁ ଦୃଷ୍ଟିରେ ରଖି ବିସିସିଆଇ ଆୟର୍ଲାଣ୍ଡ ସିରିଜ୍ ପାଇଁ ଦ୍ୱିତୀୟ ସ୍ତରର ଟିମ୍ ପଠାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+